ନାବାଳକକୁ ପୁରୀ ଟ୍ରାଫିକ ପୁଲିସ ୨୫ ହଜାର ଟଙ୍କାର ଜରିମାନା…

ବାସ୍ତବବ୍ୟୁରୋ 🙁 ପୁରୀ)କୁମ୍ଭାରପଡ଼ା ଥାନା ଅଂଚଳରେ ରହୁଥିବା ନାବାଳକକୁ ପୁରୀ ଟ୍ରାଫିକ ପୁଲିସ ୨୫ ହଜାର ଟଙ୍କାର ଜରିମାନା କରିଛି | ଗତକାଲି ମଧ୍ୟାହ୍ନରେ ଓଡି-୨୫ଜେ-୧୨୪୧ ନମ୍ବର ବିଶିଷ୍ଟ ଆପାଚି ଗାଡ଼ିକୁ ଚଳାଇ ବଳଗଣ୍ଡି ଛକପଟୁ ଡାକ୍ତରଖାନା ଛକ ଦେଇ ଯାଉଥିବା ନା-ବାଳକକୁ ,ଟ୍ରାଫିକ୍‌ ଏଏସ୍ଆଇ ବିଜୟ କୁମାର ପାଇକରାୟ ଅଟକାଇଥିଲେ ।

photo:socil media

ନାବାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ ମାଗିବାରୁ ସେ ଦେଖାଇ ପାରିନଥିଲେ। ଯାଞ୍ଚ କଲାପରେ ମିଳିଥିବା ଆଧାର କାର୍ଡରେ ତାଙ୍କର ବୟସ ୧୬ ବର୍ଷ ହୋଇଥିବା ଜଣାପଡ଼ିଥିଲା | ନୂତନ ଟ୍ରାଫିକ୍‌ ନିୟମାନୁଯାୟୀ ଟ୍ରାଫିକ୍‌ ପୁଲିସ ଜରିମାନା ଆଦାୟ କରିବା ଆଇନ ସମ୍ମତ ହୋଇନଥିବାରୁ ସେମାନେ ଏହାକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ପଠାଇ ଦେଇଥିଲେ। ଜୋରିମାନା ଅର୍ଥକୁ ନାବାଳକର ଅଭିଭାବକ କୋର୍ଟରେ ଜମା ଦେବା ପରେ ସେ ତାଙ୍କ ଗାଡ଼ିଟିକୁ ଫେରିପାଇବେ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ,ଉତ୍ତର ଲେଖିବାର ସମୟ ୨ ଘଣ୍ଟା...

Fri Jan 22 , 2021
ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ,ଉତ୍ତର ଲେଖିବାର ସମୟ ୨ ଘଣ୍ଟାଭୁବନେଶ୍ୱର:ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ଅନୁସାରେ ରାଜ୍ୟରେ କରୋନା ପରିସ୍ତିତିକୁ ନଜରରେ ରଖି ନିଜ ସ୍କୁଲରେ ହିଁ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ | ଏ ବର୍ଷର ମାଟ୍ରିକ ପରୀକ୍ଷାରେ ପ୍ରତି ବିଷୟରେ ୮୦ ମାର୍କର ଉତ୍ତର ଦେବେ ପରୀକ୍ଷାର୍ଥୀ । ୧୦୦ ମାର୍କ ପରୀକ୍ଷା ପାଇଁ ଅଢେଇ ଘଣ୍ଟା ସମୟ ପୂର୍ବରୁ ଧାର୍ଯ୍ୟ ହୋଇଥିଲା […]

You May Like

Pin It on Pinterest