ଆଜି ଖାସ୍ ଖବର

ଚଳିତ ମାସ ୨୩ ତାରିଖରୁ ଆରମ୍ଭ କରି ମେ ‘୨୮ ପର୍ଯ୍ୟନ୍ତ ଚାଲିବ ଜେଇଇ ମେନ୍ ପରୀକ୍ଷା ।  ଏହି ଜେଇଇ ମେନ୍ ପରୀକ୍ଷା ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ।  ପ୍ରଥମ ପରୀକ୍ଷା ଫେବ୍ରୁଆରୀରେ ସରିବା ପରେ ଦ୍ୱିତୀୟ ପରୀକ୍ଷା ମାର୍ଚ୍ଚ ୧୫ରୁ ୧୮ ତାରିଖ, ତୃତୀୟ ଏପ୍ରିଲ ୨୭ରୁ ୩୦ ତାରିଖ ଏବଂ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ମେ ‘୨୪ରୁ ୨୮ତାରିଖରେ ଅନୁଷ୍ଠିତ ହେବ । 

ରାଜ୍ୟରେ ତାତି ବଢ଼ୁଛି ।  ୧୬ ପର୍ଯ୍ୟନ୍ତ ରାଜ୍ୟରେ ଗରମ ଅନୁଭବ ହେବ । ୧୬ରେ ୬ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ୧୭ରେ ୧୧ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ବର୍ଷା ପରେ ରାଜ୍ୟରେ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

ଦୁର୍ଲଭ ପଦ୍ମବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜି ସକାଳେ ଅବକାଶ ନୀତି ଯାଏଁ ଭକ୍ତ ଏବଂ ଶ୍ରଦ୍ଧାଳୁ ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । 

ଭଦ୍ରକ ଜିଲ୍ଲା ରେ ପ୍ରବଳ ମାତ୍ରାରେ କୁହୁଡି ଦେଖିବାକୁ ମିଳିଛି । ଆଜି ଭୋର ସମୟରେ କୁହୁଡି କମ ଥିବା ବେଳେ ପରେ ଏହା ଅଧିକ ମାତ୍ରାରେ ଦେଖିବାକୁ ମିଳିଥିଲା । ଭଦ୍ରକ ସମେତ ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଓ ମାଲକାନଗିରିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି ।

ଉତ୍ତରାଖଣ୍ଡର ଚମୋଲିରେ ହିସ୍ଖଳନରେ ଆଜି ସକାଳେ ତପୋବନ ସୁଡ଼ଙ୍ଗ ବା ଟନେଲ୍ ମଧ୍ୟରୁ ଆଉ ୫ଟି ଶବ ଉଦ୍ଧାର କରାଯିବା ପରେ ସମୁଦାୟ ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧି ପାଇଛି।

ଆଜି ଭାରତୀୟ ସେନାକୁ ହସ୍ତାନ୍ତର ହେବ ୧୧୮ ସ୍ୱଦେଶୀ ଯୁଦ୍ଧକ ଟ୍ୟାଙ୍କ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସେନାକୁ ୧୧୮ ଅର୍ଜୁନ ଟ୍ୟାଙ୍କ ହସ୍ତାନ୍ତର କରିବେ ।  ଅର୍ଜୁନ ଟ୍ୟାଙ୍କକୁ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ) ବିକଶିତ କରିଛି । 

ଜମ୍ମୁ କଶ୍ମୀରର ପୁଲୱାମାରେ ସିଆରପିଏଫ ଯବାନଙ୍କ ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ୨ ବର୍ଷ ହୋଇଛି । ପାକିସ୍ତାନୀ ଆତଙ୍କବାଦୀ ପକ୍ଷରୁ କରାଯାଇଥିବା ଆକ୍ରମଣରେ ସିଆରପିଏଫର ୪୦ ଜଣ ଯବାନ ସହିଦ ହୋଇଥିଲେ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ୨୦୧୯ ଫେବ୍ରୁଆରୀ ୧୪ରେ ହୋଇଥିଲା । ସେହିଦିନ ୭୮ଟି ଗାଡ଼ିରେ ୨୫୦୦ ଯବାନ ଜମ୍ମୁରୁ ଶ୍ରୀନଗର ଯାଉଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ, ଜରୁରୀ ସେବା ଏହି ବନ୍ଦରୁ ବାଦ୍ ....

Mon Feb 15 , 2021
ବାସ୍ତବବ୍ୟୁରୋ:ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାରେ,ସକାଳ ୭ଟାରୁ ଏହି ବନ୍ଦ ପାଳନ ଆରମ୍ଭ ହୋଇଛି | ତୈଳ ଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ତଥା ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ପକ୍ଷରୁ ଏହି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି,ଏହା ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ।ବିବାହ ଗାଡ଼ି, ଆମ୍ବୁଲାନ୍ସ, ଔଷଧ ଦୋକାନ, ଜରୁରୀ ସେବା ଏହି ବନ୍ଦରୁ ବାଦ୍ ଦିଆଯିବାର ନିଷ୍ପତି […]

You May Like

Pin It on Pinterest