ବାସ୍ତବବ୍ୟୁରୋ:
ରାଜ୍ୟ କଂଗ୍ରେସ ନେତୃବୃନ୍ଦମାନେ କେନ୍ଦ୍ର ସରକାରଙ୍କୁ ରେଳ ବଜେଟ୍ ରେ ଓଡିଶାକୁ ଅବହେଳା କରିଥିବାନେଇ ଅଭିଯୋଗ କରିଛନ୍ତି |ଏଥିପାଇଁ ରାଜ୍ୟ ସରକାରଙ୍କ ଅପାରଗତାକୁ ମଧ୍ୟ ଦାୟୀ କରିଛନ୍ତି । ଗତକାଲି ବିଜୁ ଜନତା ଦଳ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଥିଲା କି ରେଳ ବିଭାଗ ରାଜ୍ୟରୁ ବାର୍ଷିକ କୋଟି କୋଟି ରାଜସ୍ବ ପାଉଥିବା ବେଳେ ଓଡ଼ିଶାର ନ୍ୟାଯ୍ୟ ଦାବି ପ୍ରତି ବଜେଟ୍ରେ ବ୍ୟବସ୍ଥା କରାଯାଇନାହିଁ ।
ଓଡ଼ିଶାରେ ୬୦ ପ୍ରତିଶତରୁ ଅଧିକ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ଓଡିଶାରେ କରୋନାର ପ୍ରଥମ ଡୋଜ ଟିକା ଦିଆଯାଇଛି : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।
ଆଜି(ରବିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ। ପୂର୍ବାହ୍ନ ୧୧ଟା ୪୫ରେ ପ୍ରଧାନମନ୍ତ୍ରୀ ଆସାମର ସୋନିତପୁର ଜିଲ୍ଲାର ଢ଼େକିଆଜୁଲି ଠାରେ ଦୁଇଟି ଡାକ୍ତରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ରାଜ୍ୟ ରାଜପଥ ଏବଂ ବୃହତ ଜିଲ୍ଲା ସଡ଼କ କାର୍ଯ୍ୟକ୍ରମ ପାଇଁ ‘ଆସୋମ ମାଲା’ କାର୍ଯ୍ୟକ୍ରମ ଆରମ୍ଭ କରିବେ।
ଆସନ୍ତା ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଜୟ ହଜାରେ ଟ୍ରଫି ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଖେଳାଳି ମାନଙ୍କୁ ଫେବୃଆରୀ ୧୩ ତାରିଖରୁ ଆସି କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅମିତ ଶାହା ଆଜି ଶିବସେନାର ଗଡ଼ କନକାନରେ ମେଡିକାଲ କଲେଜ ଉଦ୍ଘାଟନ କରିବେ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିନ କୋଙ୍କାନର ସିନ୍ଧୁଦର୍ଗରେ ବିଜେପି ରାଜ୍ୟସଭା ସଦସ୍ୟ ନାରାୟଣ ରାଣେଙ୍କ ସଂଗଠନ ସିନ୍ଧୁଦର୍ଗ ଶିଖ ପ୍ରସାର ମଣ୍ଡଳଙ୍କ ଦ୍ୱାରା ନିର୍ମିତ ମେଡିକାଲ କଲେଜକୁ ଉଦଘାଟନ କରିବେ।
ବଙ୍ଗଳା: ଆଜିଠାରୁ କଂଗ୍ରେସ ପର୍ଯ୍ୟବେକ୍ଷକମାନେ ରାଜ୍ୟ ଗସ୍ତ କରିବେ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି। ବଙ୍ଗଳା ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ବି.କେ ହରିପ୍ରସାଦ, ଆଲାମଗିର ଆଲାମ ଏବଂ ବିଜୟ ଇନ୍ଦର ସିଙ୍ଗଲା ରବିବାର ଠାରୁ ରାଜ୍ୟ ଗସ୍ତ କରିବେ ।
ବିଶ୍ୱବ୍ୟାପୀ ଆଜି ପର୍ଯ୍ୟନ୍ତ ୧୦ କୋଟି ୬୩ ଲକ୍ଷ ୨୫ ହଜାର ୬୮୮ ଲୋକ କରୋନା ଭାଇରସ କବଳରେ ପଡ଼ିଥିବା ବେଳେ ୨୩ ଲକ୍ଷ ୧୮ ହଜାର ୮୪୧ ଜଣ ଲୋକଙ୍କର ହୋଇଛି ହୋଇଛି । ୭ କୋଟି ୮୧ ଲକ୍ଷ ୧୦ ହଜାର ୯୬୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୮ ଲକ୍ଷ ୯୫ ହଜାର ୮୮୦ ଜଣ ଲୋକ ସକ୍ରିୟ ଅଛନ୍ତି ।