ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୫୨୯ରେ ପହଞ୍ଚିଛି ।
ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ,ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।
ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଓଡିଶାର ସଂସ୍କୃତି ଝଲକ କଳାହାଣ୍ଡିର ଲୋକନୃତ୍ୟ ‘ବଜାସାଲ’ ପରିବେଷଣ କରାଯାଇଛି ।
ସାରା ଦେଶ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏପରିକି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ ଭାରତୀୟଙ୍କୁ ଗଣତନ୍ତ୍ର ଦିବସ ଉପଲକ୍ଷେ ଅଭିନନ୍ଦନ ଜଣାଇଛନ୍ତି ।
ଉତ୍ତରାଖଣ୍ଡର ଋଷିକେଶସ୍ଥିତ ଚନ୍ଦନେଶ୍ୱର ମହାଦେବ ମନ୍ଦିରରେ ଶିବଲିଙ୍ଗକୁ ଆଜି ଜାତୀୟ ପତାକାରେ ଥିବା ୩ଟି ସ୍ତରକୁ କମଳା, ଧଳା ଓ ସବୁଜ ରଙ୍ଗର ଫୁଲରେ ସୁସଜ୍ଜିତ କରି ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିଛନ୍ତି ।
ଆଜି ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଇଣ୍ଡୋ ତିବତୀୟ ବୋର୍ଡର ପୋଲିସର ଯବାନମାନେ ପୂର୍ବ ଲଦ୍ଦାଖରେ ଜାତୀୟ ପତାକା ଉଡାଇଛନ୍ତି । ଯବାନମାନେ ବରଫ ଉପରେ ଛିଡ଼ା ହୋଇ ଭାରତ ମାତାର ସୁରକ୍ଷା ପାଇଁ ଶ୍ଲୋଗାନ ଦେଇଛନ୍ତି । ଲଦ୍ଦାଖରେ ଆଇଟିବିପିର ଯବାନମାନେ ଉତ୍ସାହର ସହିତ ତ୍ରିରଙ୍ଗା ଉଡାଇଛନ୍ତି ।
ଜାତୀୟ ରାଜଧାନୀର ରାଜପଥରେ ସାଧାରଣତନ୍ତ୍ର ଦିବସ ଉତ୍ସବ ଉଦ୍ଯାପନ କରାଯିବା ପରେ ଟ୍ରାକ୍ଟର୍ ରାଲି କରିବାକୁ କୃଷକମାନଙ୍କୁ ଅନୁମତି ମିଳିଥିଲା। ହେଲେ ଏହି ରାଲି ଆରମ୍ଭ ହେବାର ବହୁ ପୂର୍ବରୁ ଆଜି ସକାଳେ ଦିଲ୍ଲୀ-ହରିୟାଣାର ଟିକ୍ରି ସୀମାନ୍ତରେ ହଜାର ହଜାର କୃଷକ ବେରିକେଡ୍ ଭାଙ୍ଗିବା ସହ ଚାଲି ଚାଲି ଦିଲ୍ଲୀକୁ ପ୍ରବେଶ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଛି।