ଆସନ୍ତା ସାତ ଦିନ ବାରମ୍ବାର ପରିବର୍ତ୍ତନ ହେବ ପାଣିପାଗ…

ବାସ୍ତବବ୍ୟୁରୋ: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାଇ,ଆସନ୍ତା ସାତ ଦିନ ପାଣିପାଗରେ ବାରମ୍ବାର ପରିବର୍ତ୍ତନ ହେବ | ରାଜ୍ୟରେ ପୂର୍ବା ପବନର ପ୍ରବାହ ଯୋଗୁଁ ତାପମାତ୍ରା ବଢ଼ିବ। ୨୦ ତାରିଖ ଯାଏଁ ଶୀତ ଉଭେଇଯିବ। ୨୧ରୁ ୨୩ ତାରିଖ ୨ଦିନ ଶୀତ ଅନୁଭୂତ ହେବା ପରେ ରାଜ୍ୟର ତାପମାତ୍ରା ଊର୍ଧ୍ବମୁଖା ହେବ। ରାଜ୍ୟରେ ଶୀତର ଲୁଚକାଳି ଖେଳ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିକହିଛନ୍ତି ।

Photo: social media

ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଆସନ୍ତା ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରାରେ ବି‌ଶେଷ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ସୋମବାର ରାତିଠାରୁ ରାଜ୍ୟକୁ ପୂର୍ବା ପବନର ପ୍ରବାହ ହେତୁ ତାପମାତ୍ରା ବଢ଼ିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା‌ ପରେ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ପାରଦ ଊର୍ଧ୍ବଗାମୀ ହେବ। ଉପକୂଳ ଓଡ଼ିଶାର ତାପମାତ୍ରା ମଧ୍ୟ ୨ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ୧୯ ଓ ୨୦ ତାରିଖରେ ରାଜ୍ୟରେ ତାପମାତ୍ରା ବଢ଼ିବ। ଫଳରେ ଶୀତ କମିବ। ୨୧ ତାରିଖରୁ ପାରଦ ପୁଣି ନିମ୍ନଗାମୀ ହେବା ସହ ଶୀତ ବଢ଼ିବାର ସମ୍ଭାବନା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର ...

Mon Jan 18 , 2021
ଆଜି ଠାରୁ ରାଜ୍ୟରେ ପୁଣି ଟୀକାକରଣ  । କେନ୍ଦ୍ର ସଂଖ୍ୟା ୩୮୦କୁ ବଢ଼ାଯାଇଛି । ଟୀକାକରଣ ପାଇଁ ୩୧ ହଜାର ୯୦୨ ଜଣକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି ।  ଦୀର୍ଘ ୧୦ ମାସ ପରେ ଆଜି ଭକ୍ତଙ୍କ ଦର୍ଶନ ନିମନ୍ତେ ମା’ ତାରିଣୀଙ୍କ ପୀଠ ଖୋଲିଛି। ସର୍ବସାଧାରଣଙ୍କ ଦର୍ଶନକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ଆଜି ସକାଳ ୮ଟାରୁ ଭକ୍ତମାନେ ମା’ଙ୍କ ଦର୍ଶନ କରୁଛନ୍ତି।  କରୋନା କୁ ଦୃଷ୍ଟିରେ ରଖି ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଆସନ୍ତା ମେ ୩ ତାରିଖରେ […]

You May Like

Pin It on Pinterest