ଆସନ୍ତା ୧୧ ତାରିଖ ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିବ,ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ।

ବାସ୍ତବବ୍ୟୁରୋ:ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ଆସନ୍ତା ୧୧ ତାରିଖ ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ,ପିଜି କାଉନସିଲ ସମ୍ମିଳନୀ ଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ପରେ କୁଳପତି ସବିତା ଆଚାର୍ଯ୍ୟ, ଏ କଥା କହିଛନ୍ତି |

ତିନିଦିନ ତଳର କୋଭିଡ ନେଗେଟିଭ ରିପୋର୍ଟ ପ୍ରଦର୍ଶନ ଆଧାରରେ ଅନ୍ତେବାସୀଙ୍କୁ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ। ଯେଉଁମାନଙ୍କ ପାଖରେ ଟେଷ୍ଟ ରିପୋର୍ଟ ନଥିବ ସେମାନଙ୍କ ଲାଗି କ୍ୟାମ୍ପସରେ ଏକ କୋଭିଡ ଟେଷ୍ଟ କ୍ୟାମ୍ପ ଖୋଲାଯିବ। ସେଠାରେ ମାଗଣାରେ ଟେଷ୍ଟ କରାଯାଇ ଛଡ଼ାଯିବ। ପୂରା କ୍ୟାମ୍ପସକୁ ବିଶୋଧନ କରାଯିବ। କୋଭିଡ ନିୟମ ପାଳନ କରାଯାଇ ଶିକ୍ଷାଦାନ କରାଯିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାରତୀୟ ବାୟୁସେନାର ମିଗ୍ -୨୧ ବିମାନ ଦୁର୍ଘଟଣାଗ୍ରସ୍ତ....

Tue Jan 5 , 2021
ବାସ୍ତବବ୍ୟୁରୋ:(ରାଜସ୍ଥାନ)ସୁରଟଗଡରେ ଭାରତୀୟ ବାୟୁସେନାର ମିଗ୍ -୨୧ ଦୁର୍ଘଟଣା, ପାଇଲଟ୍ ସୁରକ୍ଷିତ ଭାବେ ବାହାରକୁ ଯିବାରେ ସଫଳ ହୋଇଛନ୍ତି | ମଙ୍ଗଳବାର ସନ୍ଧ୍ୟାରେ ରାଜସ୍ଥାନର ସୁରଟଗଡରେ ମିଗ୍ -୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ବୈଷୟିକ ତ୍ରୁଟି ହେତୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପୂର୍ବରୁ ପାଇଲଟ ନିଜକୁ ସୁରକ୍ଷିତ କରିବାରେ ସଫଳ ହୋଇଥିଲେ। ଦୁର୍ଘଟଣାର କୋର୍ଟ ଅଫ ଇନକ୍ଵାରି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେୟାର […]

You May Like

Pin It on Pinterest