ବାସ୍ତବବ୍ୟୁରୋ:କୋର୍ଟ ଚାଲାଣ ବେଳେ ପଞ୍ଚାନନ ସେଠୀ ର ଚାଞ୍ଚଲ୍ୟକର ବୟାନବ | ମାହାଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଆସାମୀ ପଞ୍ଚାନନ ସେଠୀ,କୁଳମଣି ବରାଳଙ୍କୁ ସେ ହତ୍ୟା କରିଥିବା ସ୍ୱୀକାର କରିଛି। ପୂର୍ବରୁ କୁଳମଣି ଓ ତାଙ୍କ ପୁଅ ତାଙ୍କୁ ଲଙ୍ଗଳା କରି ବାଡାବାଡ଼ି କରିଥିଲେ ବୋଲି ପୁଲିସ ଆଗରେ ବୟାନ ଦେଇଛି। ତେଣୁ ପ୍ରତିଶୋଧ ନେବାକୁ ଯାଇ ଆମେ ତାଙ୍କୁ ଆକ୍ରମଣ କଲୁ ବୋଲି ପଞ୍ଚାନନ କହିଛି ।ହେଲେ ସର୍ବସାଧାର ଏହାକୁ ସହଜରେ ହଜମ କରି ପାରୁ ନାହାନ୍ତି |କାରଣ ପରୀ ଘଟଣାରେ,ନା’ବାଳକ କୁ ସାବାଳକ ରୂପ ଯଦି ଦିଆଯାଇ ପାରୁଥାଏ ,ତେବେ ଏଥିରେ କେତେ ସତ୍ୟତା ତାହା ସମୟ କହିବି |
ସୂଚନାଯୋଗ୍ୟ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୁଲିସ ଏଯାଏଁ ୫ ଜଣଙ୍କୁ ଗିରଫ କରିସାରିଛି।ବିଜେପି ଓ କଂଗ୍ରେସ କିନ୍ତୁ ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପଜେନାଙ୍କ,ବହିଷ୍କାର ଦାବିରେ ଅଟଳ | କୁଳମଣି ବରାଳକୁ ପୂର୍ବ ଶତ୍ରୁତା ଯୋଗୁଁ ହତ୍ୟା କରାଇଛି ବୋଲି କହୁଥିବା ଆସାମୀ ପଞ୍ଚାନନ ସତ କହୁଛିତ ? ବୁଦ୍ଧିଜୀବୀ ମହଲରେ ଏ ବି ଏକ ପ୍ରଶ୍ନବାଚୀ ??



