ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ,ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକୁଟିଆ ଗୋଟିଏ ମଞ୍ଚ, ଏହା ସାମନ୍ତବାଦୀ ମାନସିକତାର ପ୍ରତିଫଳନ ନୁହେଁକି ? – ପ୍ରଦୀପ୍ତ ନାଏକ

ବାସ୍ତବବ୍ୟୁରୋ:ଗତ କଲି (ଗୁରୁବାର) କଳାହାଣ୍ଡି ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ଉତ୍ସବକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ନିମନ୍ତ୍ରଣ ହୋଇଥିଲେମଧ୍ୟ, ସେ ଯାଇ ନଥିଲେ । ସଭାକୁ ନ ଯିବାର କାରଣ ଦର୍ଶାଇ ସେ କହିଛନ୍ତି ଯେ ମୋତେ ସେହି କାର୍ଯ୍ୟକ୍ରମକୁ ଡକାଯାଇଥିଲେ ମଧ୍ୟ ମୁଁ ଗଲି ନାହିଁ। କାରଣ ଯେଉଁଭଳି ଭାବରେ ଅତିଥି ମାନଙ୍କ ପାଇଁ ଦୁଇଟି ମଂଚ ଵେବସ୍ଥାକୁ ମୁ ବିରୋଧ କରୁଛି |କଣପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକୁଟିଆ ଗୋଟିଏ ମଞ୍ଚ | ଏହା ସାମନ୍ତବାଦୀ ମାନସିକତାର ପ୍ରତିଫଳନ ନୁହେଁକି । କଳାହାଣ୍ଡି ଜିଲ୍ଲାର ସମସ୍ତ ମନ୍ତ୍ରୀ, ବିଧାୟକମାନଙ୍କ ପ୍ରତି ଏହା ଅପମାନ। ମୁଖ୍ୟମନ୍ତ୍ରୀ ଅଲଗା ବସିବେ ଆଉ ଅନ୍ୟମାନେ ଅଲଗା ବସିବେ କାହିଁକି? ମୁଖ୍ୟମନ୍ତ୍ରୀ କି ପରମ୍ପରା ଆରମ୍ଭ କରିବାକୁ ଚାହୁଁଛନ୍ତି? କାହିଁକି ଅନ୍ୟ ଜନପ୍ରତିନିଧି ମାନଙ୍କୁ ନିଚା ଦେଖାଇବା ପାଇଁ ପ୍ରୟାସ କରାଯାଉଛି |

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଚାଲିଥିଲା ବେଳେ ବିଜେପିର ବରିଷ୍ଠ ନେତାମାନେ ଭୁବନେଶ୍ବରରେ,ଦୁଇଟି ପୃଥକ ପୃଥକ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ଅଭିଯୋଗ ଥିଲା କି କେନ୍ଦ୍ର ସରକାରଙ୍କ ସମସ୍ତ କଲ୍ୟାଣମୂଳକ ଯୋଜନାକୁ ନିଜ ନାଁ ରେ ବ୍ରାଣ୍ଡିଂ କରି ନବୀନ ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି। କେନ୍ଦ୍ର ସରକାରଙ୍କ ଏଆଇବିପି ଯୋଜନା ଅନ୍ତର୍ଗତ ୯୦% ଆର୍ଥିକ ସହାୟତାେର ହୋଇଥିବା ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅସଲ ଧନ୍ୟବାଦର ପାତ୍ର। ମାତ୍ର ବ୍ରାଣ୍ଡିଂ ରାଜନୀତି କରୁଥିବା ନବୀନ ସରକାର ସୈାଜନ୍ୟମୂଳକ ଭାବେ ଏହି ସମାବେଶରେ ଥରୁଟିଏ ହେଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନାମ ଉଲ୍ଲେଖ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ବିରୋଧୀ ଦଳ ନେତା ଶ୍ରୀ ନାଏକ କଳାହାଣ୍ଡିର ବିଭିନ୍ନ ସମସ୍ୟା ବିଷୟ ରେ କହିଥିଲେ ଯେ ୨୦୦୧ରୁ ଚାଲିଥିବା ଇନ୍ଦ୍ରାବତୀ ରାଇଟ କେନାଲର ବର୍ତମାନ ପୁନରୁଦ୍ଧାର ଓ ମରାମତି ଆବଶ୍ୟକ ହେଲାଣି। କାରଣ ଚାଷୀମାନଙ୍କର ଅଭିଯୋଗ ତଳମୁଣ୍ଡରେ ପାଣି ପହଞ୍ଚୁନି। କଳାହାଣ୍ଡିରେ ରାଜ୍ୟର ଦ୍ବିତୀୟ କୃଷି ବିଶ୍ୱବିଦ୍ୟାଳୟର ସ୍ଥାପନା ପାଇଁ ତତ୍‌କାଳୀନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଘୋଷଣା କରିଥିଲେ। ଏଥି ପାଇଁ ୮୦୦ ଏକର ଜମି ବି ଚିହ୍ନଟ ହୋଇଛି। ସେ କାମ କାହିଁକି ଓ କିଏ ଅଟକାଇଲା?

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟାଳୟ କାହିଁକି ପଶ୍ଚିମ ଓଡ଼ିଶାରେ ନ ହୋଇ ଭୁବନେଶ୍ୱରରେ ରହିଛି? କେସିଙ୍ଗାରେ ଥିବା ସ୍ପିନିଙ୍ଗ ମିଲ୍‌ ଅଚଳ ହୋଇପଡ଼ିଛି। ଏହାକୁ ଚାଲୁ କରାଗଲେ କପା ଚାଷୀଙ୍କର ଅଭାବୀ ବିକ୍ରିର ସମସ୍ୟା ରୁହନ୍ତାନି। ତା’ ସହିତ ଏକ ହଜାରରୁ ଅଧିକ ଯୁବକ ଯୁବତୀ ନିଯୁକ୍ତି ପାଆନ୍ତେ। ଏସବୁ ପ୍ରଶ୍ନର ଉତ୍ତର କଳାହାଣ୍ଡି ଜିଲ୍ଲାବାସୀଙ୍କ ଆଗରେ ରଖିବାକୁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ନାଉରୀ ନାୟକ, ଭବାନୀ ଶଙ୍କର ଭୋଇ ଓ ଗଣେଶରାମ ଖୁଣ୍ଟିଆ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ଠାକୁର ରଞ୍ଜିତ ଦାସ ଓ ସୋନାଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର ...

Fri Jan 15 , 2021
ବାସ୍ତବବ୍ୟୁରୋ: ଆଜି ଠାରୁ ଆପଣଙ୍କର ମୋବାଇଲ୍ ନମ୍ବର ବଦଳିଯିବ,୧୧ ଅଙ୍କ ହେବ ଆପଣଂକ ମୋବାଇଲ୍ ନମ୍ବର |୧୧ ଅଙ୍କ ବିଶିଷ୍ଟ ମୋବାଇଲ୍ ନମ୍ବର, ଟ୍ରାଇ ନୂତନ ନିୟମ: ୧୫ ଜାନୁୟାରୀ ଠାରୁ, ଲ୍ୟାଣ୍ଡଲାଇନରୁ ମୋବାଇଲ୍ ଫୋନ୍ (ଲ୍ୟାଣ୍ଡଲାଇନରୁ ମୋବାଇଲ୍ କଲିଂ) କୁ କଲ କରିବାବେଳେ ଶୂନ ନମ୍ବର ଯଥା ‘ଶୂନ’ (0) ପୂର୍ବରୁ ପ୍ରୟୋଗ କରିବାକୁ ପଡିବ | ଆଜିଠାରୁ ଶ୍ରୀ ରାମ ଜନମଭୋମି ନିଧି ଆତ୍ମସମର୍ପଣ ଗ୍ରାଣ୍ଡ ଅଭିଯାନ, […]

You May Like

Pin It on Pinterest