ଆଜିର ଖାସ୍ ଖବର

ଆଜି(ଗୁରୁବାର) ସନ୍ଧ୍ୟା ୫ଟା ସମୟରେ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ହିଞ୍ଜିଳିରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ୩ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ହିଞ୍ଜିଳିକାଟୁର ନୂତନ ବସ ଟର୍ମିନାଲ, ବରିଷ୍ଠ ନାଗରିକଙ୍କ ପାଇଁ ଚିତୋ ବିନୋଦନ କେନ୍ଦ୍ର, ପୌର ପରିଷଦ ଅତିଥି ଭବନ, ୧୨ଲକ୍ଷ ବ୍ୟୟରେ ନିର୍ମିତ ବିଜୁ ବାବୁଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତି, ଶୀତଳ ଭଣ୍ଡାର, ଆର୍.ଏମ.ସି ମାର୍କେଟ କମ୍ପ୍ଲେକ୍ସକୁ ଉଦଘାଟନ କରିବେ ।

ଆୟ ବହିଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ବଲାଙ୍ଗିର ଡେପୁଟୀ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛିଏକକାଳୀନ ଭାବରେ ୫ଟି ଜାଗାରେ ଭିଜିଲାନ୍ସ ଚଢାଉ ଜାରି ରଖିଛି । କେଶବଙ୍କ ଅଫିସ୍ ସହ ସାଗରପଡା, ଇନ୍ଦ୍ରାନଗର, ଓ ଗୁପ୍ତେଶ୍ୱରନଗରରେ ଥିବା ଘରେ ସମେତ ସୋନପୁର ପୈତୃକ ବାସଭବନରେ ଭିଜିଲାନ୍ସ ଚଢାଉ କରିଛି ।

 ଯାତ୍ରାଅଭିନେତା ଦାମ ପଣ୍ଡାଙ୍କୁ ଗୁରୁତର ଅବସ୍ଥାରେ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଅବସ୍ଥା ଉଦ୍‌ବେଗଜନକ ରହିଥିବାର ସୂଚନା ମିଳିଛି ।

ଆଜି ମାଘ ଅମାବାସ୍ୟା ତଥା ମୌନୀ ଅମାବାସ୍ୟା ଅବସରରେ ଶ୍ରଦ୍ଧାଳୁମାନେ ହରିଦ୍ୱାରରେ ଆସ୍ଥାର ବୁଡ ପକାଇଛନ୍ତି । ଏହା ବ୍ୟତୀତ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ସଂଗମ ତଟରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଛନ୍ତି । ମାଘ ମାସ କାର୍ତ୍ତିକ ମାସ ଭଳି ପୂଣ୍ୟମାସ । ମାଘ ମାସର ସବୁ ସ୍ନାନ ଠାରୁ ମୌନୀ ଅମାବାସ୍ୟାର ସ୍ନାନ ଅଧିକ ଗୁୁରୁତ୍ୱପୂର୍ଣ୍ଣ ।

ରେଳବାଇର ଏସି – ୩ ଟାୟାର କୋଚରେ ଯାତ୍ରା କରିବା ଶସ୍ତା ହେବ ଏବଂ ଅଧିକ ସୁବିଧା ମିଳିବ ନୂତନ ଏସି – ୩ ଟାୟାର କୋଚକୁ ପର୍ଯ୍ୟଟକ କ୍ଲାସ ମଧ୍ୟ କୁହାଯିବ  ଏହାର ଭଡ଼ା ବହୁତ କମ ହେବ

୨୩ ବର୍ଷୀୟ ଫାଇନାନସିଆଲ ଏକ୍ସଚେଞ୍ଜ ଇନଫରମେଶନ ଏନାଲିଷ୍ଟ ମାନସା ବାରାଣସୀ ଭିଏଲସିସି ଫେମିନା ମିସ ଇଣ୍ଡିଆ ୨୦୨୦ ଟାଇଟଲ ଜିତିଛନ୍ତି ।   ଫେବ୍ରୁଆରୀ ୧୦ ତାରିଖରେ ଆୟୋଜନ କରାଯାଇଥିବା ଫେମିନା ମିସ ଇଣ୍ଡିଆ ୨୦୨୦ର ଗ୍ରାଣ୍ଡ ଫିନାଲେରେ ତେଲେଙ୍ଗାନାର ମାନସା ମିସ ଇଣ୍ଡିଆର ମୁକୁଟ ପିନ୍ଧିଛନ୍ତି । 

ହରିଦ୍ୱାର କୁମ୍ଭମେଳା-୨୦୨୧ ମାଘ ପୂର୍ଣ୍ଣିମା ଅବସରରେ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ ।

କୃଷକ ନେତା ଦର୍ଶନ ପାଲ୍ କହିଛନ୍ତି ଯେ, ବୁଧବାର ଅନୁଷ୍ଠିତ ବୈଠକ ପରେ ରେଳ ରୋକ ବାବଦରେ ନିଷ୍ପତ୍ତି ନିଆଯାଇଛି । ଫେବ୍ରୁଆରୀ ୧୨ ତାରିଖରେ ରାଜସ୍ଥାନର ସମସ୍ତ ଟୋଲ୍ ପ୍ଲାଜାରେ ଆନ୍ଦୋଳନ ହେବ । ଏହାପରେ ଫେବ୍ରୁଆରୀ ୧୪ ତାରିଖରେ ପୁଲଓ୍ୱାମାରେ ସହିଦ ଯବାନଙ୍କ ସ୍ମରଣରେ ସାରା ଦେଶରେ କ୍ୟାଣ୍ଡେଲ ଶୋଭାଯାତ୍ରା ହେବ । ଫେବ୍ରୁଆରୀ ୧୮ରେ ସାରା ଦେଶରେ ୪ ଘଣ୍ଟା ପାଇଁ ରେଳରୋକ କରିବ ସଂଯୁକ୍ତ କିଶାନ ମୋର୍ଚ୍ଚା

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଉତ୍ତରାଖଣ୍ଡରେ ଗ୍ଲାସିୟର ଭାଙ୍ଗିବା ପୂର୍ବ ଓ ପରବର୍ତ୍ତୀ ସମୟର ଫଟୋ ଜାରି କରିଛି

ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ଗ୍ଲାସିୟର ଭାଙ୍ଗିବା ପରେ ଆଜିପର୍ଯ୍ୟନ୍ତ ୩୨ ଜଣଙ୍କର ମୃତଦେହ ମିଳିଥିବା ବେଳେ ୧୭୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି

ଚୀନ ର ମହାକାଶ ଯାନ ‘ତିୟାନବେନ’ ମଂଗଳ କକ୍ଷରେ ପ୍ରବେଶ କରିଛି, ଯାହାକି ଲୋହିତ ଗ୍ରହର ପୃଷ୍ଠରେ ଏକ ରୋବର୍ଟ ରଖିବ ଏବଂ ସେଠାରେ ଭୂଜଳ ତଥା ପ୍ରାଚୀନ ଜୀବନ ସମ୍ଭାବିତ ସଂକେତ ସଂପର୍କିତ ତଥ୍ୟ ହାସଲ କରିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ହିଞ୍ଜିଳିକାଟୁର ୧୪ଟି ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ...

Thu Feb 11 , 2021
ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ହିଞ୍ଜିଳିକାଟୁର ୧୪ଟି ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବାସ୍ତବବ୍ୟୁରୋ:ଆଜି (ଗୁରୁବାର) ୧୪ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପୌର ପରିଷଦର ବିଭିନ୍ନ ପ୍ରକଳ୍ପର, ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉଦ୍‌ଘାଟନୀ ଉତ୍ସବରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ଉପସ୍ଥିତ […]

You May Like

Pin It on Pinterest