ମିଲେଟ୍‌ ମିସନ’ ଓ ‘ମୋ ଉପକାରୀ ବଗିଚା’ ଯୋଜନା ପାଇଁ ଓଡିଶା ସରକାରଙ୍କୁ ନିତୀଆୟୋଗ ଙ୍କ ପ୍ରଶଂସା

ବାସ୍ତବବ୍ୟୁରୋ: ‘ଓଡ଼ିଶା ମିଲେଟ୍‌ ମିସନ’ ଓ ‘ମୋ ଉପକାରୀ ବଗିଚା’ ଯୋଜନା ଉଲ୍ଲେଖନୀୟ ସଫଳତା ପାଇଁ, ଭାରତର ନୀତି ଆୟୋଗ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି| ଏହି ଯୋଜନା ଗର୍ଭବତୀ ମହିଳା, ପ୍ରସୂତି, କିଶୋରୀ ଓ ଶିଶୁମାନଙ୍କ ଖାଦ୍ୟ ସାରଣୀରେ ବିବିଧତା ଆଣିବା ସହ ପୁଷ୍ଟି ସାଧନ କ୍ଷେତ୍ରରେ ତୃଣମୂଳ ସ୍ତରରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥିବାରୁ ଅନ୍ୟ ରାଜ୍ୟମାନେଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ନିତୀ ଆୟୋଗ ପରାମର୍ଶ ଦେଇଛନ୍ତି।

ଓଡ଼ିଶା ମିଲେଟ୍‌ ମିସନ୍‌୨୦୧୭ ମସିହାରେ ଆରମ୍ଭ ହୋଇଥିଲା। ମାଣ୍ଡିଆ ଉତ୍ପାଦନ ବୃଦ୍ଧି ସହ ବଜାର ସୃଷ୍ଟି ନିମନ୍ତେ ସମନ୍ବିତ ଶିଶୁ ବିକାଶ ଯୋଜନା, ମଧ୍ୟାହ୍ନ ଭୋଜନ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମାଣ୍ଡିଆକୁ ସାମିଲ କରିବା ନେଇ ବହୁମୁଖୀ ଯୋଜନାମାନ ମଧ୍ୟ ପ୍ରସ୍ତୁତ ହୋଇଥିଲା। ବର୍ତ୍ତମାନ ପାଇଲଟ୍‌ ପ୍ରକଳ୍ପ ଭାବେ କେନ୍ଦୁଝର ଜିଲ୍ଲାରେ ୩୩୫ଟି ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରାକ୍‌-ବିଦ୍ୟାଳୟ ଶିଶୁମାନଙ୍କୁ ସକାଳ ଜଳଖିଆରେ ମାଣ଼୍ଡିଆ ଲଡ଼ୁ ପ୍ରଦାନ କରାଯାଉଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ୫୪୯ଟି ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ବ୍ୟବସ୍ଥା କରାଯାଇଛି। ଯାହାକୁ ନୀତି ଆୟୋଗ ଉଚ୍ଚ ପ୍ରଶଂସା କରିଛନ୍ତି। ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗ ୨୦୧୯ ମସିହାରୁ,ଗର୍ଭବତୀ ମହିଳା, କିଶୋରୀ ଓ ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କୁ ପରିପୂରକ ପୁଷ୍ଟି ସାଧନ ପାଇଁ , ମୋ ଉପକାରୀ ବଗିଚା’ ଯୋଜନା ଆରମ୍ଭ କରିଛନ୍ତି। ବିଶେଷକରି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପ୍ରାକ୍-ବିଦ୍ୟାଳୟ ଶିଶୁମାନଙ୍କୁ ଋତୁକାଳୀନ ପନିପରିବା ଓ ଫଳ ଆଦି ଖାଇବାକୁ ଦେଇ ସେମାନଙ୍କ ପୁଷ୍ଟି ସାଧନକୁ ସୁନିଶ୍ଚିତ କରିବା ନିମନ୍ତେ ଉଦ୍ୟମ କରାଯାଇଛି। ଏ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ୧୭ ହଜାର ‘ ମୋ ଉପକାରୀ ବଗିଚା’ ସୃଷ୍ଟି କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Jan 5 , 2021
ବାସ୍ତବବ୍ୟୁରୋ:କୃଷି ନିୟମକୁ ବିରୋଧ କରୁଥିବା କୃଷକଙ୍କ ସ୍ୱର ବିସ୍ତାର କରିବା ପାଇଁ ସିଙ୍ଗୁ ସୀମାରେ ଏଲଇଡି ସ୍କ୍ରିନ ଏବଂ ଲାଉଡ ସ୍ପିକର ଲଗାଯାଇଛି। ଆନ୍ଦୋଳନ ସମୟରେ ପାରସ୍ପରିକ ଯୋଗାଯୋଗ ବଜାୟ ରଖିବା ପାଇଁ ୱାକି ଟକିଗୁଡିକ ମଧ୍ୟ ବହୁଳ ଭାବରେ ବ୍ୟବହୃତ ହେଉଛି | ଆନ୍ଦୋଳନରେ ସୂଚନା ସିଷ୍ଟମକୁ ହାଇ-ଟେକ୍ କରିବା ପାଇଁ ସମସ୍ତ ଗ୍ୟାଜେଟ୍ ବ୍ୟବହାର କରାଯାଉଛି ଯାହା ଦ୍ୱାରା ପାରସ୍ପରିକ ସମ୍ପର୍କ ସର୍ବଦା ବଜାୟ ରହିବ | […]

You May Like

Pin It on Pinterest