ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ,ଉତ୍ତର ଲେଖିବାର ସମୟ ୨ ଘଣ୍ଟା…

ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ,ଉତ୍ତର ଲେଖିବାର ସମୟ ୨ ଘଣ୍ଟା
ଭୁବନେଶ୍ୱର:ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ଅନୁସାରେ ରାଜ୍ୟରେ କରୋନା ପରିସ୍ତିତିକୁ ନଜରରେ ରଖି ନିଜ ସ୍କୁଲରେ ହିଁ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ |

ଏ ବର୍ଷର ମାଟ୍ରିକ ପରୀକ୍ଷାରେ ପ୍ରତି ବିଷୟରେ ୮୦ ମାର୍କର ଉତ୍ତର ଦେବେ ପରୀକ୍ଷାର୍ଥୀ । ୧୦୦ ମାର୍କ ପରୀକ୍ଷା ପାଇଁ ଅଢେଇ ଘଣ୍ଟା ସମୟ ପୂର୍ବରୁ ଧାର୍ଯ୍ୟ ହୋଇଥିଲା । ଏବେ ୮୦ ମାର୍କର ପରୀକ୍ଷା ପାଇଁ ୨ ଘଣ୍ଟା ସମୟ ମିଳିବ। ଛାତ୍ରଛାତ୍ରୀ ମାନେ ନିଜ ସ୍କୁଲରେ ପରୀକ୍ଷା ଦେବାର ବ୍ୟବସ୍ତା ହୋଇଥିଲେବି,ଅନ୍ୟ ସ୍କୁଲର ଶିକ୍ଷକମାନେ ନିରୀକ୍ଷକ ରହିବେ ।

ଏହି ପରୀକ୍ଷା ସକାଳ ୮ଟାରୁ ୧୦ଟା ଯାଏଁ ହେବ ।ଏଥର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । କପି ରୋକିବା ପାଇଁ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ମେ’ ୩ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ। ସେହିପରି ମେ’ ୧୫ ତାରିଖରୁ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ। ୧୦୦ ମାର୍କ ପରିବର୍ତେ ୮୦ ମାର୍କର ପରୀକ୍ଷା କରାଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୨୨ କୋଟି ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନ କାନି ପାତି ମାଗିଥିଲା , ମାତ୍ର ୫ ଲକ୍ଷ ଟିକା ଦେବାକୁ ରାଜିହେଲା ଚାଇନା

Fri Jan 22 , 2021
ପାକିସ୍ତାନ କାନି ପାତି ମାଗିଥିଲା କରୋନା ଟୀକା ,ଚୀନ୍ ମାତ୍ର ୫ ଲକ୍ଷ ଡୋଜ ଦେବାକୁ ରାଜିହୋଇ କହିଲା- ବିମାନ ଆଣ ଆଉ ନିଅ | ବାସ୍ତବବ୍ୟୁରୋ :ଏକଦା ମାସ୍କ ନାମରେ ପାକିସ୍ତାନକୁ ଅନ୍ତବସ୍ତ୍ର ଖଣ୍ଡ ପଠାଇଥିବା ଚୀନ୍ କରୋନା ଟିକା ମାମଲାରେ ନିଜ ବନ୍ଧୁଙ୍କ ଆଶାକୁ ଧୂଳିସାତହ କରିଦେଇଛି। ୨୨ କୋଟି ଜନସଂଖ୍ୟା ବିଶିଷ୍ଟ ପାକିସ୍ତାନ କୁ ଚାଇନା ମାତ୍ର ୫ ଲକ୍ଷ ଟିକା ଦେବାକୁ ରାଜି ହୋଇଛି […]

You May Like

Pin It on Pinterest