ପଣ୍ୟ କାରବାରରେ ପାରାଦୀପ ବନ୍ଦର ରେକର୍ଡ…

ବାସ୍ତବବ୍ୟୁରୋ: ପାରାଦୀପ ବନ୍ଦର ପଣ୍ୟ କାରବାରରେ,ଜାନୁଆରି ମାସରେ ମୋଟ୍ ୧୧.୧୭ ନିୟୁତ ମେଟ୍ରିକ ଟନ୍ ପଣ୍ୟ କାରବାର କରି,ଏକ ସର୍ବକାଳୀନ ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହୋଇଛି ।ତେଣୁ ୨୦୧୧ ମସିହା ପାରାଦୀପ ବନ୍ଦର ପାଇଁ ଶୁଭଦାୟକ ହେବବୋଲି ଆଶାକରଯାଏ |

Photo: social media

ପାରାଦୀପ ବନ୍ଦର ସର୍ବୋଚ୍ଚ ୧୦.୫୫ ନିୟୁତ ମେଟ୍ରିକ୍ ଟନ୍ ପଣ୍ୟ କାରବାର,ଗତ ୨୦୧୯ ମାର୍ଚ୍ଚ ମାସରେ କରିଥିଲା। ସେହିପରି ଲୁହାପଥର ହ୍ୟାଣ୍ଡଲିଂ ପ୍ଲାଣ୍ଟର ୱାଗନ ଟ୍ରିପଲିଂ କ୍ଷେତ୍ରରେ ମଧ୍ୟ ମାସିକ ସର୍ବକାଳୀନ ରେକର୍ଡ ସୃଷ୍ଟି ହୋଇଛି। ପୂର୍ବରୁ ୨୦୧୯ ଏପ୍ରିଲ୍ ମାସରେ ୧୬୭ ରେକ୍ ଟ୍ରିପଲିଂ ହୋଇଥିବାବେଳେ, ଚଳିତ ମାସରେ ଏହା ୧୭୪ରେ ପହଁଚିଛି।ବନ୍ଦର ଅଧ୍ୟକ୍ଷ ବିନୀତ କୁମାର ବନ୍ଦରର ଏହି ସଫଳତା ନିମନ୍ତେ ,ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି।ଆହୁରି ମଧ୍ୟ ଆମଦାନୀ ରପ୍ତାନୀକାରୀ ସଂସ୍ଥା, ବନ୍ଦର ବ୍ୟବହାରକାରୀ ତଥା ସମସ୍ତ ଷ୍ଟେକ୍‌ହୋଲଡର୍ସ ମାନଙ୍କୁ ମଧ୍ୟ ଶ୍ରୀ ବିନୀତ କୁମାର ଶ୍ରେୟ ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଫେସବୁକରେ ଫ୍ରେଣ୍ଡ୍ ରିକ୍ୱଏଷ୍ଟ୍ ର ମାନେନୁହେଁ ସେକ୍ସ ପାର୍ଟନର ଖୋଯିବା : ହାଇକୋର୍ଟ |

Sun Feb 7 , 2021
ଫେସବୁକରେ Friend request ର ମାନେନୁହେଁ ସେକ୍ସ ପାର୍ଟନର ଖୋଯିବା : ହାଇକୋର୍ଟ | ବାସ୍ତବବ୍ୟୁରୋ:ହିମାଚଳ ପ୍ରଦେଶ ହାଇକୋର୍ଟ ଏହାର ଏକ ନିଷ୍ପତ୍ତିରେ କହିଛନ୍ତି ଯେ ଫେସବୁକରେ ବନ୍ଧୁ ଅନୁରୋଧ ପଠାଇବା ଅର୍ଥ ନୁହେଁ ଯେ ସେ ଯୌନ ସମ୍ପର୍କ ରଖିବାକୁ ଚାହୁଁଛନ୍ତି। ଏହା ଭାବିବା ଉଚିତ ନୁହେଁ ଯେ ବନ୍ଧୁ ଅନୁରୋଧ ପଠାଇ ଝିଅଟି ତା’ର ସ୍ୱାଧୀନତା ଏବଂ ଅଧିକାରକୁ ଯୁବକଙ୍କୁ ଦେଇଦେବା । ଆଜିକାଲି ସୋସିଆଲ ନେଟୱାର୍କିଂରେ […]

You May Like

Pin It on Pinterest