ଆଜି ଖାସ୍ ଖବର

 ରାୟଗଡାରେ ଆଜି ଏକ କୋଇଲା ବୋଝେଇ ଟ୍ରକ୍ ରେ ହଠାତ୍ ନିଆଁ ଲାଗି ଭୟାବହ ଅଗ୍ନିକାଣ୍ଡ ଘଟିଛି

ଆଜିଠୁ ଶ୍ରୀମନ୍ଦିର ପରିସରରେ ପୁଣି ସେବାୟତ ମାନଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଛି  ପ୍ରତିଦିନ ପର୍ଯ୍ୟାୟ କ୍ରମେ ସେବାୟତ ମାନଙ୍କ କରୋନା ଟେଷ୍ଟ କରାଯିବ ପ୍ରତିଦିନ ୫୦ ଜଣ ସେବାୟତଙ୍କ ଆରଟିପିସିଆର ଟେଷ୍ଟ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି

 ଆଜିଠାରୁ ରାଜ୍ୟରେ ପୁଣି ଆରମ୍ଭ ହେଉଛି କୋଭିଡ୍ ଟିକାକରଣ ।  ଆଜି କେବଳ ଭୁବନେଶ୍ୱରରେ ଟିକାକରଣ କରାଯିବ । ଆସନ୍ତାକାଲିଠାରୁ ଅନ୍ୟ ଜିଲ୍ଲାରେ ଭ୍ୟାକସିନେସନ୍ ହେବ । ରାଜ୍ୟରେ ୩ ଲକ୍ଷ ୫୦ ହଜାର ୭୨୬  ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି।

ରାଜ୍ଯରେ ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ । ଫେବୃଆରୀ ୧୦ ସୁଦ୍ଧା ଟିକାକରଣ ପକ୍ରିୟା ସରିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ଡ଼କ୍ଟର ବିଜୟ କୁମାର ପାଣିଗ୍ରାହୀ ।

ମଙ୍ଗଳବାର ଦିଲ୍ଲୀର ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ଟ୍ରାକ୍ଟର ରାଲିରେ ଚାଷୀମାନେ ଉପଦ୍ରବ ସୃଷ୍ଟି କରିଥିଲେ. ଟ୍ରାକ୍ଟର ପରେଡ ବେଳେ ୮ ବସ୍ ଓ ୧୭ ଗାଡ଼ି ଭାଙ୍ଗିଲେ ଚାଷୀ, ୧୫ ମାମଲା ରୁଜୁ ହୋଇଛି

ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ଚାଷୀ ଆନ୍ଦୋଳନ ସମୟରେ ହୋଇଥିବା ଉପଦ୍ରବ ନେଇ ଆଜି ଚାଷୀ ନେତା ସମୀକ୍ଷା କରିବେ

ଦିଲ୍ଲୀରେ ଗତକାଲି ଗଣତନ୍ତ୍ର ଦିବସରେ ହୋଇଥିବା ହିଂସାକାଣ୍ଡ ଘଟାଇବାକୁ ପାକିସ୍ତାନର ଆଇଏସଆଇ ପକ୍ଷରୁ ପ୍ରାୟ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଶିଖ ଉଗ୍ରବାଦୀ ସଂଗଠନ ବାବର ଖାଲସାର ଜର୍ମାନ ଶାଖାକୁ ଏହି ଅର୍ଥ ପ୍ରଦାନ କରାଯାଇଛି :ଗୁଇନ୍ଦା ରିପୋର୍ଟ

ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୧୦ କୋଟି ୮ ଲକ୍ଷ ୫ ହଜାର ୯୦୯ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୨୧ ଲକ୍ଷ ୬୪ ହଜାର ୯୬୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ୭ କୋଟି ୨୮ ଲକ୍ଷ ୨୨ ହଜାର ୭୧୨ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୮ ଲକ୍ଷ ୨୨ ହଜାର ୭୧୨ ଜଣ ଲୋକ ସକ୍ରିୟ ଅଛନ୍ତି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

'କୁମ୍ବମେଳା' ଉପରେ ନଜର ରଖିବ AIIMS ଦିଲ୍ଲୀର ବିଶେଷଜ୍ଞ ଦଳ...

Thu Jan 28 , 2021
କୁମ୍ବ ମେଳା ଉପରେ ନଜର ରଖିବ AIIMS ଦିଲ୍ଲୀର ବିଶେଷଜ୍ଞ ଦଳ , ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ | ବାସ୍ତବବ୍ୟୁରୋ:ହରିଦ୍ୱାର ମହାକୁମ୍ବରେ କରୋନା ସଂକ୍ରମଣ ନବାପିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ବିଶେଷ ଧ୍ୟାନ ରହିଛି। ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ଦିଲ୍ଲୀର ବିଶେଷଜ୍ଞ ଦଳଙ୍କୁ ଏଠାରେ ଚିକିତ୍ସା ସୁବିଧା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟ ସରକାରଙ୍କୁ ଏହା […]

You May Like

Pin It on Pinterest