ଓଡ଼ିଶା କଂଗ୍ରେସ ପକ୍ଷରୁ ଆସନ୍ତା ଫ୍ରେବୁୟାରୀ ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା

ବାସ୍ତବବ୍ୟୁରୋ:ଓଡ଼ିଶା କଂଗ୍ରେସ ପକ୍ଷରୁ ଆସନ୍ତା ଫ୍ରେବୁୟାରୀ ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ୧୫ ତାରିଖ ଦିନ ସକାଳ ୭ଟାରୁ ଦିନ ୧ଟା ଯାଏଁ ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କହିଛନ୍ତିକି ଓଡ଼ିଶାର ସ୍ୱାର୍ଥ ପାଇଁ ରାଜ୍ୟବାସୀ ଏହି ବନ୍ଦକୁ ସହଯୋଗ କରନ୍ତୁ ।

ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୮୭ ଟଙ୍କା ଟପିଥିବା ବେଳେ ମାଲକାନଗିରିରେ ଏହା ୯୦ ଟପିଲାଣି। ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପଡୁଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଫଳରେ ବିଭିନ୍ନ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଉଛି। ଯାହା ଉଭୟ ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ପାଇଁ ଅସହ୍ୟ ହୋଇ ପଡ଼ିଛି। ଏଭଳି ସ୍ଥଳେ କଂଗ୍ରେସ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ଓଡିଶା ବାସୀଙ୍କ ସହଯୋଗ ନିଶ୍ଚୟ ରହିବ ବୋଲି ଶ୍ରୀ ପଟନାୟକ କହିଛନ୍ତି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Feb 10 , 2021
ଆସନ୍ତା ୧୫ତାରିଖରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳ ୭ଟାରୁ  ଅପରାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ନିରଞ୍ଜନ ପଟ୍ଟନାୟକ ପ୍ରେସମିଟ୍‌ରେ କହିଛନ୍ତି ଯେ, ତୈଳ ଦର ବୃଦ୍ଧି, ଆଇନଶୃଙ୍ଖଳା ଓ କୋଟିଆ ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସ ଏହି ବନ୍ଦ ଡାକରା ଦେଇଛି କଂଗ୍ରେସ । ଆସନ୍ତା ରବିବାର ମହାପ୍ରଭୁଙ୍କ ପଦ୍ମମୁଖ ବେଶ ଦର୍ଶନ । କରୋନା କଟକଣା ପାଇଁ ରବିବାର ଭକ୍ତଙ୍କ […]

You May Like

Pin It on Pinterest