ବାସ୍ତବବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ବିଜୟ ସହିତ ବିସିସିଆଇ ବର୍ତ୍ତମାନ ଇଂଲଣ୍ଡ ସହ ଆଗାମୀ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହାକୁ ଦୃଷ୍ଟିରେ ରଖି ନୂତନ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିସିସିଆଇ ଇଂଲଣ୍ଡ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି।
ଇଂଲଣ୍ଡ ବିପକ୍ଷ ସିରିଜରେ ଅଧିନାୟକ ବିରାଟ କୋହଲି, ଇଶାନ୍ତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଫେରିଥିବା ବେଳେ ବୋଲିଂ ଅଲରାଉଣ୍ଡର ଅକ୍ଷାର ପଟେଲ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ତେବେ ଅଷ୍ଟ୍ରେଲିଆରେ ଶେଷ ଟେଷ୍ଟ ଡେବ୍ୟୁ କରିଥିବା ଟି ନଟାରାଜନ ଦଳରେ ସ୍ଥାନ ପାଇ ନାହାଁନ୍ତି।
ମୁଖ୍ୟ ଦଳ ବ୍ୟତୀତ ଅନ୍ୟ ଚାରି ଖେଳାଳି କେ.ଏସ୍ ଭରତ (ୱିକେଟ୍ କିପର), ଅଭିମନ୍ୟୁ ଇଶ୍ୱରନ୍, ଶାହାବାଜ ନାଡିମ ଏବଂ ରାହୁଲ ଚହରଙ୍କୁ ମଧ୍ୟ ଷ୍ଟାଣ୍ଡବାଇରେ ସାମିଲ କରାଯାଇଛି। ଜଣେ ଖେଳାଳିଙ୍କ ଆଘାତ ହେଲେ ସେମାନଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯିବ। ଏମାନଙ୍କ ବ୍ୟତୀତ ଅଙ୍କିତ ରାଜପୁତ, ଆବେଶ ଖାନ, ସନ୍ଦୀପ ୱାରିଅର୍, କୃଷ୍ଣପ୍ପା ଗୌତମ ଏବଂ ସୌରଭ କୁମାରଙ୍କୁ ନେଟ୍ ବୋଲର ଭାବେ ସାମିଲ କରାଯାଇଛି।
ମଙ୍ଗଳବାର ଦିନ ଗାବାରେ ଭାରତର ଏକ ଘଣ୍ଟା ପରେ ପୂର୍ବତନ ଫାଷ୍ଟ ବୋଲର ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ବିସିସିଆଇର ଅନଲାଇନ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧିନାୟକ ବିରାଟ କୋହଲି ଏବଂ ଅନ୍ୟ ଚାରିଜଣ ଚୟନକର୍ତ୍ତା ମଧ୍ୟ ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ, ଆସନ୍ତା ମାସରେ ଇଂଲଣ୍ଡ ଦଳ ଭାରତ ଗସ୍ତ କରିବ, ଯେଉଁଠାରେ ଉଭୟ ଦଳ ଚାରି ଟେଷ୍ଟ ସିରିଜ୍ ଖେଳିବେ। ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୫ ରୁ ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ |
ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ:
ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଶୁଭମାନ ଗିଲ, ମାୟାନକ ଅଗ୍ରୱାଲ,ରୁଷଭ ପନ୍ତ, ରିଦ୍ଧିମାନ ସାହା, ହାର୍ଦ୍ଦିକ ପାଣ୍ଡ୍ୟା, କେ.ଏଲ୍ ରାହୁଲ, ଆର ଅଶ୍ୱିନ୍, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଅକ୍ଷର୍ ପଟେଲ, ଜସପ୍ରୀତ ବୁମରା , ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର |