ରାଜ୍ୟର ୩୮୮୪ଜଣ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମିତ କରାଯାଇଛି। ମାଧ୍ୟମିକ ବିଦ୍ୟାଳୟ ତଥା ହାଇସ୍କୁଲରେ ଶିକ୍ଷାଦାନ କରୁଥିବା ଏହି ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଇବାପାଇଁ ବହୁ ଦିନରୁ ଦାବି ହେଉଥିଲା ।
ସୂଚନା ଥାଉକି ନିଯୁକ୍ତି ହେବାର ୬ବର୍ଷ ପୂରଣ କରିଥିବାରୁ ଏହି ଶିକ୍ଷକମାନଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମିତ କରିଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ୬ ବର୍ଷ ପୂରଣ କରିଥିବାରୁ ୩୮୮୪ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ନିୟମିତ ହୋଇଛନ୍ତି।ଶ୍ରୀ ଦାସ ଆହୁରିମଧ୍ୟ କହିଛନ୍ତି କି ହାଇସ୍କୁଲ ଗୁଡିକରେ ଖାଲି ଥିବା ଶିକ୍ଷକ ପଦ ପୂରଣ ଦିଗରେ ପଦକ୍ଷେପ ନିଆଯାଉଛି। ଅର୍ଥ ବିଭାଗରୁ ଅନୁମତି ମିଳିଥିବାରୁ ହିନ୍ଦୀ, ସଂସ୍କୃତ, ପିଇଟି, ପାଇଁ ୪୮୦୦ ଶିକ୍ଷକ ପଦ ସୃଷ୍ଟି କରାଯିବାର ପ୍ରସ୍ତୁତି ଆରମ୍ଭ ହୋଇଛି ।