କୋଟିଆ କୁ ନେଇ ଆନ୍ଧ୍ର ଓଡିଶା ଏହି ସୀମା ବିବାଦକୁ ନେଇ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୋଧରେ ରାଜ୍ୟସରକାର ଦାଖଲ କରିଥିବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ ।
ଆଜି କଟକ, ଭୁବନେଶ୍ୱରରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା । ଏତେ କୁହୁଡି କାରଣରୁ ରାସ୍ତାଘାଟ ଦୃଶ୍ୟମାନ ହେଉନଥିଲା । ଯାନବାହାନ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜିଠୁ ଲାଗୁ ହେଉଛି ନୂଆ ଏସଓପି । ଏଣିକି ରବିବାର ବି ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ଭକ୍ତ । ତେବେ ଆଜିଠୁ ଶ୍ରୀମନ୍ଦିର ଆନନ୍ଦବଜାର ପରିସରରେ ଭକ୍ତମାନେ ମହାପ୍ରସାଦ ସେବନ କରିପାରିବେ ।
ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାର୍ଷିକ ‘ଉଦ୍ୟାନୋତ୍ସବ’କୁ ରାଷ୍ଟ୍ରପତି ଭବନରେ ଉଦ୍ଘାଟନ କରିବେ ।ସର୍ବସାଧାରଣଙ୍କ ପାଇଁ ମୁଗଲ ଗାର୍ଡେନ ୨୦୨୧ ଫେବ୍ରୁଆରୀ ୧୩ ତାରିଖ ଠାରୁ ମାର୍ଚ୍ଚ ମାସ ୨୧ ତାରିଖ ଯାଏଁ ଖୋଲିବ ଗାର୍ଡେନକୁ ବୁଲି ଯିବା ପାଇଁ ସମୟ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ରଖାଯାଇଛି ।
ଦେଶରେ ଘରୋଇ ବିମାନ ଯାତ୍ରା ମହଙ୍ଗା ହୋଇଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଘରୋଇ ବିମାନ ଭଡା ଅତିକମରେ ୧୦ ପ୍ରତିଶତ ଓ ଅଧିକ ଭାବେ ୩୦ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହେବ ।
ଆମେରିକାର ଟେକ୍ସାସରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ବରଫାଚ୍ଛନ୍ନ ସଡ଼କ ଉପରେ ଖସିଯିବାରୁ ପାଖାପାଖି ୧୩୦ଟି ଗାଡ଼ି ନିଜ ନିଜ ଭିତରେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ରୋଡେରିକୋ ଅଫ୍ରିନ : ଟିକାକରଣ ଅଭିଯାନରେ ଭାରତ ବହୁ ପରିଶ୍ରମ କରିଛି । ଏଥିପାଇଁ ପ୍ରବଳ ଶକ୍ତି ବିନିଯୋଗ କରିଛି । ଭାରତ ସଫଳତାର ସହିତ କୋଭିଡ ଟିକାକରଣ କରୁଛି । ମାତ୍ର ୨୨ ଦିନରେ ୬୦ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଇଛି । ଭାରତର ଏହି ଟିକାକରଣ କାର୍ଯ୍ୟକ୍ରମ ବିଶ୍ୱରେ ଦ୍ରୁତତମ । .
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୦ କୋଟି ୮୨ ଲକ୍ଷ ୭୩ ହଜାର ୯୯୪ ଲୋକ କରୋନା କବଳରେ ପଡ଼ିଥିବା ବେଳେ ୨୩ ଲକ୍ଷ ୭୭ ହଜାର ୧୨ ଜଣ ଲୋକଙ୍କର ହୋଇଛି ହୋଇଛି । ୮ କୋଟି ୪୫ ଲକ୍ଷ ୭ ହଜାର ୬୧୪ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୪ ଲକ୍ଷ ୩୯ ହଜାର ୩୬୮ ଜଣ ଲୋକ ସକ୍ରିୟ ଅଛନ୍ତି ।



