ବାସ୍ତବବ୍ୟୁରୋ : (ଭୁବନେଶ୍ବର) ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ଆଦିବାସୀ ମେଳା |କିନ୍ତୁ ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆ ପରିବର୍ତ୍ତେ ୟୁନିଟ୍-୧ସ୍ଥିତ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହେବ,ମେଳା ପୁଣି ଫେରିଛି ନିଜ ପଡିଆକୁ | ଏ ବର୍ଷ ଆଦିବାସୀ ମେଳା ହେବ କି ନାହିଁ, ତାହା ଉପରେ ଲାଗି ରହିଥିବା ସସ୍ପେନ୍ସ ଦୂର ହୋଇଛି। ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସରୁ ମେଳା ଆରମ୍ଭ ହୋଇ ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହା ସକାଳ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ।
ଏଥର ଆଦିବାସୀ ମେଳାକୁ ଭର୍ଚୁଆଲ୍ ମୋଡ୍ରେ ମଧ୍ୟ ବୁଲିବା ସହ କିଣାକିଣି କରିବା ପାଇଁ ବନ୍ଦୋବସ୍ତ କରାଯାଇଛି।କାରଣ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇବ୍ରିଡ୍ ମୋଡ୍ରେ ଆୟୋଜନ କରାଯିବାର ନିଷ୍ପତି ନିଆଯାଇଛି । ଆଦିବାସୀ ପଡ଼ିଆକୁ ଆସିବା ପାଇଁ ଇଛୁକ ବ୍ୟକ୍ତି ଆଗୁଆ ଭର୍ଚୁଆଲ୍ ପ୍ଲାଟ୍ଫର୍ମ ମାଧ୍ୟମରେ ପଞ୍ଜୀକରଣ କରିବାର ସୁବିଦ୍ଧ କରାଯାଇଛି ।ଏ ସମ୍ବଧରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛିକି, ଅନ୍ଲାଇନ୍ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ। ଏହା କେବଳ ଏକ ସ୍ବତନ୍ତ୍ର ସୁବିଧା |ଜାନୁଆରି ୨୩ ତାରିଖରୁ ଏହି ପଞ୍ଜୀକରଣ ସୁବିଧା ମେଳାର ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ଉପଲବ୍ଧ ହେବ। ଅନ୍ଲାଇନ୍ରେ ପଞ୍ଜୀକରଣ କରି ନ ଥିବା ବ୍ୟକ୍ତି ମଧ୍ୟ ଆଦିବାସୀ ମେଳାରେ ବୁଲିବାର କୌଣସି ସୁବିଧା ନାହିଁ ।

ଲୋକସେବା ଭବନରେ ଏହାର ଶୁଭାରମ୍ଭ ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମର ଉଦ୍ଘାଟନ କରିଛନ୍ତି। ଶ୍ରୀ ମହାପାତ୍ର କହିଥିଲେ ଯେ କୋଭିଡ୍ ମହାମାରୀର ଏକ ସକରାତ୍ମକ ଫଳାଫଳ ସ୍ବରୂପ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ପକ୍ଷରୁ ଏହି ଅଭିନବ ପ୍ରଚେଷ୍ଟା କରାଯାଇଛି।
ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ବାବଦରେ ସୂଚନା ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା କହିଲେ ଯେ ଫେସ୍ବୁକ୍, ଟ୍ବିଟର୍, ଇନ୍ଷ୍ଟାଗ୍ରାମ ଓ ୟୁଟୁବ୍ ଆଦି ସୋସିଆଲ୍ ମିଡିଆକୁ ଏହି ପ୍ଲାଟ୍ଫର୍ମ ସହ ସଂଯୁକ୍ତ କରାଯିବ।ଏହି ପ୍ଲାଟ୍ଫର୍ମ ମାଧ୍ୟମରେ ବିଭିନ୍ନ ଜନଜାତିମାନଙ୍କର ସ୍ୱତନ୍ତ୍ର ,ପରମ୍ପରା ଓ ସଂସ୍କୃତି ଆଦି ଭିତ୍ତିକ ବିଷୟ ସମ୍ପ୍ରସାରିତ ହେବ। ଏହି ବୈଠକରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଶାସନ ସଚିବ ମନୋଜ କୁମାର ମିଶ୍ର, ଜନଜାତି ଉନ୍ନୟନ ସମବାୟ ନିଗମର ଅଧ୍ୟକ୍ଷ ମାନସୀ ନିମ୍ବାଲ,ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଏ ବି ହୋତାଙ୍କ,ସହିତ ବିଭାଗୀୟ ବରିଷ୍ଠ ଅଧିକାରୀମାନେମଧ୍ୟ ଉପସ୍ଥିତ ରହି ଥିଲେ।



