ବାସ୍ତବବ୍ୟୁରୋ :
ବ୍ରହ୍ମପୁର ବଡବଜାର ପାଣ୍ଡବନଗରରୁ ନକଲି ଲଙ୍କାଗୁଣ୍ଡ ଓ ହଳଦୀଗୁଣ୍ଡ ତିଆରି କାରଖାନା ଠାବ କରାଯାଇଛି ।
ଆସନ୍ତା ୨୬ ତାରିଖରେ ଭୁବନେଶ୍ବରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କରିବେ।
ଆଜିଠୁ ଶ୍ରୀମନ୍ଦିରରୁ ଉଠିଲା କୋଭିଡ୍ ରିପୋର୍ଟ କଟକଣା । ଆଜି ଠାରୁ ବିନା କୋଭିଡ୍ ରିପୋର୍ଟରେ ବି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ଆଜି ସକାଳ ୬ ଟାରୁ ଭକ୍ତ ମାନଙ୍କ ପାଇଁ ମନ୍ଦିର ଖୋଲିଥିବା ବେଳେ ପ୍ରଥମ ଏକ ଘଣ୍ଟା କେବଳ ପୁରୀ ବାସୀଙ୍କ ପାଇଁ ଦର୍ଶନ ଅନୁମତି ରହିଥିଲା, ଏହାପରେ ସକାଳ ୭ ଟାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିରରେ ସର୍ବ ସାଧାରଣ ଦର୍ଶନ ।
(ଭୁବନେଶ୍ବର) ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ଆଦିବାସୀ ମେଳା |କିନ୍ତୁ ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆ ପରିବର୍ତ୍ତେ ୟୁନିଟ୍-୧ସ୍ଥିତ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହେବ,ମେଳା ପୁଣି ଫେରିଛି ନିଜ ପଡିଆକୁ | ଏ ବର୍ଷ ଆଦିବାସୀ ମେଳା ହେବ କି ନାହିଁ, ତାହା ଉପରେ ଲାଗି ରହିଥିବା ସସ୍ପେନ୍ସ ଦୂର ହୋଇଛି। ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସରୁ ମେଳା ଆରମ୍ଭ ହୋଇ ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ଚାଲିବ।
କରୋନା ଟୀକାକରଣ: ୨୦ ଟି ରାଜ୍ୟରେ ୧ .୧୨ ଲକ୍ଷ ଲୋକ ପଞ୍ଚମ ଦିନରେ ଟିକା ଦେଇଛନ୍ତି
କରୋନା ଟୀକାକରଣର ପଞ୍ଚମ ଦିନରେ ବୁଧବାର ଦେଶର ୨୦ ଟି ରାଜ୍ୟରେ ଟୀକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ସମୟ ମଧ୍ୟରେ ୧ ,୧୨ ,୦୦୭ ଲୋକ ଟିକା ଡୋଜ ନେଇଛନ୍ତି।
ବମ୍ୱେ ଷ୍ଟକ୍ ଏକ୍ସଚେଞ୍ଜରେ ଆଜି ସେନ୍ସେକ୍ସ ନୂଆ ଇତିହାସ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ସେୟାର ବଜାର ୫୦ ହଜାର ପଏଣ୍ଟ ଉପରେ ଖୋଲିଛି ।
ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ ବୁଧବାର ୧୦ମ ପର୍ଯ୍ୟାୟରେ ଆଲୋଚନା ହୋଇଛି । ବୈଠକ ସମୟରେ ଚାଷୀ ନେତାଙ୍କୁ ସରକାର ପ୍ରସ୍ତାବ ଦେଇଛନ୍ତି ଯେ, ଯେତେଦିନ ଯାଏଁ ରାସ୍ତା ବାହାରି ନାହିଁ, ସେତେଦିନ ଯାଏଁ ଏକ ନିଦ୍ଧିଷ୍ଟ ସମୟ ଲାଗି ତିନି କୃଷି ଆଇନ ଉପରେ କଟକଟା ଲଗାଯିବ ଏବଂ ଏକ କମିଟି ଗଠନ କରାଯିବ । ସରକାର ଏହି ପ୍ରସ୍ତାବ ଉପରେ ଚାଷୀ ନେତାଙ୍କୁ ଜାନୁଆରୀ ୨୨ ତାରିଖରେ ଜବାବ ଦେବାକୁ କହିଛନ୍ତି । ଏହା ପୂର୍ବରୁ ଆଜି ଚାଷୀ ସଂଗଠନ ବୈଠକ କରିବେ ।
ଭାରତ – ଇଂଲଣ୍ଡ ଟେଷ୍ଟ ସିରିଜ:ଫେବୃୟାରୀ ୫ ତାରିଖରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ । ଏହି ସିରିଜ୍ ବେଳେ ଷ୍ଟାଡିୟମରେ ୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍ ଉପଭୋଗ କରିବା ଲାଗି ଷ୍ଟାଡିୟମ ଭିତରକୁ ଛଡ଼ା ଯାଇପାରେ। ପ୍ରଥମ ଦୁଇଟି ଟେଷ୍ଟ ଚେନ୍ନାଇରେ ଖେଳାଯିବ ।
ଭାରତ ବୁଧବାର ଭୂଟାନ ଓ ମାଳଦୀପକୁ କୋଭିଡ-୧୯ ଟିକା ରପ୍ତାନୀ କରିଥିବା ବେଳେ ଆଜି ନେପାଳ ଓ ବାଂଲାଦେଶକୁ ଟିକା ପଠାଉଛି । ପୂର୍ବରୁ ଭାରତ ଘୋଷଣା କରିଥିଲା ଯେ, ଭୂଟାନ, ମାଳଦୀପ, ବାଂଲାଦେଶ, ନେପାଳ, ମିଆଁମାର ଓ ଶ୍ରୀଲଙ୍କାକୁ ଟିକା ଦେବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପଦର ଶପଥ ନେଇଥିବା ଜୋ ବାଇଡେନ ଓ କମଳା ହ୍ୟାରିସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଭାରତୀୟ କରୋନା ଟିକା ଗ୍ରହଣ କରିବା ପରେ ଭୂଟାନ ଉତ୍ସାହିତ ହୋଇ, ନିଜର ପ୍ରତିକ୍ରିୟାରେ କହିଛି, ବିଶ୍ୱସ୍ତ ବନ୍ଧୁ ରାଷ୍ଟ୍ରରୁ ଉପହାର ସ୍ୱରୂପ ଟିକା ମିଳିଛି ।
ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୯ କୋଟି ୭୨ ଲକ୍ଷ ୬୮ ହଜାର ୭୮୩ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୨୦ ଲକ୍ଷ ୮୧ ହଜାର ୨୩୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୬ କୋଟି ୯୮ ଲକ୍ଷ ୨୭ ହଜାର ୪୩୮ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୩ ଲକ୍ଷ ୬୦ ହଜାର ୧୧୦ ଜଣ ଲୋକ ସକ୍ରିୟ ଅଛନ୍ତି ।



