ବାସ୍ତବବ୍ୟୁରୋ:ଆଜି ଭୁବନେଶ୍ବରର ରାମମନ୍ଦିର ନିକଟରେ ଥିବା ଏକ ହୋଟେଲରୁ,ଲାଞ୍ଚ ନେଉଥିବାବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି, ଜିଏସଟି ଓ କେନ୍ଦ୍ରୀୟ ଅବକାରୀ ବିଭାଗର ୩ ଅଧୀକ୍ଷକ। ସିବିଆଇ ପକ୍ଷରୁ ଜାରି ସୂଚନା ଅନୁସାରେ ଜିଏସଟିରେ ଜାଲିଆତି ପାଇଁ ରାଜଧାନୀ ଭୁବନେଶ୍ବରର ଏକ ହୋଟେଲରେ ଲାଞ୍ଚ ଦିଆନିଆ ଚାଲିଥିବା ବେଳେ ସେମାନଙ୍କୁ ଗିରଫ କରିଛି ସିବିଆଇ । କର ଠକେଇ ଲାଗି ଜିଏସଟି ଓ କେନ୍ଦ୍ରୀୟ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ଲାଞ୍ଚ ନେଉଥିଲେ । ଧରାପଡ଼ିଥିବା ୩ ଅଧୀକ୍ଷକ ହେଲେ ଆର୍ତ୍ତଭଞ୍ଜନ କର, ପ୍ରଦୀପ କୁମାର ଆଚାର୍ଯ୍ୟ ଏବଂ ଏନ.ଏନ ସାହୁ। ଏମାନଙ୍କ ବ୍ୟତୀତ ଲାଞ୍ଚ ଦେଉଥିବା ବ୍ୟକ୍ତି ଆଶୁତୋଷ ପାଢ଼ୀଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଖବର ଅନୁସାରେ, ଗୋଟିଏ ଘରୋଇ ଶିକ୍ଷାନୁଷ୍ଠାନର ଜିଏସଟି ମାମଲାର ରଫାଦଫା କରିବା ପାଇଁ,ଶିକ୍ଷାନୁଷ୍ଠାନର କର୍ମଚାରୀ ଅଧୀକ୍ଷକଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ଅର୍ଥ ଦେବା ବେଳେ, ସିବିଆଇଟିମ୍ ହାତରେ ଧାରାପଡ଼ିଥିଲେ |ଅଧିକ ତଥ୍ୟ ପାଇଁ ସିବିଆଇ ଗିରଫ ଅଧୀକ୍ଷକଙ୍କୁ ପଚରାଉଚରା ଜାରି ରଖିଛି। ସିବିଆଇର ଏକ ୬ ଜଣିଆ ଟିମ ହୋଟେଲ ପରିସରରେ ତାଙ୍କୁ ଜେରା କରୁଛନ୍ତି। ପୂର୍ବରୁ ଜିଏସଟି ଠକେଇ ଧରିବା ଲାଗି ସିବିଆଇ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲେ ।