ଜୋ ବିଡେନଙ୍କ ଶପଥ ଗ୍ରହଣ ସମାରୋହରୁ ଏଫବିଆଇ ୧୨ ଜଣ ନ୍ୟାସନାଲ ଗାର୍ଡ କର୍ମଚାରୀଙ୍କୁ ହଟାଇ ଦେଇଛି |
ବାସ୍ତବବ୍ୟୁରୋ:ଆମେରିକାର ମନୋନୀତ ରାଷ୍ଟ୍ରପତି ଜୋ ବିଡେନଙ୍କ ଶପଥ ଗ୍ରହଣ ସମାରୋହ ପୂର୍ବରୁ କାର୍ଯ୍ୟକ୍ରମକୁ ସୁରକ୍ଷା ଦେବା ପାଇଁ ନିୟୋଜିତ ୧୨ ଜଣ ନ୍ୟାସନାଲ ଗାର୍ଡଙ୍କୁ ଏଠାରୁ ହଟାଇ ଦିଆଯାଇଛି। ଏମାନଙ୍କ ସମ୍ବଧୟାରେ ଅନୁସନ୍ଧାନ କରିବା ପରେ ଏଫବିଆଇ (ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍) ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି। ଏମାନଙ୍କ ମଧ୍ୟରେ ସେଇ ଦୁଇଜଣ ଯବାନ ମଧ୍ୟ ଅଛନ୍ତି ଯେଉଁମାନେ ପ୍ରୋଗ୍ରାମ ବିଷୟରେ ପୋଷ୍ଟ କିମ୍ବା ବାର୍ତ୍ତାରେ ବିଶୃଙ୍ଖଳିତ ବିବୃତ୍ତି ଦେଇଛନ୍ତି | ମଙ୍ଗଳବାର ପେଣ୍ଟାଗନ୍ ଅଧିକାରୀମାନେ ଏହି ସୂଚନା ଦେଇଥିଲେ ।
ନ୍ୟାସନାଲ ଗାର୍ଡ ବ୍ୟୁରୋର ମୁଖ୍ୟ ଆର୍ମି ଜେନେରାଲ ଡାନିଏଲ ହୋକାନସନ କହିଛନ୍ତି ଯେ ଡ୍ୟୁଟିରୁ ହଟାଯାଇଥିବା ଅବଶିଷ୍ଟ ୧୦ ଜଣ ଯବାନଙ୍କୁ ସେମାନଙ୍କର ପୁରୁଣା ଅପରାଧିକ ପ୍ରବୃତ୍ତି କିମ୍ବା ଅନ୍ୟାନ୍ୟ କାର୍ଯ୍ୟକଳାପ ହେତୁ ହଟାଇ ଦିଆଯାଇଛି। ତେବେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ସହିତ ଏହା ସିଧାସଳଖ ଜଡିତ ନୁହେଁ ବୋଲି ସେ କହିଛନ୍ତି।
ପେଣ୍ଟାଗନ୍ ମୁଖପାତ୍ର ଜୋନାଥନ୍ ହୋଫମ୍ୟାନ୍ କହିଛନ୍ତି ଯେ ଆମେ ଅନୁସଂଧ୍ୟଂରୁ ଅବଗତ ହେବା ପରେ ପଦକ୍ଷେପ ନେଉଛୁ ଏବଂ ସେମାନଙ୍କୁ (୧୨ ନ୍ୟାସନାଲ ଗାର୍ଡ) ତୁରନ୍ତ ଡ୍ୟୁଟି ଏବଂ କାର୍ଯ୍ୟକ୍ରମରୁ ହଟାଉଛୁ। ବିଡେନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ୨୫ ହଜାର ନ୍ୟାସନାଲ ଗାର୍ଡଙ୍କୁ ଏଫବିଆଇ ଅନୁସନ୍ଧାନ କରିଛି। ଆମେରିକା ସଂସଦରେ (କ୍ୟାପିଟାଲ ହିଲ) ଟ୍ରମ୍ପ ସମର୍ଥକଙ୍କ ପ୍ରଦର୍ଶନ ଯୋଗୁଁ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡାକଡି ହୋଇଛି ବୋଲି କୁହାଯାଉଛି ।