ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ ଅନୁଷ୍ଟିତ ହେବ । ଆଜି ତିଥିରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅନୁଷ୍ଟିତ ହେଉଥିବାରୁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ବି ଭକ୍ତଙ୍କ ଭିଡ ଯମିବା ଆରମ୍ଭ ହୋଇଛି ।
ଓଡ଼ିଶାର ଜଣାଶୁଣା ସାମ୍ବାଦିକ,ଲେଖକ,ସମ୍ପାଦକ ତଥା ବିଶିଷ୍ଟ ପରିବେଶ କର୍ମୀ ଅଭୟ ସିଂହଙ୍କର ଦେହାନ୍ତ ହୋଇଯାଇଛି।
ଆଜି କୋଟିଆ ପଞ୍ଚାୟତରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ବାଚନ ଆରମ୍ଭ ହୋଇଛି । ଆଜି ସକାଳ ୭ ଟାରୁ ମତ ଦାନ ମଧ୍ୟ ଆରମ୍ଭ ହୋଇଛି ।
ମୁମ୍ବାଇର ଲୋକୋଲ ଟ୍ରେନ ବଢାଊଛି ବିଏମ୍ସିର ଚିନ୍ତା । ଫେବ୍ରୁଆରୀ ୧ ତାରିଖରେ ଲୋକୋଲ ଟ୍ରେନ ଚଳାଚଳ କରିବା ଦ୍ୱାରା ଲୋକଙ୍କର ଭିଡ଼ ଦେଖିବାକୁ ମିଳୁଛି ଯାହା ଫଳରେ ମୁମ୍ବାଇରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ପାଊଛି ।
୨୮ ଦିନ ପୂର୍ବେ ଭାରତ ଆରମ୍ଭ କରିଥିବା କୋଭିଡ୍-୧୯ ଟିକାକରଣ ଅଭିଯାନରେ ‘ପ୍ରଥମ ଡୋଜ୍’ ନେଇଥିବା ବ୍ୟକ୍ତିବିଶେଷଙ୍କୁ ଆଜି ‘ଦ୍ୱିତୀୟ ଡୋଜ୍’ ଦିଆଯିବ।
ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ୮ଟି ରାଜ୍ୟରେ ଶୁକ୍ରବାର ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରାତି ୧୦ଟା ୩୪ମିନିଟରେ ଏହି ଭୂକମ୍ପ ଏକକାଳୀନ ୪ଟି ଦେଶରେ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସୀସ୍ମୋଲୋଜୀ (ଏନସିଏସ୍) ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ଅମୃତସର ଥିଲା, ଯେଉଁଠାରେ କି ଏହାର ରିକ୍ଟର ସ୍କେଲରେ ତୀବ୍ରତା ୬.୧ ଥିଲା । ଦିଲ୍ଲୀରେ ରିକ୍ଟର ସ୍କେଲରେ ତୀବ୍ରତା ୪.୨ ମପାଯାଇଥିଲା । ଭୂକମ୍ପର ଝଟକା ଏତିକି ତୀବ୍ର ଥିଲା ଯେ, ଭାରତର ହରିୟାଣା, ରାଜସ୍ଥାନ, ଜମ୍ମୁ କଶ୍ମୀର, ଦିଲ୍ଲୀ, ଉତ୍ତର ପ୍ରଦେଶ, ପଂଜାବ ଥରିଥିଲା ।
ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିର ଲାଗି ଚାନ୍ଦା ସଂଗ୍ରହ ପାଇଁ ଗତମାସ ଆରମ୍ଭ ହୋଇଥିବା ଅଭିଯାନ ଏବେବି ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ୧୫୦୦ କୋଟି ଟଙ୍କାରୁ ଅଧିକ ରାଶି ଏକାଠି ହୋଇସାରିଛି ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୦ କୋଟି ୮୭ ଲକ୍ଷ ୨ ହଜାର ୩୬୯ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୨୩ ଲକ୍ଷ ୯୨ ହଜାର ୨୯୧ ଜଣ ଲୋକଙ୍କର ହୋଇଛି ହୋଇଛି । ୮ କୋଟି ୮ ଲକ୍ଷ ୪୯ ହଜାର ୬୫୬ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୪ ଲକ୍ଷ ୬୦ ହଜାର ୪୨୨ ଜଣ ଲୋକ ସକ୍ରିୟ ଅଛନ୍ତି ।