ଜାମ୍ମୁ କାଶ୍ମୀରରେ ଭୟଙ୍କର ଭୂମିକମ୍ପ…

ବାସ୍ତବବ୍ୟୁରୋ :ଜମ୍ମୁ-କଶ୍ମୀର କତ୍ରା ନିକଟରେ ଭୂକମ୍ପ ଝଟକା ଅନୁଭୂତ ହେବାରୁ ଲୋକଙ୍କ ମନରେ ଭୟର ସୃଷ୍ଟି ହୋଇଛି। ରିକ୍ଟର ସ୍କେଲରେ ଭୂମ୍ପକର ତୀବ୍ରତା ୫.୧ ରେକର୍ଡ କରାଯାଇଛି। ଭୂକମ୍ପର ଝଟକା କିସ୍ତିୱାର ଓ ଉଦ୍ଧମପୁରରେ ମଧ୍ୟ ଅନୁଭୂତ ହୋଇଛି।

ଏଥିରେ ଅଧିକ କ୍ଷୟକ୍ଷତି ଘଟିଥିବା ଆଶଙ୍କା କରାଯାଉଛି। ତେବେ ରିପୋର୍ଟ ଲେଖା ହେବା ବେଳରୁ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ। ମିଳିଥିବା ଖବର ଅନୁସାରେ , କତ୍ରାର ଉତ୍ତର ପୂର୍ବ ଦିଗର ୬୩ କିମି ଦୂର ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ସନ୍ଧ୍ୟା ୭.୩୨ରେ ଭୂପୃଷ୍ଠର ୫ କିମି ଗଭୀରେ ଭୂକମ୍ପ ସୃଷ୍ଟି ହୋଇଥିଲା।

ଝଟକା ଅନୁଭୂତ ହେବା ପରେ ଲୋକମାନେ ଘର ବାହାରକୁ ଚାଲିଆସି ଖୋଲା ସ୍ଥାନରେ ଛିଡ଼ା ହୋଇଥିଲେ। ଏବେ ପ୍ରାଶସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଥିବା ଜଣାପଡ଼ିଛି। ଡୋଡାର ଜିଲ୍ଲା ମାଜିଷ୍ଟ୍ରେଟ ଲୋକଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି। ସେହିପରି ସବୁ ତହସିଲଦାରକୁ କ୍ଷୟକ୍ଷତିର ଆକଳନ କରିବାକୁ ମଧ୍ୟ କହିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ୧୨ ଜାନୁଆରୀ ଜାତୀୟ ଯୁବ ଦିବସ, ଜାତୀୟ ଯୁବ ଦିବସର ମହତ୍ତ୍ୱ ଏବଂ ଇତିହାସ କ’ଣ …?

Tue Jan 12 , 2021
ବାସ୍ତବବ୍ୟୁରୋ :ଆଜି ଜାନୁଆରୀର ୧୨ ସମଗ୍ର ଦେଶ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର | ଏହା କେବଳ ଏକ ସାଧାରଣ ତାରିଖ ନୁହେଁ | ଜାନୁଆରୀ ୧୨ ରେ ଭାରତର ସର୍ବଶ୍ରେଷ୍ଠ ଦାର୍ଶନିକ, ଆଧ୍ୟାତ୍ମିକ ଏବଂ ସାମାଜିକ ନେତାମାନଙ୍କ ମଧ୍ୟରୁ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଏ | ଆମ ଦେଶ ଯୁବକମାନଙ୍କର ଦେଶ | ମହାନ ଆତ୍ମାକୁ ମନେ ରଖିବା ପାଇଁ ଏହା ଏକ ସୁଯୋଗ, ଯିଏ ସାରା […]

You May Like

Pin It on Pinterest