ଓଡ଼ିଶାରେ ମେଟ୍ରୋ ଟ୍ରେନ ନେର୍ଟଓ୍ଵାର୍କ ନିମନ୍ତେ ରାଜ୍ୟ ସରକାରଙ୍କ,କୌଣସି ପ୍ରସ୍ତାବ ଏପର୍ଯ୍ୟନ୍ତ ମଳିନାହିଁ – ହରଦୀପ ସିଂହ ପୁରୀ |

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ଆଜି ରାଜ୍ୟସଭାରେ ଗୃହନିର୍ମାଣ ଓ ନଗରାଞ୍ଚଳ ବ୍ୟାପାର ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତିକି, ଓଡ଼ିଶାରେ ମେଟ୍ରୋ ଟ୍ରେନ ନେର୍ଟଓ୍ଵାର୍କ ନିମନ୍ତେ ରାଜ୍ୟ ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଏପର୍ଯ୍ୟନ୍ତ ମଳିନାହିଁ |
ଓଡ଼ିଶାରେ ମେଟ୍ରୋ ଟ୍ରେନ ‌ ନେଟ୍‌ଓ୍ଵାର୍କ ନିମନ୍ତେ କୌଣସି ଯୋଜାନ ଅଛି କି, ଏବଂ ଯଦି ଅଛି ତାହା କେବେ ଆରମ୍ଭ ହେବ ବୋଲି ରାଜ୍ୟସଭା ସାଂସଦ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଶ୍ନର ଉତ୍ତର ଦେଇ ହରଦୀପ ସିଂହ ପୁରୀ କହିଲେ, ନଗରାଞ୍ଚଳ ବିକାଶର ସମନ୍ଵିତ ଅଂଶ ନଗରାଞ୍ଚଳ ପରିବହନ ହେଉଛି ରାଜ୍ୟର ବ୍ୟାପାର।

Photo: social media

ଏହାର ଆରମ୍ଭ, ବିକାଶ ଏବଂ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରିବା ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଦାୟିତ୍ୱ। ପ୍ରସ୍ତାବର ଉପଯୋଗିତା ଏବଂ ମିଳୁଥିବା ସମ୍ବଳକୁ ଆଧାର କରି,ପରିବର୍ଦ୍ଧିତ ନୀତିଆଧାରରେ, କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଅନୁରୋଧକୁ ଚାହିଁ ସହର ଏବଂ ସହରାଞ୍ଚଳରେ ମେଟ୍ରୋ ରେଳ ଯୋଜନାକୁ ଆର୍ଥିକ ସହାୟତା ଯୋଗାଇଥାନ୍ତି ।ଏ ପର୍ଯ୍ୟନ୍ତ ସେଭଳି କୌଣସି ପ୍ରସ୍ତାବ ଓଡ଼ିଶା ସରକାରଙ୍କ ଠାରୁ ମିଳିନାହିଁ |

,

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶ୍ରୀମନ୍ଦିର ଚତୁପାର୍ଶ୍ୱ ସୁରକ୍ଷା ଜୋନ୍‌ ଏବଂ ଐତିହ୍ୟ କରିଡର୍‌ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଜନ ଶୁଣାଣି ଆଜି ସକାଳ ୯ ଟାରୁ ଆରମ୍ଭ ହୋଇଛି।

Wed Feb 10 , 2021
ବାସ୍ତବବ୍ୟୁରୋ:(ପୁରୀ) ଶ୍ରୀମନ୍ଦିର ଚତୁପାର୍ଶ୍ୱ ସୁରକ୍ଷା ଜୋନ୍‌ ଏବଂ ଐତିହ୍ୟ କରିଡର୍‌ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଜନ ଶୁଣାଣି ଆଜି ସକାଳ ୯ ଟାରୁ ଆରମ୍ଭ ହୋଇଛି। ନୀଳାଦ୍ରି ଭକ୍ତ ନିବାସରେ ଏହି ଜନ ଶୁଣାଣିରେ ଅଧ୍ୟକ୍ଷତା କରୁଛନ୍ତି ପୁରୀର ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ। ସୁରକ୍ଷା ଜୋନ୍‌ ଏବଂ ଐତିହ୍ୟ କରିଡର୍‌ କାରଣରୁ ବାସେଳୀ ସାହିର ୨ ଓ ୩, ମଣିକର୍ଣ୍ଣିକା ସାହିର ୪ ଓ ୯, କାଳିକାଦେବୀ […]

You May Like

Pin It on Pinterest