ଆଜିର ଖାସ୍ ଖବର

 ଓଡ଼ିଶାରେ ଉତ୍ପାଦନ ହେବ କୋଭାକ୍ସିନ୍‌ ଟିକା । ଟିକା ପ୍ରସ୍ତୁତିକାରୀ କମ୍ପାନି “ଭାରତ ବାୟୋଟେକ୍‌’ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସାରିଛି । ଭାରତ ବାୟୋଟେକ୍‌ର ଏହି ନୂଆ ୟୁନିଟ୍‌ ଆସନ୍ତା ଦେଢ଼ରୁ ୨ ବର୍ଷ ଭିତରେ ଛିଡ଼ା ହେବା ସହ ଉତ୍ପାଦନ ଆରମ୍ଭ କରିବ ବୋଲି ଜଣାପଡିଛି ।

ସୋମବାର ରାଜ୍ୟର ୯ଟି ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ବିଶେଷକରି ଉତ୍ତର ଉପକୂଳ ଓଡ଼ିଶା ସମେତ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ସୁନ୍ଦରଗଡ଼ ଓ ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଦେଖାଦେଇଛି । 

 ଏବିପି ଓ ସି ଭୋଟର୍ସ ପକ୍ଷରୁ ପ୍ରସ୍ତୁତ ତାଲିକାରେ ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। ଏବେ ଦେଶର ପ୍ରତିଷ୍ଠିତ ମାଗାଜିନ୍ ଇଣ୍ଡିଆ ଟୁଡେ ଗ୍ରୁପ୍ ଏବଂ କାର୍ଭି ଇନ୍‌ସାଇଟ୍ ପକ୍ଷରୁ ପ୍ରସ୍ତୁତ ଜାନୁଆରି ୨୦୨୧ ମୁଡ୍‌ ଅଫ୍ ଦି ନେସନ୍‌ ପୋଲ୍‌ରେ ନବୀନ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।

ରବିବାର ରାଜ୍ୟରେ ୧୫୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ସୋମବାର ସରକାରଙ୍କ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୦୬କୁ ବୃଦ୍ଧି ପାଇଛି ।

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।

ଏୟାର ଏସିଆ ଇଣ୍ଡିଆ ବିମାନ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣେକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିଛି  ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପତାକା ଦେଖାଇ ବିମାନ ଚଳାଚଳ ଆରମ୍ଭ କରିଛନ୍ତି

ରେଳବାଇରେ ଥିବା ସମସ୍ତ ହେଲ୍ପଲାଇନ ନମ୍ବରକୁ ହେଲ୍ପଲାଇନ ନମ୍ବର-୧୩୯ ସହିତ ମିଶ୍ରଣ କରାଯାଇଛି।  ଏଣିକି ରେଲୱେରେ ଗୋଟିଏ ହେଲ୍ପ ଲାଇନ-୧୩୯

୭୨ତମ ସାଧାରଣତନ୍ତ୍ର ଦିବସର ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାତି ୭ଟା ରେ ରାଷ୍ଟ୍ରବାସୀଙ୍କ ଉଦ୍ଦେଶ୍ୟ ସମ୍ବୋଧନ କରିବେ ଏହି ସମ୍ବୋଧନ ଆକାଶବାଣୀର ସମସ୍ତ ଚାନେଲ୍ ସମେତ ଦୂରଦର୍ଶନରେ ପ୍ରଥମେ ହିନ୍ଦୀ ଓ ପରେ ଇଂରାଜୀ ଦୁଇଟି ଭାଷାରେ ପ୍ରସାରଣ କରାଯିବ

ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ପ୍ଲାଟଫର୍ମରେ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରୁଥିବାବେଳେ ଏହି ପୁରସ୍କାର ତାଲିକାରେ ଓଡ଼ିଶାର ଅନ୍ୱେଷ ଶୁଭମ ପ୍ରଧାନ ରହିଛନ୍ତି

ପୂର୍ବ ଲଦାଖର ଏଲଏସିରେ ପୁଣି ଭାରତ ଓ ଚୀନ ସୈନ୍ୟ ମୁହାଁମୁହିଁ ହୋଇଛନ୍ତି । କିଛି ଚୀନ୍ ସୈନ୍ୟ ସିକ୍କିମରେ ଭାରତୀୟ ସୀମା ମଧ୍ୟରୁ ଧସେଇ ପସିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଉଭୟ ଦେଶର ଯବାନ ମୁହାଁମୁହିଁ ହୋଇଥିଲେ । ଭାରତୀୟ ଯବାନ ଚୀନ ସୈନ୍ୟଙ୍କୁ ରୋକିଥିଲେ । ପରିସ୍ଥିତି ହାତାହାତି ଯାଏଁ ଯାଇଥିଲା । ଏଥିରେ ୪ ଭାରତୀୟ ଯବାନ ଓ  ଚୀନର ୨୦ ସୈନ୍ୟ ଆହତ ହୋଇଛନ୍ତି ।

ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୯ କୋଟି ୯୭ ଲକ୍ଷ ୩୫ ହଜାର ୨୮୭ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୨୧ ଲକ୍ଷ ୩୭ ହଜାର ୯୧୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି   ୭ କୋଟି ୧୭ ଲକ୍ଷ ୧୮ ହଜାର ୫୮୮ ଜଣ ସୁସ୍ଥ ହୋଇଥିବା ବେଳେ ୭ କୋଟି ୧୭ ଲକ୍ଷ ୧୮ ହଜାର ୭୮୫ ଜଣ ଲୋକ ସକ୍ରିୟ ଅଛନ୍ତି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଫେବୃଆରୀରେ ବନ୍ଦ ହେବ 'କପିଲ ଶର୍ମା ସୋ'ସତରେ କଣ ଫେରିବ ତ ନୂଆ ଅବତାରରେ ?

Tue Jan 26 , 2021
ଫେବୃଆରୀରେ ବନ୍ଦ ହେବ ‘କପିଲ ଶର୍ମା ସୋ’ ବାସ୍ତବବ୍ୟୁରୋ:ଗତ କିଛି ଦିନ ହେବ ଖବର ଆସିଥିଲା ​​ଯେ କପିଲ ଶର୍ମାଙ୍କ କମେଡି ସୋ ‘ଦି କପିଲ ଶର୍ମା ସୋ’ ଏକ ନୂଆ ଅବତାରରେ ଲଞ୍ଚ ହେବ। ବର୍ତ୍ତମାନ ଶୋ’ର ବନ୍ଦ ଖବର ସତ, କିନ୍ତୁ ଏହାର କାରଣ ଅଲଗା। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ‘ଦି କପିଲ ଶର୍ମା ସୋ’ କିଛି ମାସ ପାଇଁ ବନ୍ଦ ହୋଇଯାଉଛି […]

You May Like

Pin It on Pinterest