ବାସ୍ତବବ୍ୟୁରୋ: ଆସନ୍ତା ୧ ଫ୍ରେବୁୟାରୀଠାରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଘନତାପାଇଁ,ରାଜ୍ୟର କୋଭିଡ କଟକଣା ଭିତରେ ଖୋଲିବା ନିମନ୍ତେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଏସଓପି ଜାରି କରିଛନ୍ତି। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମାସକୁ ୨୫ଦିନ ପାଇଁ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲିବାସହ, ପିଲାମାନଙ୍କୁ ରନ୍ଧା ଖାଦ୍ୟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ମହିଳା ଓ ଶିଶୁବିକାଶ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଫେବୃୟାରୀ ପହିଲାରୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଖୋଲିବା ନିମନ୍ତେ ଆବଶ୍ୟକ ଏସଓପି ଜାରି କରିଛନ୍ତି। ଏସଓପି ଅନୁସାରେ, ଅଙ୍ଗନବାଡ଼ି ଦିଦି ଓ ସହାୟିକାଙ୍କ ସହ ସମସ୍ତ ପିଲା ଅଙ୍ଗନବାଡ଼ି କେନ୍ଦ୍ରରେ ରହିଥିବାପର୍ଯ୍ୟନ୍ତ ନିଶ୍ଚିତ ଭାବେ ମୁହଁରେ ମାସ୍କ ପିନ୍ଧିବେ। ପିଲାମାନଙ୍କୁ ୬ଫୁଟ ଦୂରତ୍ୱରେ ବସାଇବା ପାଇଁ ବ୍ୟବସ୍ଥା କରିବେ । ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିଲେ ‘ଆଜି ମୋ ଜନ୍ମଦିନ’ ଗୀତ ଗାଇବା ଶୈଳୀରେ ସେମାନଙ୍କୁ ୨୦ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ପାଇଁ ପ୍ରୋତ୍ସାହିତ କରିବା ନିମନ୍ତେ ପଦକ୍ଷେପ ନେବାକୁ କୁହାଯାଇଛି।