ଆଜି ଖାସ୍ ଖବର

ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ଆରମ୍ଭ । ଆଜିଠୁ ଜିଲ୍ଲା ବାହାର ଭକ୍ତ ମାନଙ୍କୁ ଦର୍ଶନ ଅନୁମତି ରହିଛି,  କିନ୍ତୁ ଦର୍ଶନ ପାଇଁ କରୋନା ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । 

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଡକ୍ଟର ଜଷ୍ଟିସ୍ ଏସ. ମୁରଲୀଧର ଜାନୁଆରି ୪ ତାରିଖ ସୋମବାର ଦିନ ଶପଥ ଗ୍ରହଣ କରିବେ।

ଆଜିଠୁ ଖୋଲିଲା ସମଲେଶ୍ଵରୀ ମନ୍ଦିର । ଏହା ସହ ସମ୍ବଲପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିଲା । 

ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପକ୍ଷୀଗଣନା ଆରମ୍ଭ ହୋଇଛି । 

ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ସେହିପରି ମେ’ ୧୫ରୁ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରତି ବିଷୟରେ ୮୦ ମାର୍କ ର ପ୍ରଶ୍ନ ରହିବ ।  ଏଥର ପରୀକ୍ଷାରେ ୫୦ ମାର୍କର ଅବଜେକ୍ଟିଭ ଓ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ ପଡ଼ିବ । କିନ୍ତୁ ପରୀକ୍ଷାଫଳ ପ୍ରକାଶ କରାଯିବା ବେଳେ ୧୦୦ ମାର୍କରୁ ମୂଲ୍ୟାୟନ କରାଯିବ । ୮୦ରୁ ରଖିଥିବା ମାର୍କକୁ ଭିତ୍ତି କରି ଅବଶିଷ୍ଟ ୨୦ ମାର୍କର ମୂଲ୍ୟାୟନ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।   

ରାଜ୍ୟରେ ଜାରି ରହିଛି ପ୍ରବଳ ଶୀତ ।  ଆଜିଠାରୁ ଦୁଇଦିନ  ୬ଟି ଜିଲ୍ଲାରେ ଘନ କୁହୁଡି ଆସ୍ତରଣ ରହିବ ।  ଅନୁଗୁଳ, କଟକ, ଜଗତସିଂହପୁର, କନ୍ଧମାଳ, ଭଦ୍ରକ, କେନ୍ଦ୍ରାପଡ଼ାରେ ଘନ କୁହୁଡି ଦେଖାଯିବ।  ଏନେଇ ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । 

କରୋନା ଟିକା ନେଇ ଡିସିଜିଆଇ ଆଜି(ରବିବାର) ଦିନ ୧୧ଟାରେ ସାମ୍ବାଦିକ ସମ୍ମିଳନୀ କରିବେ। ଟିକା ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ

 ଜାତୀୟ ରାଜଧାନୀ ଦିଲ୍ଲୀ ଓ ଏହାର ଉପକଣ୍ଠରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଆଜି ଭୋର ସକାଳୁ ଝିପିଝିପି ବର୍ଷା ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଦିଲ୍ଲୀରେ ଭୋର ଆଜି ଭୋର ସକାଳୁ ବର୍ଷା ହୋଇଥିବା ବେଳେ ରାଜସ୍ଥାନ, ହରିୟାଣା, ଉତ୍ତର ପ୍ରଦେଶ ସମେତ ଅନ୍ୟ କିଛି ରାଜ୍ୟଗୁଡ଼ିକରେ ମଧ୍ୟ ଆଜି ବର୍ଷା ହୋଇପାରେ ।  

ଚାଷୀମାନଙ୍କ ଦାବି ପୂରଣ ନହେଲେ ଆସନ୍ତା ସାଧାରଣତନ୍ତ୍ର ଦିବସ ତଥା ଜାନୁଆରି ୨୬ରେ ହଜାର ହଜାର ସଂଖ୍ୟାରେ ଚାଷୀ ଜାତୀୟ ରାଜଧାନୀରେ ପ୍ରବେଶ କରିବେ ଏବଂ ଟ୍ରାକ୍ଟର୍‌ ପରେଡ୍‌ କରିବେ। 

ନିକଟରେ ବ୍ରିଟେନରୁ ଦିଲ୍ଲୀ ଫେରିଥିବା ୪୦ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । 

ବ୍ରିଟେନ ଏବଂ ଭାରତ ମଧ୍ୟରେ ବନ୍ଦ ଥିବା ବିମାନ ସେବା ଆସନ୍ତା ଜାନୁଆରି ୬ ତାରିଖରୁ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଘୋଷଣା କରିଛନ୍ତି। 

ଏବର୍ଷର ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ବାଂଲାଦେଶ ସେନାର ଏକ ‘ମାର୍ଚିଙ୍ଗ୍‌ କଣ୍ଟିଜେଣ୍ଟ୍‌’ ଅଂଶଗ୍ରହଣ କରିବ ବୋଲି ଶନିବାର ଦିନ ସରକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଆସନ୍ତା ୧୧ରୁ ଖୋଲିବ..

Sun Jan 3 , 2021
ବାସ୍ତବ ବ୍ୟୁରୋ-ରାଜ୍ୟରେ କୋଭିଡ୍ -୧୯ ପାଇଁ ହୋଇଥିବା ଲକ୍-ଡାଉନ୍ ଏବଂ ଏଥିପାଇଁ ପାଠପଢ଼ାରେ କ୍ଷତି ବିଷୟକୁ ବିଚାର କରି, ଆସନ୍ତା ୧୧ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ଏଥିରେ କୁହାଯାଇଛି। ୟୁଜି/ପିଜି, ପିଏଚଡି, ଏମ୍ […]

You May Like

Pin It on Pinterest