ବାସ୍ତବବ୍ୟୁରୋ:ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାରେ,ସକାଳ ୭ଟାରୁ ଏହି ବନ୍ଦ ପାଳନ ଆରମ୍ଭ ହୋଇଛି | ତୈଳ ଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ତଥା ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ପକ୍ଷରୁ ଏହି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି,ଏହା ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ।ବିବାହ ଗାଡ଼ି, ଆମ୍ବୁଲାନ୍ସ, ଔଷଧ ଦୋକାନ, ଜରୁରୀ ସେବା ଏହି ବନ୍ଦରୁ ବାଦ୍ ଦିଆଯିବାର ନିଷ୍ପତି ନିଆଯାଇଛି |

ଏହି ବନ୍ଦ ପାଳନକୁ ଶାନ୍ତିପୂର୍ଣ୍ଣ ଭାବେ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି | ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାଜଧାନୀରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି, ରାଜପଥରେ ଅଟକି ରହିଛି ବହୁ ସଂଖ୍ୟକ ଗାଡ଼ି। ଭୁବନେଶ୍ୱର ରେଳ ଷ୍ଟେସନରେ କଂଗ୍ରେସ କର୍ମୀ ଓ ନେତାଙ୍କ ପକ୍ଷରୁ ରେଳରୋକ ଜାରିରହିଛି ।