ଶ୍ରୀମନ୍ଦିର ଚତୁପାର୍ଶ୍ୱ ସୁରକ୍ଷା ଜୋନ୍‌ ଏବଂ ଐତିହ୍ୟ କରିଡର୍‌ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଜନ ଶୁଣାଣି ଆଜି ସକାଳ ୯ ଟାରୁ ଆରମ୍ଭ ହୋଇଛି।

ବାସ୍ତବବ୍ୟୁରୋ:(ପୁରୀ) ଶ୍ରୀମନ୍ଦିର ଚତୁପାର୍ଶ୍ୱ ସୁରକ୍ଷା ଜୋନ୍‌ ଏବଂ ଐତିହ୍ୟ କରିଡର୍‌ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଜନ ଶୁଣାଣି ଆଜି ସକାଳ ୯ ଟାରୁ ଆରମ୍ଭ ହୋଇଛି।

ନୀଳାଦ୍ରି ଭକ୍ତ ନିବାସରେ ଏହି ଜନ ଶୁଣାଣିରେ ଅଧ୍ୟକ୍ଷତା କରୁଛନ୍ତି ପୁରୀର ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ। ସୁରକ୍ଷା ଜୋନ୍‌ ଏବଂ ଐତିହ୍ୟ କରିଡର୍‌ କାରଣରୁ ବାସେଳୀ ସାହିର ୨ ଓ ୩, ମଣିକର୍ଣ୍ଣିକା ସାହିର ୪ ଓ ୯, କାଳିକାଦେବୀ ସାହିର ୧୨, ଦୋଳମଣ୍ଡପ ସାହିର ୧୫ ଓ ଚୂଡ଼ାଙ୍ଗ ସାହିର କିଛି ପ୍ରଭାବିତ ହୋଇଛନ୍ତି। ଉପରୋକ୍ତ ସାହିଗଡ଼ିକର ଜମି ହରାଉଥିବା ବାସିନ୍ଦାମାନଙ୍କୁ ନେଇ ଜିଲ୍ଲା ପ୍ରଶାସନ ଏହି ଜନ ଶୁଣାଣି କରୁଛି। ଏହି ଐତିହ୍ୟ କରିଡର୍‌ ନିମନ୍ତେ ପ୍ରାୟ ୯୦% ଜମି ଅଧିଗ୍ରହଣ ସରିଥିଲେ ମଧ୍ୟ ବାକି ଜମି ବିବାଦୀୟ ଅବସ୍ଥାରେ ରହିଛି। ଜନ ଶୁଣାଣି କରି ସମ୍ପୃକ୍ତ ଜମି ସବୁ ତୁରନ୍ତ ଅଧିଗ୍ରହଣ କରିବାକୁ ପ୍ରଶାସନ ଉଦ୍ୟମ ଜାରିରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତା କାଲି (ଫ୍ରେବୁୟାରୀ ୧୨ ତାରିଖ) ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ...

Thu Feb 11 , 2021
ବାସ୍ତବବ୍ୟୁରୋ:ଫ୍ରେବୁୟାରୀ ୧୨ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ସମୟସୀମା ,ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୃଦ୍ଧି କରାଯାଇଛି।ପୂର୍ବରୁ ଶେଷ ତାରିଖ ଫ୍ରେବୁୟାରୀ ୧୦ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ଏହି ସମୟସୀମା ଭିତରେ ବହୁ ଛାତ୍ରଛାତ୍ରୀ ଫର୍ମପୂରଣ କରି ପାରି ନଥିବାର ଅଭିଯୋଗ ହେବାପରେ, ଫର୍ମପୂରଣ ସମୟସୀମା ଦୁଇଦିନ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।ବୋର୍ଡର ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରୁ ସୂଚନାନୁଯାୟୀ,ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ସେମାନଙ୍କ ଛାତ୍ରଛାତ୍ରୀଙ୍କ […]

You May Like

Pin It on Pinterest