‘ଜୟଶ୍ରୀରାମ’ ସ୍ଲୋଗାନକୁ ଅପମାନିତ କରୁଥିବା ବ୍ୟକ୍ତିଙ୍କୁ ବଙ୍ଗଳାର ଲୋକମାନେ କଦାପି ସମର୍ଥନ କରିବେ ନାହିଁ: ସ୍ମୃତି ଇରାନୀ

Photo: social media

‘ଜୟ ଶ୍ରୀ ରାମ’ର ସ୍ଲୋଗାନକୁ ଅପମାନିତ କରୁଥିବା ବ୍ୟକ୍ତିଙ୍କୁ ବଙ୍ଗଳାର ଲୋକମାନେ କଦାପି ସମର୍ଥନ କରିବେ ନାହିଁ: ସ୍ମୃତି ଇରାନୀ
ବାସ୍ତବବ୍ୟୁରୋ:ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ କୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ଶକ୍ତିଶାଳୀ ଅମିତ ଶାହା ଆଜି ହାୱାରରେ ରାଲି କରିବାର ଥିଲା,କିନ୍ତୁ ଇସ୍ରାଏଲ୍ ଦୂତାବାସ ସାମ୍ନାରେ ଆଇଡି ବିସ୍ଫୋରଣ ହେତୁ ତାଙ୍କର ଯାତ୍ରା ବାତିଲ କରିବାକୁ ପଡିଲା। ତାଙ୍କ ବଦଳରେ ସ୍ମୃତି ଇରାନୀଙ୍କୁ ପଠାଯାଇଛି।

ପଶ୍ଚିମବଙ୍ଗର ହାୱାରରେ ଅନୁଷ୍ଠିତ ଏହି ସମାବେଶକୁ ସମ୍ବୋଧିତ କରି ସ୍ମୃତି ଇରାନୀ କହିଛନ୍ତି ଯେ ରାଜ୍ୟବାସୀ ନିଜ ନିଜ ଭିତରେ ଲଢ଼ୁଥିବା , ରାଜନୈତିକ ଦଳକୁ କଦାପି ସମର୍ଥନ କରିପାରିବେ ନାହିଁ, କେବଳ ରାଜନୈତିକ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କ ସାଧାରଣ ଜନତାଙ୍କ ଆଣୁଥିବା ଯୋଜନାକୁ ରାଜ୍ୟରେ ଲାଗୁନକାରବା ସହ, ଜୟ ଶ୍ରୀ ରାମ ସ୍ଲୋଗାନକୁ ଅପମାନିତ କରିଛନ୍ତି। କୌଣସି ଜାତୀୟତାବାଦୀ ସେହି ଦଳରେ ଗୋଟିଏ ମିନିଟ୍ ରହିପାରିବେ ନାହିଁ।

Photo: social media

ଏହି ରାଲିକୁ ସମ୍ବୋଧିତ କରି ବିଜେପି ନେତା ଶୁଭେନ୍ଦୁ ଅଦିକାରୀ କହିଛନ୍ତି ଯେ ତୃଣମୂଳ କଂଗ୍ରେସ ଆଉ ଦଳ ନୁହେଁ ବରଂ ଏକ ଘରୋଇ କମ୍ପାନୀ। ଟିଏମସି ପ୍ରାଇଭେଟ ଲିମିଟେଡ୍ କମ୍ପାନୀ ଫେବୃଆରୀ ୨୮ ସୁଦ୍ଧା ଖାଲି ହୋଇଯିବ ,ଏଥିରେ କେହି ନାହାଁନ୍ତି। ଏଥି ସହ ରାଜୀବ ବାନାର୍ଜୀ କହିଛନ୍ତି ଯେ ଆମେ ପଶ୍ଚିମବଙ୍ଗରେ ଏକ ଡବଲ ଇଞ୍ଜିନ ସରକାର ଚାହୁଁଛୁ। ଆମେ ଉଭୟ କେନ୍ଦ୍ର ତଥା ରାଜ୍ୟରେ ସୋନାର ବଙ୍ଗଳା ପାଇଁ ଭାରତୀୟ ଜନତା ପାର୍ଟି ସରକାର ଚାହୁଁଛୁ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଫେବୃଆରୀ ୧ ସୋମବାର ସାଧାରଣ ବଜେଟ୍, ଠିକ୍ ସକାଳ ୧୧ ଟାରେ

Mon Feb 1 , 2021
ବାସ୍ତବବ୍ୟୁରୋ:ଆଜି ସୋମବାର ସାଧାରଣ ବଜେଟ୍ ଉପସ୍ଥାପିତ ହେବ, ମହାମାରୀ କରୋନା ବିଶ୍ୱର ସମସ୍ତ ଦେଶକୁ ଆର୍ଥିକ ଦୃଷ୍ଟିରୁ ପ୍ରଭାବିତ କରିଛି। ଏହି ସମୟରେ, ଆଜି ଫେବୃଆରୀ ୧ ରେ ସକାଳ ୧୧ ଟାରେ ଦେଶରେ ସାଧାରଣ ବଜେଟ୍ ଉପସ୍ଥାପିତ ହେବାକୁ ଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଏକ ‘ବିବିଧ’ ବଜେଟ୍ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ବଜେଟରେ ମହାମାରୀରେ ପୀଡିତ ସାଧାରଣ ଲୋକଙ୍କୁ ଆରାମ ମିଳିବ ବୋଲି […]

You May Like

Pin It on Pinterest