କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |

ବାସ୍ତବବ୍ୟୁରୋ:(ମାହାଙ୍ଗା) ଦିବଙ୍ଗତ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି |ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତିକି,ମାହାଙ୍ଗା ଅଞ୍ଚଳରେ ସର୍ବଦା ଗରିବଙ୍କ ସେବା କରୁଥିବା ଦିବଙ୍ଗତ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ। ଦୁଇ ଜଣଙ୍କୁ ଯେଭଳି ବୀଭତ୍ସ ଭାବେ ହତ୍ୟା କରାଯାଇଛି, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି।ଏହାସହିତ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜନୀତିରେ ଦଳ ବଦଳ, ମତ ବଦଳ, ମନ ବଦଳ ହୁଏ। କିନ୍ତୁ ଏଭଳି ହିଂସାର ସ୍ଥାନ ନଥାଏ। ଏଭଳି ବୀଭତ୍ସ ଘଟଣା ପରେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଯେଉଁଭଳି ଭାବେ ଭଡ଼ାଟିଆଙ୍କୁ ଲଗାଇ କୁଶପୁତ୍ତଳିକା ଦାହ କରୁଛନ୍ତି ଓ ଏଥିରେ ନାଗରିକ ମଞ୍ଚକୁ ଲଗାଇଛନ୍ତି, ତାହା ଦୁର୍ଭାଗ୍ୟଜନକ। ମନ୍ତ୍ରୀ ନିଜ ଅହଂକାର ଘରେ ରଖନ୍ତୁ। ପ୍ରଜାତନ୍ତ୍ରରେ ଅଂହକାରର ସ୍ଥାନ ନାହିଁ। ମନ୍ତ୍ରୀଙ୍କ ଭଡ଼ାଟିଆ ଭାବେ କୁଶପତ୍ତଳିକା ଦାହ କରୁଥିବା ବ୍ୟକ୍ତି ବି ଥରେ ନିଜ ନିଜ ବିବେକକୁ ପଚାରନ୍ତୁ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି କି ,ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ଘଟଣା ସଂପର୍କରେ କୁଳମଣି ବାବୁ ତାଙ୍କୁ ଅନେକଥର ଭେଟି ସୂଚନା ଦେଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ବି ତୁମ୍ବିତୋଫାନ ହୋଇଥିଲା। ସେହି କାରଣରୁ ଏଭଳି ବୀଭତ୍ସଭାବେ କୁଳମଣି ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା କରାଗଲା। ଦିନେ ବୈଷ୍ଣବ ପାଣିଙ୍କ ପାଇଁ ଯେଉଁ ମାଟି କଳା, ସାହିତ୍ୟ, ସଂସ୍କୃତିକୁ ନେଇ ପ୍ରସିଦ୍ଧ ଥିଲା, ଏବେ ସେହି ଅଂଚଳ ରାଜ‌ୈନିତକ ହିଂସା ଓ ଦୁର୍ନୀତିର ପ୍ରୟୋଗଶାଳା ପାଲଟିଛି। କିନ୍ତୁ ଏହି ଘଟଣାରେ କଂଗ୍ରେସ ରାଜ୍ୟ ସଭାପତି ଓ ଅନ୍ୟ ନେତାମାନେ ଦୁଇ ଦିବଙ୍ଗତଙ୍କ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଉଛି ।

ଦିଲ୍ଲୀପ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ‘ସ୍ମୃତିତୀର୍ଥ’ ସ୍ମରଣିକା ଉନ୍ମୋଚିତ ହୋଇଥିଲା।ସଭାରେ ପୂର୍ବତନ ଡିଜି ତଥା ବରିଷ୍ଠ ନେତା ପ୍ରକାଶ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ,ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ,ଜିଲ୍ଲା ବିଜେପି ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା,ବିଧାୟକ ନାଉରି ନାଏକ, ସୁବାସ ପାଣିଗ୍ରାହୀ, ସୁକାନ୍ତ ନାଏକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରବି ନାଏକ, ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ,ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ନୟନ ମହାନ୍ତି, ସୁଦୀପ୍ତ ରାୟ, ଦିଲ୍ଲୀପ ମହାନ୍ତି, ଯତୀନ ମହାନ୍ତି, ସୁରଥ ବିଶ୍ୱାଳ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇ, ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ, ଅମର ନାଏକ, କଟକନଗର ସଭାପତି ଲଲାଟେନ୍ଦୁ ବଡୁ, ଯାଜପୁର ଜ଼ିଲ୍ଲା ସଭାପତି ଗୌତମ ରାୟ, ଭୁବନ ମୋହନ ଜେନା, ବିଷ୍ଣୁ ଦାସ, ରଶ୍ମିରେଖା ଦାସ,ଟଙ୍କଧର ତ୍ରିପାଠୀ, ପ୍ରଦୀପ ପଟ୍ଟନାୟକ, ବିଶ୍ୱରଞ୍ଜନ ମିଶ୍ର, ଚୌଧୁରୀ ହେମନ୍ତ ସାହୁ ଓ ଯାଜ୍ଞସେନୀ ଜେନା, ପ୍ରମୁଖ ଯୋଗ ଦେଇ ସ୍ମ୍ରୁତୀଚାରଣ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର....

Wed Jan 13 , 2021
ବାସ୍ତବବ୍ୟୁରୋ :ଦେଶ ଶୀଘ୍ର ଆଉ ଦୁଇଟି ଟିକା ପାଇବ, ତା’ପରେ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟମାନଙ୍କ ସହ ଏହାର ମୂଲ୍ୟ ସ୍ଥିର କରିବେ |ତିନି ଦିନ ପରେ ଦେଶରେ ବିଶ୍ୱର ସର୍ବବୃହତ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାପୂର୍ବରୁ ଟୀକାକରଣର ମାତ୍ରା ରାଜ୍ୟଗୁଡିକରେ ପହଞ୍ଚିବା ଆରମ୍ଭ କରି ଦେଇଛି, କିନ୍ତୁ ଏହି ସମୟ ମଧ୍ୟରେ ଟିକା ମୂଲ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଭୁବନେଶ୍ବର: ଲୋକସେବା ଭବନରୁ ଭିଡିଓ କନଫରେନ୍‌ସିଂ ଜରିଆରେ […]

You May Like

Pin It on Pinterest