୧୫ ତାରିଖରେ ଦେଶବ୍ୟାପୀ ‘କିଷାନ ଅଧିକାର ଦିବସ’ପାଳନ କରିବ କଂଗ୍ରେସ

ବାସ୍ତବବ୍ୟୁରୋ: ଆସନ୍ତା ୧୫ ତାରିଖରେ ଦେଶବ୍ୟାପୀ ‘କିଷାନ ଅଧିକାର ଦିବସ’ ପାଳନ କରିବାକୁ ଏଆଇସିସି ଡାକରା ଦେଇଛି କେନ୍ଦ୍ର ସରକାରଙ୍କ ତିନିଟି କୃଷି ଆଇନ୍‌କୁ ପ୍ରତ୍ୟାହାର କରିବା ଦାବି ସହ ପେଟ୍ରୋଲ୍‌, ଡିଜେଲ୍‌ ଦର ବୃଦ୍ଧିର ପ୍ରତିବାଦରେ, ଏହି ଘେରାଉ ଓ ଶୋଭାଯାତ୍ରା |ଏହି ପରି ପେକ୍ଷିରେ ରାଜ୍ୟ କଂଗ୍ରେସ ପକ୍ଷରୁ ୧୫ ତାରିଖରେ ରାଜଭବନ ଘେରାଉ କରାଯିବ।

Photo: social media

ପାୱାର୍‌ହାଉସ୍‌ ଛକରୁ ଏକ ଶୋଭାଯାତ୍ରା ବାହାରି ରାଜଭବନ ଅଭିମୁଖେ ଯିବ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ମୋଦୀ ସରକାର ପ୍ରଣୟନ କରିଥିବା ତିନିଟି କଳା କୃଷି ଆଇନ୍‌ ଯୋଗୁ ଦେଶର ୬୨ କୋଟି କୃଷକ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି। ଏହି କଳା ଆଇନ ପ୍ରତ୍ୟାହାର ଦାବିରେ ଲକ୍ଷାଧିକ କୃଷକ ଦିଲ୍ଲୀ ସୀମାରେ ୫୦ ଦିନ ଧରି ଧାରଣା ଓ ବିକ୍ଷୋଭ ଜାରି ରଖିଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ଜଣ କୃଷକ ମୃତ୍ୟୁବରଣ କଲେଣି। ତାହା ସ‌େତ୍ତ୍ବ କେନ୍ଦ୍ର ସରକାର ନିଜ ଜିଦ୍‌ରେ ଅଟଳ ଅଛନ୍ତି। ଏହି ସମୟରେ ଅନ୍ନଦାତାଙ୍କ ପଛରେ ଦୃଢ଼ ଭାବେ ଠିଆ ହେବାକୁ ପ୍ରତ୍ୟେକ କଂଗ୍ରେସ କର୍ମୀ ଓ ନାଗରିକମାନଙ୍କୁ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆହ୍ବାନ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦୁନିଆର ରହସ୍ୟମୟ ହୋଟେଲ, ଯେଉଁଥିରେ ଆଜି ପର୍ଯ୍ୟନ୍ତ କୌଣସି ମଣିଷ ରହି ନାହାଁନ୍ତି |

Thu Jan 14 , 2021
ବାସ୍ତବବ୍ୟୁରୋ:ଦୁନିଆର ରହସ୍ୟମୟ ହୋଟେଲ, ଯେଉଁଥିରେ ଆଜି ପର୍ଯ୍ୟନ୍ତ କୌଣସି ମଣିଷ ରହି ନାହାଁନ୍ତି | ଉତ୍ତର କୋରିଆ ଏହାର ସ୍ୱତନ୍ତ୍ର ନିୟମ ଏବଂ କ୍ଷେପଣାସ୍ତ୍ରର ପରୀକ୍ଷଣ ହେତୁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ ଅଟେ। କିନ୍ତୁ ଏଠାରେ ଅନେକ ଜିନିଷ ଅଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ | ଏଥିମଧ୍ୟରୁ ଗୋଟିଏ ହେଉଛି ପିରାମିଡ୍ ଆକୃତିର ସୂଚିତ ଏକ ଆକାଶ ଛୁଆ ଏମାରତ, ଯାହା ଏକ ହୋଟେଲ |ଏହି ହୋଟେଲର ଅଫିସିଆଲ୍ […]

You May Like

Pin It on Pinterest