ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୭୮୦ରେ ପହଞ୍ଚିଛି ।
୩୧ତମ ରାଜ୍ୟ ଚଳଚ୍ଚିତ୍ର ଓ ୮ମ ଟେଲି ପୁରସ୍କାର ଉତ୍ସବ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବ।
ଆଜି ପୌଷ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ପୁଷ୍ୟା ଦେବାଭିଷେକ ନୀତି ଅନୁଷ୍ଠିତ ହେଉଛି । ଏହି ପୂର୍ଣ୍ଣମୀ ଦିନ ଶ୍ରୀଜଗନ୍ନାଥଙ୍କ ନିତ୍ୟ ପୂଜା ପରେ ନୂତନବସ୍ତ୍ର, ଭୂଷଣ ଓ ଗନ୍ଧ ପୁଷ୍ପାଦିଦ୍ୱାରା ଠାକୁରଙ୍କୁ ବେଶ କରାଇ ମଣ୍ଡପକୁ ନିଆଯାଏ । ରତ୍ନ ସିଂହାସନରେ ଶ୍ରୀଜିଉ ମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।
ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଫେବ୍ରୁଆରୀ ପହିଲାରେ ସ୍ଥଳ ସେନାର ଉପ- ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ବର୍ତ୍ତମାନ ସଦର୍ଣ୍ଣ ଆର୍ମୀ କମାଣ୍ଡର ଭାବେ ଅବସ୍ଥାପିତ ଅଛନ୍ତି।
କୃଷକଙ୍କ ଉପଦ୍ରବ ପରେ ଲାଲ କିଲ୍ଲା ସାଧାରଣ ଜନତା ଓ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆଯାଇଛି। ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (ASI) ତରଫରୁ ଜାନୁଆରୀ ୨୭ ତାରିଖରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଲାଲ କିଲ୍ଲାକୁ ଜାନୁଆରୀ ୨୭ ରୁ ୩୧ ତାରିଖ ଯାଏଁ ବନ୍ଦ କରାଯାଇଛି।
୨୦୨୧ ସାଧାରଣତନ୍ତ୍ର ଦିବସ ପରେଡ୍ ଅବସରରେ ରାଜପଥରେ ପ୍ରଦର୍ଶୀତ ପବିତ୍ର ନଗରୀ ଅଯୋଧ୍ୟାର ପ୍ରାଚୀନ ସାଂସ୍କୃତିକ ଐହିତ୍ୟ ଏବଂ ରାମ ମନ୍ଦିରର ପ୍ରତିକୃତି ଥିବା ଉତ୍ତର ପ୍ରଦେଶ ସରକାରଙ୍କର ପ୍ରଜ୍ଞାପନ ମେଢ଼ ପ୍ରଥମ ପୁରସ୍କାର ପାଇଛି।
ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଆଉ 3 ରାଫେଲ ଯୁଦ୍ଧ ବିମାନ ଭାରତ ଆସିଛି । ଫ୍ରାନ୍ସଠାରୁ 7000 କିଲୋମିଟର ଉଡ଼ାଣ ଭରି ଭାରତର ବାୟୁସେନା ବେସରେ ଅବତରଣ କରିଛି 3 ରାଫେଲ ଯୁଦ୍ଧ ବିମାନ ।
‘କୋଭିଶିଲ୍ଡ’ ଟିକା ଆଜି ବାହାରିନ ଓ ଶ୍ରୀଲଙ୍କାକୁ ପଠା ଯାଇଛି । ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନରେ ଶ୍ରୀଲଙ୍କା ଓ ବାହାରିନକୁ ଟିକା ରପ୍ତାନୀ ହୋଇଛି ।