ଆସନ୍ତା ୧୫ତାରିଖରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ନିରଞ୍ଜନ ପଟ୍ଟନାୟକ ପ୍ରେସମିଟ୍ରେ କହିଛନ୍ତି ଯେ, ତୈଳ ଦର ବୃଦ୍ଧି, ଆଇନଶୃଙ୍ଖଳା ଓ କୋଟିଆ ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସ ଏହି ବନ୍ଦ ଡାକରା ଦେଇଛି କଂଗ୍ରେସ ।
ଆସନ୍ତା ରବିବାର ମହାପ୍ରଭୁଙ୍କ ପଦ୍ମମୁଖ ବେଶ ଦର୍ଶନ । କରୋନା କଟକଣା ପାଇଁ ରବିବାର ଭକ୍ତଙ୍କ ଲାଗି ମନ୍ଦିର ପ୍ରବେଶକୁ ବନ୍ଦ କରାଯାଇ ସାନିଟାଇଜ କରାଯାଉଛି। ତେଣୁ ଭକ୍ତ ପଦ୍ମମୁଖ ବେଶ ଦର୍ଶନ କରିପାରିବେ କି ନାହିଁ ସନ୍ଦେହ ଉପୁଜିଛି ।
ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢ଼ା । ଏଥିପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ହୋଇଛି । ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ୍ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯାଉଛି।
ଚଳିତ ବର୍ଷ ପାଞ୍ଜିକା ଅନୁସାରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡୁନାହିଁ ତେଣୁ ଚଳିତ ବର୍ଷ ଶ୍ରୀଜୀଉ ମାନଙ୍କ ନାଗାର୍ଜୁନ ବେଶ ହେବ ନାହିଁ ବୋଲି ସ୍ପଷ୍ଟ କରିଛି ଶ୍ରୀମନ୍ଦିର ନୀତି ପ୍ରଶାସକ ।
ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ରବିବାର ପୂର୍ବାହ୍ନରେ ଗ୍ଲାସିୟର ଭାଙ୍ଗିବା ଘଟଣାରେ ମୃତକଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ଏସ୍ଡିଆରଏଫ୍, ଏନଡିଆରଏଫ ଓ ଆଇଟିବିପିର ଯବାନମାନେ ବୁଧବାର ୪ର୍ଥ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଦୀର୍ଘ ୩୮୮ ଦିନର ବ୍ୟବଧାନ ପରେ ପଡିଆରେ ମ୍ୟାଚ ଦେଖିପାରିବେ ଦର୍ଶକ । ଫେବୃଆରୀ ୧୩ ତାରିଖରୁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ଭାରତ – ଇଂଲଣ୍ଡ ସିରିଜର ଦ୍ୱିତୀୟ ଟେଷ୍ଟରେ ଷ୍ଟାଡିୟମ କ୍ଷମତାର ୫୦ ପ୍ରତିଶତ ଦର୍ଶକ ପଡିଆରେ ମ୍ୟାଚ ଦେଖିପାରିବେ ବୋଲି ଉଭୟ ଭାରତୀୟ କ୍ରିକେଟ ବୋର୍ଡ ଏବଂ ତାମିଲନାଡୁ କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି ।
ମଙ୍ଗଳବାର ଲୋକସଭାର କାର୍ଯ୍ୟକାଳ ରାତି ୧ଟା ଯାଏଁ ଜାରି ରହିଥିଲା । ଏଥିରେ କ୍ଷମତାସୀନ ଓ ବିରୋଧୀ ଦଳର କିଛି ସାଂସଦ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ହୋଇଥିବା ଚର୍ଚ୍ଚାରେ ଅଂଶଗ୍ରହଣ କରିଥିଲେ ।
ସମଗ୍ର ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୦ କୋଟି ୭୩ ଲକ୍ଷ ୭୫ ହଜାର ୫୭୩ ଲୋକ କରୋନା କବଳରେ ପଡ଼ିଥିବା ବେଳେ ୨୩ ଲକ୍ଷ ୪୮ ହଜାର ୬୬୨ ଜଣ ଲୋକଙ୍କର ହୋଇଛି ହୋଇଛି । ୭ କୋଟି ୯୪ ଲକ୍ଷ ୧୩ ହଜାର ୧୭୮ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୬ ଲକ୍ଷ ୧୩ ହଜାର ୭୩୩ ଜଣ ଲୋକ ସକ୍ରିୟ ଅଛନ୍ତି ।