ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଆସନ୍ତା ୧୧ରୁ ଖୋଲିବ..

ବାସ୍ତବ ବ୍ୟୁରୋ-ରାଜ୍ୟରେ କୋଭିଡ୍ -୧୯ ପାଇଁ ହୋଇଥିବା ଲକ୍-ଡାଉନ୍ ଏବଂ ଏଥିପାଇଁ ପାଠପଢ଼ାରେ କ୍ଷତି ବିଷୟକୁ ବିଚାର କରି, ଆସନ୍ତା ୧୧ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବ ବୋଲି ଏଥିରେ କୁହାଯାଇଛି।

ୟୁଜି/ପିଜି, ପିଏଚଡି, ଏମ୍ ଫିଲ୍ ଛାତ୍ରଛାତ୍ରୀ ଓ ରିସର୍ଚ୍ଚ ସ୍କଲାରଙ୍କ ପାଇଁ ଜାନୁଆରି ୧୦ ତାରିଖରୁ ହଷ୍ଟେଲ ଖୋଲିବାକୁ ବି ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।

ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୧୫ ଯାଏଁ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ପାଠ ପଢା ଜାରି ରହିବ । ଏହି ସମୟରେ ବାକି ଥିବା ଶେଷ ସେମିଷ୍ଟାରର ମଧ୍ୟ ପରୀକ୍ଷା କରାଯିବ । ମାର୍ଚ୍ଚ ୧୫ ରୁ ୩୧ ଯାଏ ପରୀକ୍ଷା କରାଯିବ । ଏପ୍ରିଲ ୩୦ରେ ବାହାରିବ ସେମିଷ୍ଟାର ପରୀକ୍ଷା ଫଳ । ତେବେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ କୋଭିଡ଼ ଗାଇଡଲାଇନ୍‌ ଅନୁଯାୟୀ ଖୋଲାଯିବ ।

କଣ୍ଟେନମେଣ୍ଟ ଜୋନ୍‌ରେ ଯଦି ଛାତ୍ରଛାତ୍ରୀମାନେ ରହୁଥିବା, ତେବେ ସେମାନଙ୍କୁ କଲେଜ ଓ ବିଶ୍ୱବିଦ୍ୟାଳୟ ଆସିବା ଉପରେ କଟକଣା ଲଗାଯାଇଛି । ଛାତ୍ରାଛ୍ରାତୀମାନେ ମାସ୍କ ଓ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ ରହିଛି । ଶ୍ରେଣୀ ଗୃହରେ ଛାତ୍ରାଛାତ୍ରୀମାନେ ଅତିକମ୍‌ରେ ୬ ଫୁଟ୍‌ ଦୂରତାରେ ବସିବେ । କଲେଜ ଓ ବିଶ୍ୱବିଦ୍ୟାଳୟ ପରିସରରେ କେହି ବି ଛେପ ପକାଇପାରିବେ ନାହିଁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୌରଭ ଗାଙ୍ଗୁଲିଙ୍କ ଆଉ ଏକ ଆଞ୍ଜିଓପ୍ଲାଷ୍ଟି ଉପରେ ନିଷ୍ପତ୍ତି ଆସନ୍ତାକାଲି...

Sun Jan 3 , 2021
ବାସ୍ତବବ୍ୟୁରୋ:ସୌରଭ ଗାଙ୍ଗୁଲିଙ୍କ ଅନ୍ୟ ଏକ ଆଞ୍ଜିଓପ୍ଲାଷ୍ଟି ଉପରେ ଆସନ୍ତାକାଲି ନିଷ୍ପତ୍ତି,ମୃଦୁ ହୃଦଘାତ ପରେ ଶନିବାର ଭାରତୀୟ କ୍ରିକେଟ୍ ବୋର୍ଡର ମୁଖ୍ୟ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଅସ୍ତ୍ରୋପଚାର କରିଥିଲେ। ଛାତିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିବା ପରେ ଡାକ୍ତରମାନେ ତିନୋଟି ସ୍ଥାନରେ ଅବରୋଧକୁ ସଂଶୋଧନ କରିବା ପାଇଁ ଆଞ୍ଜିଓପ୍ଲାଷ୍ଟି କରିଥିଲେ। ବର୍ତ୍ତମାନ ସୋମବାର ମେଡିକାଲ ବୋର୍ଡ ବୈଠକରେ ତାଙ୍କର ଚିକିତ୍ସାର ପରବର୍ତ୍ତୀ ପର୍ଯ୍ୟାୟରେ ନିଷ୍ପତ୍ତି ନିଆଯିବ। ସର୍ବଶେଷ […]

You May Like

Pin It on Pinterest