ଆଜି ଖାସ୍ ଖବର

ଆଜିଠୁ ସମସ୍ତ ରୁଟରେ ଗଡିବ ମୋ ବସ୍ । ଆଜିଠାରୁ ୩ ଦିନ ପାଇଁ ରାଜ୍ୟର ୧୧ଟି ଜିଲ୍ଲାରେ ଘନ କୁହୁଡ଼ି ହେବ।

ଆଜି ଶପଥ ନେବେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡକ୍ଟର ଏସ୍ ମୁରଲୀଧର ।

ଅନୁଗୁଳ, ବୌଦ୍ଧ, ସୋନପୁର, ଜଗତସିଂହପୁର, କନ୍ଧମାଳ ଓ ଭଦ୍ରକରେ ସକାଳୁ ସକାଳୁ ଘନ କୁହୁଡ଼ି ହେବ। ସେହିପରି ୫ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ ଓ ଜଗତସିଂହପୁରରେ କୁହୁଡ଼ି ଜାରି ରହିବ। ସେହିପରି ଆସନ୍ତା ୬ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ଜଗତସିଂହପୁର ଓ ନୟାଗଡ଼ରେ କୁହୁଡ଼ି ଜାରି ରହିବେ।

ଆଜି ଅପରାହ୍ନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଚାଷୀନେତା ଓ ସରକାରଙ୍କ ମଧ୍ୟରେ ୭ମ ପର୍ଯ୍ୟାୟରେ ଆଲୋଚନା ହେବ । ଚାଷୀ ଆନ୍ଦୋଳନକୁ ଆଜି ୪୦ ଦିନ ହୋଇଥିବା ବେଳେ ଏହାର ପୂର୍ବରୁ ୬ଟି ପର୍ଯ୍ୟାୟରେ ଆଲୋଚନା ବିଫଳ ହୋଇଛି ।

ଉତ୍ତର ଭାରତରେ ଆଗାମୀ ୩ ଦିନ ଯାଏଁ ପ୍ରବଳ ବର୍ଷା ସହିତ ତୁଷାରପାତ ହେବ ବୋଲି ଆକଳନ କରିଛି । ଦିଲ୍ଲୀ ଓ ଏହାର ଉପକଣ୍ଠରେ ବିଗତ ୨ ଦିନ ହେବ ବର୍ଷା ଜାରି ରହିଛି ଏବଂ ଆଗାମୀ ୩ ଦିନ ଯାଏଁ ଏହା ଜାରି ରହିବ ବୋଲି ଆକଳନ ହୋଇଛି ।

ଭାରତ ଜାତିସଂଘର ଶକ୍ତିଶାଳୀ ସୁରକ୍ଷା ପରିଷଦକୁ ୨ ବର୍ଷ ପାଇଁ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି । ଯାହାର କାର୍ଯ୍ୟକାଳ ଆଜିଠାରୁ ଆରମ୍ଭ ହେଉଛି । ଜାତିସଂଘର ସୁରକ୍ଷା ପରିଷଦରେ ସୋମବାର ଦିନ ଭାରତୀୟ ଜାତୀୟ ପତାକା ଲଗାଯିବ । ଜାତି ସଂଘରେ ଭାରତ ପକ୍ଷରୁ ସ୍ଥାୟୀ ପ୍ରତିନିଧିତ୍ୱ କରୁଥିବା , ରାଜଦୂତ ଟିଏସ୍‌ ତିରୁମୂର୍ତ୍ତି ତିରଙ୍ଗ୍ରା ଲଗାଇବା ସହ ସମାରୋହରେ ଭାଷଣ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ମୋରୋକୋ: ଏଠାରେ ଜରୁରୀକାଳୀନ ବ୍ୟବହାର ପାଇଁ ଚୀନ୍‌ର ସିନୋଫାରମକୁ ଅନୁମୋଦନ କରାଯାଇଛି। ବ୍ରିଟେନ-ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା କରୋନା ଟିକା ର ମୋଟ 6.5 ନିୟୁତ ଡୋଜ ଏଠାରେ ସିନୋଫର୍ମ ସହିତ ବିତରଣ କରାଯାଇଛି | ପ୍ରତିରୋପଣ ଶୀଘ୍ର ଆରମ୍ଭ ହେବ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ ଖୁସି ଖବର!

Mon Jan 4 , 2021
ବାସ୍ତବବ୍ୟୁରୋ:କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ ଖବର!ସପ୍ତମ ବେତନ ଆୟୋଗ କେନ୍ଦ୍ର କର୍ମଚାରୀଙ୍କ ପାଇଁ ସରକାର ନୂଆ ବର୍ଷ ଉପହାର ଦେଇଛନ୍ତି। ସମସ୍ତ ବିଦ୍ୟମାନ କର୍ମଚାରୀଙ୍କ ପାଇଁ ସରକାର ‘ଅକ୍ଷମତା କ୍ଷତିପୂରଣ’ ଜାରି କରିବାକୁ ଘୋଷଣା କରିଛନ୍ତି। ତାଙ୍କ କର୍ତ୍ତବ୍ୟ ପାଳନ କରିବାବେଳେ, ଯଦି କର୍ମଚାରୀ ଅକ୍ଷମତାର ଶିକାର ହୁଅନ୍ତି, ଏବଂ ତଥାପି ତାଙ୍କ ସେବାରେ ରୁହନ୍ତି, ତେବେ ସେ ‘ଅକ୍ଷମତା କ୍ଷତିପୂରଣ’ ପାଇବାକୁ ଜାରି ରଖିବେ | ଏଥିସହ ମହଙ୍ଗାଭତ୍ତା […]

You May Like

Pin It on Pinterest