ଆଜି ଖାସ୍ ଖବର

ରାଜଧାନୀ ଭୁବନେଶ୍ୱରରେ ନିର୍ମାଣ ହେବ ଦ୍ୱିତୀୟ ଫୁଟ୍ ଓଭର ବ୍ରିଜ୍ ସହିଦନଗର – ସତସଙ୍ଗ ବିହାର ମଧ୍ୟରେ ନିର୍ମାଣ ହେବ ଏହି ଫୁଟ ଓଭର ବ୍ରିଜ୍ ।

ଆଜି ରାଜ୍ୟକୁ ଆସିବ ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍‌ ଟୀକା । ଆଉ ୩ ଲକ୍ଷ ୩୪ ହଜାର ୫୦୦ କୋଭିସିଲ୍ଡ ଟୀକା ଆଜି ଭୁବନେଶ୍ୱର ଆସିବ ।

ଆଜି ବଲାଙ୍ଗୀରରେ ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରା ଗାଁରେ ପ୍ରସିଦ୍ଧ ସୁଲିଆ ଯାତ୍ରା ପାଳିତ ହେବ

ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାରେ ଆସନ୍ତା ୨ଦିନ ଘନ କୁହୁଡ଼ି ଦେଖାଯିବ।

ମଧ୍ୟପ୍ରଦେଶର ବେତୁଲଠାରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ସାମିଲ୍ ଥିବା ଦୁଇଟି ଗାଡ଼ି ମଧ୍ୟରେ ଧକ୍କା ହେବା ଫଳରେ ୨ଜଣ ଆହତ ହୋଇଥିବାର ଖବର ମିଳିଛି। ତେବେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଏହାଦ୍ବାରା କ୍ଷତିଗ୍ରସ୍ତ ହୋଇନାହିଁ।

ଘରୋଇ ବଜାରରେ ପେଟ୍ରୋଲ ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲକୁ ପୁଣି ବୃଦ୍ଧି କରିଛନ୍ତି।

ଆସନ୍ତାମାସ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଆଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି କ୍ରମରେ ଆଜି ‌କେନ୍ଦ୍ର ଅର୍ଥମନ୍ତ୍ରୀ ଦେଶର ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରାକ୍ ବଜେଟ୍‌ ଆଲୋଚନା କରିଛନ୍ତି। 

ଆସନ୍ତାକାଲି ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ ୧୦ମ ପର୍ଯ୍ୟାୟରେ ହେବ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁଜୁରାଟର ସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ପରେ ନରେନ୍ଦ୍ର ମୋଦୀ ସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ୨ୟ ପ୍ରଧାନମନ୍ତ୍ରୀ

ଭାରତ ୨୦ ଲକ୍ଷ କରୋନା ଟିକା ବାଂଲାଦେଶକୁ ରପ୍ତାନୀ କରିବ । ଏହି ଟିକା ବାଂଲାଦେଶର ରାଜଧାନୀ ଢାକାସ୍ଥିତ ଶାହଜଲାଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଂଚିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଇଂଲଣ୍ଡ ସହ ଆଗାମୀ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା, ନଟରାଜନ ଦଳରୁ ଆଉଟ...

Tue Jan 19 , 2021
ବାସ୍ତବବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ବିଜୟ ସହିତ ବିସିସିଆଇ ବର୍ତ୍ତମାନ ଇଂଲଣ୍ଡ ସହ ଆଗାମୀ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହାକୁ ଦୃଷ୍ଟିରେ ରଖି ନୂତନ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିସିସିଆଇ ଇଂଲଣ୍ଡ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି। ଇଂଲଣ୍ଡ ବିପକ୍ଷ ସିରିଜରେ ଅଧିନାୟକ ବିରାଟ କୋହଲି, ଇଶାନ୍ତ ଶର୍ମା ଏବଂ ହାର୍ଦ୍ଦିକ […]

You May Like

Pin It on Pinterest