ଆଗାମୀ ୨ ମାସ ଆମକୁ ସତର୍କତାର ସହ ଚଳିବା କୁ ପଡିବ – ମୁଖ୍ୟମନ୍ତ୍ରୀ

ବାସ୍ତବବ୍ୟୁରୋ:ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ଟିକାକରଣ ସଂପର୍କରେ ସମୀକ୍ଷା ରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ,ଆଗାମୀ ୨ ମାସ ଆମକୁ ସତର୍କତାର ସହ ଚଳିବା କୁ ପଡିବ ।ଇଂଲଣ୍ଡ ତଥା ଇଉରୋପରେ କୋଭିଡର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଯାଇଛି ଏବଂ କେତେକ ଦେଶରେ ଲକ୍‌ଡାଉନ୍‌ ମଧ୍ୟ ପୁଣି ଲାଗୁ କରାଗଲାଣି । ତେଣୁ ଆମକୁ ଅଧିକ ସତର୍କତାର ସହିତ କୋଭିଡ ଗାଇଡଲାଇନ୍‌ ପାଳନ କରିବାକୁ ହେବ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ କି ସମସ୍ତଙ୍କ ସହଯୋଗରେ ଆମେ କୋଭିଡ ସଂକ୍ରମଣକୁ ସଫଳ ଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ ନିୟନ୍ତ୍ରଣ କରିପାରିଛୁ । ଅଧିକାଂଶ ଜିଲ୍ଲା ଗ୍ରୀନ ଜୋନ୍‌ରେ ରହିଥିବା ବେଳେ ତୀବ୍ର ସଂକ୍ରମଣ ପର୍ଯ୍ୟାୟ ଆମ ପାର୍‌ ହୋଇଯାଇଛୁ । ଏହି ସଫଳତା ପାଇଁ କଠିନ ପରିଶ୍ରମ କରିଥିବା ସ୍ବାସ୍ଥ୍ୟ କର୍ମୀ, ଡାକ୍ତର ଏବଂ ଆଗଧାଡିରେ ରହି କାମ କରୁଥିବା ସମସ୍ତ କୋଭିଡ ଯୋଦ୍ଧା ମାନଙ୍କୁ ଧନ୍ୟବାଦ |

ଖୁବ୍‌ଶୀଘ୍ର ଏ ପରିସ୍ଥିତିରୁ ଆମେ ମୁକୁଳି ପାରିବା ବୋଲି ଆଶାବ୍ୟକ୍ତ କରିଥିଲେ ମୁଖ୍ୟମନ୍ତ୍ରୀ | କୋଭିଡ ଟିକା ଲୋକଙ୍କ ଭିତରେ ବିପୁଳ ଆଶା ସଂଚାର କରିଛି। ଏହି ଟିକା ଉତ୍ପାଦନରେ ଭାରତ ପୃଥିବୀର ଆଗୁଆ ଦେଶ ହୋଇଛି । ଏହି ଟିକାକରଣ କାର୍ଯ୍ୟକ୍ରମକୁ ସଫଳ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଓଡିଶା ସଂପୂର୍ଣ୍ଣ ପ୍ରସ୍ତୁତ । ତେଣୁ ଟିକା ସଂପର୍କରେ ଲୋକଙ୍କ ଭିତରେ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଟିଆରପି ସ୍କାମ ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ପ୍ରମାଣ ମିଳିଛି

Thu Jan 7 , 2021
ବାସ୍ତବବ୍ୟୁରୋ:ବୁଧବାର ମୁମ୍ବାଇ ପୋଲିସ ବମ୍ବେ ହାଇକୋର୍ଟଙ୍କୁ କହିଛି ଯେ ଟିଆରପି ସ୍କାମ ମାମଲାରେ ରିପବ୍ଲିକ ଟିଭି ଏବଂ ଏହାର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ କିଛି ପ୍ରମାଣ ମିଳିଛି, ତେଣୁ ତାଙ୍କୁ ସୁରକ୍ଷା ଦେବା ପାଇଁ କୋଣସି ପଦକ୍ଷେପ ନ ନିଆଯାଉ । ତେବେ ହାଇକୋର୍ଟ କୌଣସି ଯୁକ୍ତି ନ ଶୁଣାଇ ମାମଲାର ଶୁଣାଣି ସ୍ଥଗିତ ରଖିବା ପରେ ମୁମ୍ବାଇ ପୋଲିସ ପରବର୍ତ୍ତୀ ଶୁଣାଣି ତାରିଖ ୧୫ ଜାନୁୟାରୀ ପର୍ଯ୍ୟନ୍ତକୌଣସି […]

You May Like

Pin It on Pinterest