ବାସ୍ତବବ୍ୟୁରୋ:ନୂଆଦିଲ୍ଲୀ: ଆଜି ସେର୍ମ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(ଏସ୍ଆଇଆଇ) ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟକୁ କୋଭିସିଲ୍ଡ ଟିକା ପଠାଇଛି।ଏସ୍ଆଇଆଇ ସିଇଓ ଅଦର ପୁନାୱାଲା କହିଛନ୍ତି କି,ଭାରତ ସରକାରଙ୍କ ପାଇଁ ଏହି ଟିକାର ସ୍ବତନ୍ତ୍ର ମୂଲ୍ୟ ୨୦୦ଟଙ୍କା ରଖାଯାଇଛି | ବେସରକାରୀ କ୍ରେତାମାନଙ୍କ ପାଇଁ କୋଭିସିଲ୍ଡ ଡୋଜ ପିଛା ୧୦୦୦ ଟଙ୍କାରେ ବିକ୍ରି କରାଯିବ।

ପୁନାୱାଲା ଆହୁରି ବି କହିଛନ୍ତି କି କମ୍ପାନିକୁ ଘରୋଇ ବଜାରରେ ଟିକା ବିକ୍ରି କରିବାକୁ ବାରଣ କରାଯାଇଛି। କୋଭିଡ -୧୯ ଟିକାର ପ୍ରଥମ ୧୦୦ ମିଲିୟନ ଡୋଜ ଭାରତ ସରକାରଙ୍କୁ “ବିଶେଷ ମୂଲ୍ୟରେ” ଡୋଜ୍ ପିଛା ୨୦୦ ଟଙ୍କାରେ ବିକ୍ରି ହୋଇଛି, ଯାହାର ମୂଲ୍ୟ ପରେ ଅଧିକ ହେବ। ସିରମ୍ ଇନଷ୍ଟିଚ୍ୟୁଟ୍ ଆହୁରି ୩୦୦ରୁ ୪୦୦ ମିଲିୟନ୍ ଟିକା ପାଇଁ ଏକ ବୃହତ ଚୁକ୍ତିନାମା ସ୍ୱାକ୍ଷର କରିବା ପ୍ରକ୍ରିୟାରେ ଅଛି।



