ଆଜି ଖାସ୍ ଖବର

ଆଜି ପବିତ୍ର ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଆଜି ମକର ସଂକ୍ରାନ୍ତି ଉପଲେକ୍ଷ ମକର ଚୌରାଅଶି ବେଶେର ଭକ୍ତ ମାନଙ୍କୁ ଦଶର୍ନ ଦେଉଛନ୍ତି ମହାପ୍ରଭୁ । 

ଆଜି(ଗୁରୁବାର) ସକାଳ ପ୍ରାୟ ୬.୩୦ରେ କୋରାପୁଟ‌ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୮୩୦୦ ଡୋଜ୍‌ କୋଭିଡ୍‌-୧୯ ଟିକା ପହଞ୍ଚିଛି।

ଆଜି କଳାହାଣ୍ଡି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ ଟା ୩୫ମିନିଟରେ ଜୟପାଟଣା ବ୍ଲକ ମଗଂଲପୁରରେ ହେଲିକପ୍ଟର ଯୋଗେ ନବୀନ ପହଂଚିବେ । ଭର୍ଚୁଆଲ ମାଧ୍ୟମରେ ଇନ୍ଦ୍ରାବତୀ ମଗଂଲପୁର ଠାରେ ୭୫୬ କୋଟି ବ୍ୟୟରେ ନିର୍ମିତ ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ ।

ପ୍ରସିଦ୍ଧ ଶୈବପୀଠ ଧବଳେଶ୍ଵରରେ ୧୪୪ ଧାରା ଜାରି ।

କେନ୍ଦ୍ର ସରକାର ତିନିଟି କୃଷି ଆଇନ୍‌କୁ ପ୍ରତ୍ୟାହାର କରିବା ଦାବି ସହ ପେଟ୍ରୋଲ୍‌, ଡିଜେଲ୍‌ ଦର ବୃଦ୍ଧିର ପ୍ରତିବାଦରେ ଆସନ୍ତା ୧୫ ତାରିଖରେ ଦେଶବ୍ୟାପୀ ‘କିଷାନ ଅଧିକାର ଦିବସ’ ପାଳନ କରିବାକୁ ଏଆଇସିସି ନିଷ୍ପତ୍ତି ନେଇଛି। ରାଜ୍ୟ କଂଗ୍ରେସ ପକ୍ଷରୁ ୧୫ ତାରିଖରେ ରାଜଭବନ ଘେରାଉ କରାଯିବ। 

ମକର ସଂକ୍ରାନ୍ତି ଅବସରରେ ଆଜି ସକାଳୁ ଲକ୍ଷାଧିକ ଶ୍ରଦ୍ଧାଳୁ କୋଭିଡ କଟକଣା ସହ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାଇଛନ୍ତି । 

ଉତ୍ତର ଭାରତ ଓ ପୂର୍ବ ଭାରତରେ ମକର ସଂକ୍ରାନ୍ତି ପାଳନ ହେଉଥିବା ବେଳେ ଦକ୍ଷିଣ ଭାରତରେ ଆୟୋଜନ ହୋଇଛି ପବିତ୍ର ପୋଙ୍ଗଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୬ ତାରିଖରେ କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ଦ୍ବାରା ଉଦ୍‌ଘାଟନ କରିବେ। 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ନିମ୍ନଗୃହର ପ୍ରତିନିଧି ସଭାରେ ପାରିତ ହୋଇଯାଇଛି । ଏଥି ସହିତ ଟ୍ରମ୍ପ ଏଭଳି ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି, ଯିଏକି ଦ୍ୱିତୀୟ ଥର ପାଇଁ ମହାଭିଯୋଗ ପ୍ରସ୍ତାବର ସମ୍ମୁଖୀନ ହୋଇଛନ୍ତି ।

କରୋନାଭାଇରସ୍‌ର ଉତ୍ପତ୍ତି ସଂକ୍ରାନ୍ତରେ ତଦନ୍ତ ଲାଗି ଗୁରୁବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ବିଶେଷଜ୍ଞ ଦଳ ଊହାନ୍‌ରେ ପହଞ୍ଚିଛନ୍ତି।

କରୋନା ମହାମାରୀ ଯୋଗୁଁ ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୯ କୋଟି ୨୭ ଲକ୍ଷ ୨୭ ହଜାର ୭୩୫ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୯ ଲକ୍ଷ ୮୫ ହଜାର ୮୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି   ୬ କୋଟି ୬୨ ଲକ୍ଷ ୭୨ ହଜାର ୧୯୧ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୪୪ ଲକ୍ଷ ୭୦ ହଜାର ୬୪୦ ଜଣ ଲୋକ ସକ୍ରିୟ ଅଛନ୍ତି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଏବେ ସମସ୍ତଙ୍କ ଭାତହାଣ୍ଡି ସାଜିଛି - ମୁଖ୍ୟମନ୍ତ୍ରୀ |

Thu Jan 14 , 2021
ବାସ୍ତବବ୍ୟୁରୋ:(ଭବାନୀପାଟଣା)ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଳାହାଣ୍ଡିରେ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ୫୪ଟି ପ୍ରକଳ୍ପର ଉଦ୍‌ଘାଟନ ଓ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।ଆଜି ଉଦ୍‌ଘାଟିତ ଓ ଶିଳାନ୍ୟାସ କରାଯାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ମେଗା ଉଠା ଜଳସେଚନ ବ୍ୟବସ୍ଥା, ଫୁଡ ପାର୍କ, ନୂଆ ବିଦ୍ୟୁତ ଫିଡର ଲାଇନ, ଭବାନୀପାଟଣାରେ ନୂଆ ବସ୍‌ଷ୍ଟାଣ୍ଡ, ରାସ୍ତାଘାଟ, ସେତୁ ଆଦି ବିଭିନ୍ନ ପ୍ରକଳ୍ପ ରହିଛି। ଏହି ଅବସରରେ ଜୟପାଟଣା ବ୍ଲକ୍‌ର […]

You May Like

Pin It on Pinterest