ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୦୭୨ରେ ପହଞ୍ଚିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ କୀ ବାତରେ ରାଉରକେଲାର ଝିଅ ଭାଗ୍ୟଶ୍ରୀ ସାହୁଙ୍କ କଳାକୁ ପ୍ରଶଂସା କରିଛନ୍ତି। ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ଗତ କିଛି ଦିନ ହେଲା ପଟ୍ଟଚିତ୍ରକୁ ଆପଣାଇ ଯେଉଁଭଳି ନିପୁଣତା ହାସଲ କରିଛନ୍ତି, ତାହା ପ୍ରଶଂସନୀୟ ବୋଲି ମୋଦି କହିଛନ୍ତି।
ଆଜି କମିସନରେଟ ପୁଲିସର ୮ ଜଣ ଇନ୍ସ୍ପେକ୍ଟରଙ୍କୁ ଡିଏସପି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି । ଏହି ପଦୋନ୍ନତି ପରେ ସହରରେ ୮ଟି ଥାନାର ଇନସ୍ପେକ୍ଟର ପଦବି ଖାଲି ପଡ଼ିବାକୁ ଯାଉଛି । ଯାହାଫଳରେ ଖୁବ ଶୀଘ୍ର ଆଉ ଏକ ଏସଆଇ ପଦୋନ୍ନତି ବୋର୍ଡ ବସିବ ।
ଅଲ୍ ଇଣ୍ଡିଆ ରେଡ଼ିଓର ୭୩ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦି ସମ୍ଭୋଧନ ଦେଇ, ଜାନୁୟାରୀ ୨୬ରେ ଭାରତର ଜାତୀୟ ପତାକା ତ୍ରିରଙ୍ଗାର ଅପମାନ ନେଇ ଦେଶର ଜନତାଙ୍କ ମନରେ ଗଭୀର ଆଘାତ ପହଂଚିଛି ବୋଲି କହିଛନ୍ତି।
ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ମୁଖ୍ୟ ଏୟାର ମାର୍ଶଲ ଏନଏସ ଧିଲନ୍ ଆଜି ନିଜ କାର୍ଯ୍ୟରୁ ଅବସର ଗ୍ରହଣ କରିବେ । ତେବେ ସୁଚନା ଅନୁସାରେ ତାଙ୍କ ସ୍ଥାନରେ ଏୟାର ମାର୍ଶଲ ରାଜେଶ କୁମାର ନିଯୁକ୍ତି ପାଇବେ ।
ଆଜି ଗାଜିପୁର ସୀମା (ଦିଲ୍ଲୀ – ଉତ୍ତରପ୍ରଦେଶ ସୀମା) ରେ କୃଷକଙ୍କ ବିରୋଧର ୬୫ ତମ ଦିନ । ଫେବୃଆରୀ ୨ ରେ କୃଷକ ଏବଂ କେନ୍ଦ୍ର ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।