ରାଜଧାନୀର ୫ ସରକାରୀ ସ୍କୂଲ ବୁଲିଲେ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ

ବାସ୍ତବବ୍ୟୁରୋ:ରାଜଧାନୀର ୫ ସରକାରୀ ସ୍କୂଲ ବୁଲିଲେ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ |ପଚାରି ବୁଝିଲେ ସ୍କୂଲର ସୁବିଧା ଅସୁବିଧା | ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପ୍ରଶ୍ନ ଥିଲା ସ୍କୁଲରେ କେତେ ପିଲା ପଢ଼ୁଛନ୍ତି? କେତେ ଶିକ୍ଷକ ଅଛନ୍ତି? ଗତବର୍ଷ ରେଜଲ୍ଟ କ’ଣ ଥିଲା? ‘ମୋ ସ୍କୁଲ’ ଯୋଜନା କିପରି କାର୍ଯ୍ୟକାରୀ ହେଉଛି? କ’ଣ କ’ଣ ସୁବିଧା ଦରକାର? ଖେଳ ପଡ଼ିଆ କେମିତି ଅଛି? ପାଠାଗାର ଅଛି କି ନାହିଁ? ବିଜ୍ଞାନ ଲାବୋରେଟୋରି ଅଛି ନା ନାହିଁ? ପାଣ୍ଡିଆନଙ୍କ ଏହି ପରିଦର୍ଶନ ୟୁନିଟ-୬ ବାଳକ ଉଚ୍ଚ ବିଦ୍ୟାଳୟରୁ ଆରମ୍ଭ ହୋଇ, ୟୁନିଟ-୧ ବାଳକ ଉଚ୍ଚ ବିଦ୍ୟାଳୟ, କ୍ୟାପିଟାଲ ହାଇସ୍କୁଲ, ୟୁନିଟ-୯ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଆଇଆର୍‌ସି ଭିଲେଜ୍‌ ହାଇସ୍କୁଲରେ ଶେଷ ହୋଇଥିଲା |

photo:social media

ପାଣ୍ଡିଆନଙ୍କ ସହ ଏହି ପରିଦର୍ଶନରେ ସାମିଲ ଥିବା ବିଏମ୍‌ସି କମିସନର ତଥା ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି କି , ସରକାରୀ ସ୍କୁଲରେ କିପରି ସ୍ମାର୍ଟ କ୍ଲାସରୁମ୍‌ କରାଯିବ ତାହାକୁ ଫୋକସ୍‌ କରାଯାଇଛି। ସବୁ ହାଇସ୍କୁଲରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ରହିବ।ସରକାରୀ ସ୍କୁଲର ଭିତ୍ତିଭୂମି, ଶିକ୍ଷାପଦ୍ଧତି, ଖେଳପଡ଼ିଆ, ପାଠାଗାର, ଲାବେ‌ାରେଟୋରି ଆଦିର ଉନ୍ନତୀକରଣ ନେଇ ଆଲୋଚନା କରାଯାଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତା ସାତ ଦିନ ବାରମ୍ବାର ପରିବର୍ତ୍ତନ ହେବ ପାଣିପାଗ...

Mon Jan 18 , 2021
ବାସ୍ତବବ୍ୟୁରୋ: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାଇ,ଆସନ୍ତା ସାତ ଦିନ ପାଣିପାଗରେ ବାରମ୍ବାର ପରିବର୍ତ୍ତନ ହେବ | ରାଜ୍ୟରେ ପୂର୍ବା ପବନର ପ୍ରବାହ ଯୋଗୁଁ ତାପମାତ୍ରା ବଢ଼ିବ। ୨୦ ତାରିଖ ଯାଏଁ ଶୀତ ଉଭେଇଯିବ। ୨୧ରୁ ୨୩ ତାରିଖ ୨ଦିନ ଶୀତ ଅନୁଭୂତ ହେବା ପରେ ରାଜ୍ୟର ତାପମାତ୍ରା ଊର୍ଧ୍ବମୁଖା ହେବ। ରାଜ୍ୟରେ ଶୀତର ଲୁଚକାଳି ଖେଳ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିକହିଛନ୍ତି । […]

You May Like

Pin It on Pinterest