ଯେତିକି ପାଖେଇ ଆସୁଛି ଛାତ୍ରସଂସଦ ନିର୍ବାଚନ, ସେତିକି ଉଷ୍ମତା ବଢୁଚି କ୍ୟାମ୍ପସ୍ ରେ । ହେଲେ ଉଷ୍ମତା ପରିଲକ୍ଷିତ ହେଉନାହିଁ କଂଗ୍ରେସ ଓ ବିଜେଡି ଛାତ୍ର ଶିବିର ରେ ।ଗୋଟିଏ ଦଳର (କଂଗ୍ରେସ)ଦୁଇବର୍ଷ ଧରି କେହି ରାଜ୍ୟ ଛାତ୍ର ସଭାପତି ନଥିଲା ବେଳେ,ଅନ୍ୟ ରାଜ୍ୟ ମୁରବି ଦଳର ସଭାପତି ବଦଳିବାର ହାୱ।ରେ ସିଧ୍ୟାନ୍ତ ରେ ପହନ୍ଚି ପାରୁନାହାଁନ୍ତି କୁଜି
ଛାତ୍ରନେତା ।

ଆସନ୍ତା ସେପ୍ଟେମ୍ବର ମାସରେ ଛାତ୍ରସଂସଦ ନିର୍ବାଚନ,ମାସର ତୃତୀୟ ସପ୍ତାହରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଶେଷ ସପ୍ତାହ ସୁଧା ଶେଷ ହେବ । ହେଲେ ପ୍ରତିଥର ଭଳି ଏଥର କ୍ୟାମ୍ପସ୍ ରେ ଦୁଇ ଛାମୁଆ ଦଳର ରଣହୁଂଙ୍କାର ଆଜିଯାଏ ଦେଖିବାକୁ ମିଳୁନାହିଁ । ଏହି ନିରବତାର ଫାଇଦ ନେବାପାଇଁ ଖୁବ ଦମ ରେ ଅଣ୍ଟା ଭିଡୁଚି ଏ.ଭି.ବି.ପି ।
ସବୁବେଳେ କ୍ୟାମ୍ପସ୍ ରାଜନୀତିରେ ଆଗୁଆ ରହିଥାଏ ବିଜେଡି ,ଗତ ସାଧାରଣ ନିର୍ବାଚନ ପୁର୍ବରୁ ସବୁବର୍ଗର ଭୋଟରଙ୍କୁ ଆପଣେଇବାକୁ ଯେମିତି ତତ୍ପର ଥିଲା
ଏଥର ସେମିତି କିଛି ଦେଖିବାକୁ ମିଳୁନି । ପ୍ରସ୍ତୁତିରେ ଆନ୍ତରିକତା ନଥିଲା ପରି ଲାଗୁଛି ।ଏପଟେ କଂଗ୍ରେସ କଥା ନକହିବା ଭଲ ଦୁଇ ବର୍ଷ ଧରି ରାଜ୍ୟ ଛାତ୍ର ସଭାପତି ନଥିବା ବେଳେ ,ପିସିସି ସଭାପତିଙ୍କ ଇସ୍ତଫା ଦେବା ଓ ଆଜିଯାଏ ଦଳ ନିରବ ରହିବା ସମସ୍ତ ଙ୍କୁ ଦ୍ୱନ୍ଦର ପକାଉଚି ।ଛାତ୍ର ମାନଙ୍କସମସ୍ୟା ନେଇ କଂଗ୍ରେସ ଛାତ୍ର ସଂଗଠନ ର ସେମିତି କିଛି ଆଖି ଦୁର୍ଶିଆ କମ ବି ନାହିଁ ।୨୦୧୬ ମସିହାରୁ କେତୋଟି କ୍ୟାମ୍ପସ୍ ଛାଡି ଅନ୍ୟ ଆଡେ ପ୍ରାୟତଃ
କଂଗ୍ରେସ ଛାତ୍ର ସଂଗଠନ ପ୍ରାର୍ଥୀ ଦେଉନି ।ନିର୍ବାଚନ ବେଳେ ଯେଉଁ କେତେଜଣ ଛାତ୍ରନେତା ଆଗକୁ ବାହାରୁଛନ୍ତି ,ନିଜ ପତିଆରା ଥିବା
କଲେଜ ମାନଙ୍କ ରେ ପ୍ରାର୍ଥୀ ଦେଉଛନ୍ତି ।ଫଳରେ କଂଗ୍ରେସର
ଛାତ୍ର ସଂଗଠନ ଦୁର୍ବଳ ହେବାରେ
ଲାଗିଚି ।

ହେଲେ ସବୁଥର ପରି ଛାତ୍ର ସଂଗଠନ ନିର୍ବାଚନ ରେ ଏ.ବି.ଭି.ପି ଆଗୁଆ କାର୍ଯ୍ୟ ଆରମ୍ଭ କରିଥିବାର ଦେଖିବାକୁ ମିଳେ ।ଏଥରମଧ୍ୟ ପ୍ରାୟତ ମାସେ ପୁର୍ବରୁ ଏ.ବି.ଭି.ପି ବାରିପଦାଠାରେ ରାଜ୍ୟ ଛାତ୍ର ସଂଗଠନ କାର୍ଯ୍ୟକାରିଣୀ ବୈଠକ
କରିସାରିଛି ।୫୦ରୁ୬୦ଛାତ୍ରଛାତ୍ରୀ
ସଦସ୍ୟ ନିର୍ବାଚନ ପୁର୍ବରୁ ସଗ୍ରହ କରିବାର ଲକ୍ଷ ରଖିଛି ।
ବିଜେଡି ରାଜ୍ୟ ଛାତ୍ର ସଭାପତି ବଦଳିବାର ଚର୍ଚ୍ଚା ରେ ସମସ୍ତ ଆଶାୟୀ ନିଜ ନିଜର ଲବିରେ ବ୍ୟସ୍ତ,
ହେଲେ ମହାମହିମ’କାହାମୁଣ୍ଡରେ ଶିରପା ବାନ୍ଧିବେ ,ସମୟହିଁ କହିବ ହେଲେ ଶୁଣାଯାଏ ଜଣେ ପ୍ରଭାବଶାଳୀ ନେତା ଙ୍କ ଏକାନ୍ତ ଅନୁଗତ ଏ ପଦବୀ ପାଇ ପାରନ୍ତି ।
ଏଥିରୁ ଯାହା ପରିଲକ୍ଷିତ ହୁଏ ,
ବିଜେଡି, କଂଗ୍ରେସ ର ଏ ନିରବତାର
ଫାଇଦା ଏ.ବି.ଭି.ପି ନେଇପାରେ ।
ଦେଖାଯାଉ କେଉଁ ପାଣି କୁଆଡ଼େ
ଯାଉଛି ।
