ବାସ୍ତବଟିଭି 🙁ନୂଆଦିଲ୍ଲୀ)ଓଡ଼ିଶାର ସମ୍ବଲପୁରରେ ‘ଆଇଆଇଏମ୍’ର ସ୍ଥାୟୀ କ୍ୟାମ୍ପସ୍ର ଶିଳାନ୍ୟାସ କରିବା ଅବସରରେ,ଆଜି ପ୍ରଧାନମନ୍ତ୍ରୀ କହିଛନ୍ତିଯେ, ଆଞ୍ଚଳିକ’କୁ ‘ବୈଶ୍ୱିକ’ରେ ପରିଣତ କରିବା ଲାଗି ‘ଆଇଆଇଏମ୍’ର ଛାତ୍ରଛାତ୍ରୀମାନେ ନୂଆ ନୂଆ ଉପାୟ କରିବା ଆବଶ୍ୟକ। ‘ଆଞ୍ଚଳିକ’ ବ୍ରାଣ୍ଡ୍ ସବୁକୁ ‘ବିଶ୍ୱସ୍ତରୀୟ’ ବ୍ରାଣ୍ଡ୍ରେ ପରିଣତ କରିବା ନିମନ୍ତେ କାର୍ଯ୍ୟ କରିବା ଉଚିତ |

ପ୍ରଧାନମନ୍ତ୍ରୀ ମୋଦୀ ‘ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ୍ସ୍’ର (ଆଇଆଇଏମ୍) ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି, ଦେଶରେ ୨୦ଟି ‘ଆଇଆଇଏମ୍’ ଅଛି। ମେଧାର ଏହି ବିରାଟ ଗୋଷ୍ଠୀ କଳ୍ପନା କରାଯାଇଥିବା ଆତ୍ମନିର୍ଭର ଭାରତ ନିମନ୍ତେ ସହାୟକ ହେବେ।ଛାତ୍ରଛାତ୍ରୀମାନଙ୍କର ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟ ସମାଜର ସ୍ୱଳ୍ପ ସୁବିଧାପ୍ରାପ୍ତ ବର୍ଗଙ୍କୁ ଉପକୃତ କରିବ ବୋଲି ସୁନିଶ୍ଚିତ କରି ଛାତ୍ରଛାତ୍ରୀମାନେ ‘ବ୍ରାଣ୍ଡ୍ ଇଣ୍ଡିଆ’ରେ ଉପରେ ଧ୍ୟାନ ଦେବା ଆବଶ୍ୟକ।
ସାମଗ୍ରିକ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ ଏ କଥା କହିଛନ୍ତି |‘ବ୍ରାଣ୍ଡ୍ ଇଣ୍ଡିଆ’କୁ ବୈଶ୍ୱିକ ସ୍ୱୀକୃତି ଦିଆଇବା ହେଉଛି ଆମର ଦାୟିତ୍ୱ। ଯେଉଁମାନେ ଏହି ଅନୁଷ୍ଠାନର ଅଂଶବିଶେଷ ହେବେ ସେମାନେ ବିକାଶକୁ ପ୍ରୋତ୍ସାହନ ଦେବା ସହ ସାମଗ୍ରିକ ଅନ୍ତର୍ଭୁକ୍ତି ଉପରେ ଧ୍ୟାନ ଦେବା ଆବଶ୍ୟକତା ରହିଛି ।
ଆଜି ଏହି ଶିଳାନ୍ୟାସ ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରମେଶ ପୋଖରିୟାଲ୍ ‘ନିଶଙ୍କ’, ଓ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ।