କୁଳମଣି ବରାଳ ଙ୍କ ହତ୍ୟା ଘଟଣାରେ…. ପୋଲିସ ହାତରେ ଲାଗୁନି ସୁରାକ

ବାସ୍ତବବ୍ୟୁରୋ:ମାହାଙ୍ଗା, ମାହାଙ୍ଗା ଡବଲ ମଡର୍ର ଘଟଣାରେ ୪୮ ଘଣ୍ଟା ପରେ ବି ପୋଲିସ ହାତରେ ଲାଗୁନି ସୁରାକ । ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ କାହିଁକି ହତ୍ୟାକରାଗଲା ,ତା ଉପରେ ଏବେବି ସସପିଏନ୍ସ | କଟକ ଗ୍ରାମାଞ୍ଚଳ ପୋଲିସର ହାତ ଏବେବି ଶୂନ। ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳତା ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇଛି ବିଜେପି । ଅବିଭକ୍ତ କଟକ ଜିଲ୍ଲାର ଥାନା, ବ୍ଲକ ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିଛି ଦଳ । ସେପଟେ ଜବାବ ରଖିଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ।

ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟ ସିଂହ ବରାଳଙ୍କ,ହତ୍ୟାର ୪୮ ଘଣ୍ଟା ପରେ ପୋଲିସ ହାତ ଖାଲି | ଅଭିଯୁକ୍ତଙ୍କୁ ଧରିବାକୁ ଡିଆଇଜି ଏସପିଙ୍କ ତତ୍ତ୍ବାବଧାନରେ ୫ଟି ସ୍ବତନ୍ତ୍ର ଟିମ ଗଠନ ହୋଇ ଥିଲେ ବି ହତ୍ୟାକାରୀଙ୍କ ଟେର ମିଳିନାହିଁ। ସେପଟେ ବିଜେପି ଆଜି ଆନ୍ଦୋଳନକୁ ଓହ୍ଲାଇଛି । ରାଜନୈତିକ କାରଣରୁ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ କରିଆସୁଛି ବିଜେପି । ଅବିଭକ୍ତ କଟକ ଜିଲ୍ଲାର ସବୁ ବ୍ଲକ ଓ ଥାନା ଆଗରେ ବିକ୍ଷୋଭ ଓ ପ୍ରତିବାଦ କରିଛି । ସେପଟେ ଓଡିଶା ସରକାର ସବୁବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି । ଅଭିଯୁକ୍ତମାନେ ନିଶ୍ଚୟ ଗିରଫ ହେବେବୋଲି ବିଜେଡି କହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତା ୧୧ ତାରିଖ ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିବ,ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ।

Tue Jan 5 , 2021
ବାସ୍ତବବ୍ୟୁରୋ:ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ଆସନ୍ତା ୧୧ ତାରିଖ ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ,ପିଜି କାଉନସିଲ ସମ୍ମିଳନୀ ଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ପରେ କୁଳପତି ସବିତା ଆଚାର୍ଯ୍ୟ, ଏ କଥା କହିଛନ୍ତି | ତିନିଦିନ ତଳର କୋଭିଡ ନେଗେଟିଭ ରିପୋର୍ଟ ପ୍ରଦର୍ଶନ ଆଧାରରେ ଅନ୍ତେବାସୀଙ୍କୁ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ। ଯେଉଁମାନଙ୍କ ପାଖରେ ଟେଷ୍ଟ ରିପୋର୍ଟ ନଥିବ ସେମାନଙ୍କ […]

You May Like

Pin It on Pinterest