ମକରରୁ ଖୋଲିବ ବ୍ରହ୍ମପୁରର ତିନିଟି ସିନେମା ହଲ୍‌ ଶକ୍ତି, ପାୟଲ, ରୁକ୍ମିଣୀ |

ବାସ୍ତବବ୍ୟୁରୋ:କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ପାଳନ କରି ବ୍ରହ୍ମପୁର ମହାନଗର ତିନିଟି ସିନେମା ହଲ୍‌ ଶକ୍ତି, ପାୟଲ, ରୁକ୍ମିଣୀ କୁ ଖୋଲିବା ପାଇଁ, ବ୍ରହ୍ମପୁର ମହାନଗରନିଗମ କମିସନର୍‌ ସିଦ୍ଧେଶ୍ବର ବଳିରାମ ବୋନ୍ଦାର ଅନୁମତି ଦେଇଥିବା ସୂଚନା ମିଳିଛି। ଏହି ତିନିଟି ସିନେମା ହଲ୍‌ ୧୪ତାରିଖରୁ ଖୋଲିବ। ତେବେ କୋଭିଡ୍‌ ନିୟମ ଅବମାନନା ହେଉଥିବା ନେଇ ଅଭିଯୋଗ ଆସିଲେ ସମ୍ପୃକ୍ତ ସିନେମାହଲ୍‌ ଗୁଡିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନର୍‌ ମାଲିକାମାନଙ୍କୁ ସତର୍କ କରାଇ ଅଛନ୍ତି ।

ପୋଙ୍ଗଲକୁ ଦୃଷ୍ଟିରେ ରଖି ଏହି ତିନି ହଲ୍‌ରେ ତିଟିଟି ପୃଥକ୍‌ ତେଲୁଗୁ ଭାଷୀ ସିନେମା ପ୍ରଦର୍ଶିତ ହେବ। ଶକ୍ତିରେ ‘ରେଡ଼’, ପାୟଲ୍‌ରେ ‘ମାଷ୍ଟର୍‌ ’(ମୂଳ ତାଲିମ୍‌ ସିନେମାର ତେଲୁଗୁ ରିମେକ୍‌) ଏବଂ ରୁକ୍ମିଣୀରେ ‘କ୍ରାକ୍‌ ’ ପ୍ରଦର୍ଶିତ ହେବ। ଏଥିପାଇଁ ଆଜି ରାତିରୁ ଅନ୍‌ଲାଇନ୍‌ ବୁକିଂ ଆରମ୍ଭ ହୋଇଛି। ‘ଡବ୍ଲୁଡବ୍ଲୁଡବ୍ଲୁ.ବୁକିଂ ମାଇଁ ସୋ’ ୱେବ୍‌ସାଇଟ୍‌ରେ ଟିକେଟ୍ ଉପଲବ୍ଧ ହେବାନେଇ ଖବର ମିଳିଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |

Wed Jan 13 , 2021
ବାସ୍ତବବ୍ୟୁରୋ:(ମାହାଙ୍ଗା) ଦିବଙ୍ଗତ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି |ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତିକି,ମାହାଙ୍ଗା ଅଞ୍ଚଳରେ ସର୍ବଦା ଗରିବଙ୍କ ସେବା କରୁଥିବା ଦିବଙ୍ଗତ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ। ଦୁଇ ଜଣଙ୍କୁ ଯେଭଳି ବୀଭତ୍ସ ଭାବେ ହତ୍ୟା କରାଯାଇଛି, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି।ଏହାସହିତ […]

You May Like

Pin It on Pinterest