ପାଣିପାଗ ସମ୍ବନ୍ଧୀୟ ସତର୍କ ସୂଚନା

ଭୁବନେଶ୍ୱର(ବାସ୍ତବ ବ୍ୟୁର):ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି କି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ,କେନ୍ଦୁଝର,ବଲାଙ୍ଗିର,ସୋନପୁର,ବୌଦ୍ଧ,ବାଲେଶ୍ୱର,ଭଦ୍ରକ,ଯାଜପୁର,କଟକ ଓ ଖୋର୍ଦ୍ଧା | ଏହି ୧୦ଟି ଜିଲ୍ଲାରେ ଝଡ ତୋଫାନ ହେବାର ସମ୍ଭାବନା ରହିଛି |


ସୂଚନା ଅନୁଯାୟୀ ପୂର୍ବ ଉତ୍ତରପ୍ରଦେଶରୁ ଓଡିଶା ଦେଇ ଉତ୍ତର ତାମିଲ ନାଡୁକୁ ଏକ ଟ୍ରଫ ଲାଇନ ରହିଛି | ଏହାର ପ୍ରଭାବରେ ମାଲକାନଗିରି,କୋରାପୁଟ,ରାୟଗଡା,କଳାହାଣ୍ଡି,କନ୍ଧମାଳ,ବଲାଙ୍ଗିର,ନବରଙ୍ଗପୁର ଜିଲ୍ଲାରେ ବର୍ଷା ହେବ |ଏହା ସହ ବଲାଙ୍ଗିର,ସୋନପୁର,କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି | ଏହି ଜିଲ୍ଲା ଗୁଡିକୁ ଛାଡିଦେଲେ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହୋଇପାରେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟ ଛାତ୍ର ସଭାପତି କଣ ବଦଳିବେ ? ଦ୍ୱନ୍ଦରେ ଛାମୁଆ ଦୁଇ ଦଳର ଛାତ୍ର ନେତା...

Wed Aug 21 , 2019
ଯେତିକି ପାଖେଇ ଆସୁଛି ଛାତ୍ରସଂସଦ ନିର୍ବାଚନ, ସେତିକି ଉଷ୍ମତା ବଢୁଚି କ୍ୟାମ୍ପସ୍ ରେ । ହେଲେ ଉଷ୍ମତା ପରିଲକ୍ଷିତ ହେଉନାହିଁ କଂଗ୍ରେସ ଓ ବିଜେଡି ଛାତ୍ର ଶିବିର ରେ ।ଗୋଟିଏ ଦଳର (କଂଗ୍ରେସ)ଦୁଇବର୍ଷ ଧରି କେହି ରାଜ୍ୟ ଛାତ୍ର ସଭାପତି ନଥିଲା ବେଳେ,ଅନ୍ୟ ରାଜ୍ୟ ମୁରବି ଦଳର ସଭାପତି ବଦଳିବାର ହାୱ।ରେ ସିଧ୍ୟାନ୍ତ ରେ ପହନ୍ଚି ପାରୁନାହାଁନ୍ତି କୁଜି ଛାତ୍ରନେତା । ଆସନ୍ତା ସେପ୍ଟେମ୍ବର ମାସରେ ଛାତ୍ରସଂସଦ ନିର୍ବାଚନ,ମାସର ତୃତୀୟ […]

You May Like

Pin It on Pinterest