ଆଜି ଦିନ ୨ଟା ଯାଏଁ ଗଡିବନି ମୋ ବସ୍. ବନ୍ଦ ରହିବ ‘ମୋ ବସ’ ସେବା ।
ଆଜି ମଧ୍ୟରାତ୍ରିରୁ ଫାସଟ୍ୟାଗ ବ୍ୟବସ୍ଥା ବାଧ୍ୟତାମୂଳକ । ଏଣିକି ଜାତୀୟ ରାଜପଥ ଟୋଲ ଗେଟରେ ଫାସଟ୍ୟାଗ ମାଧ୍ୟମରେ ଟୋଲ୍ ଫି ଆଦାୟ ହେବ । ତେବେ ଏବେ ଫାସଟ୍ୟାଗ ନଥିଲେ ୨ ଗୁଣ ଟୋଲ୍ ଫି ଲାଗିବ । ସମସ୍ତ ଗାଡି ଫାସଟ୍ୟାଗ କରିବାକୁ ବାଧ୍ୟ, ନ ହେଲେ ମାଲିକଙ୍କ ନାଁରେ କଟାଯିବ ଇ -ଚାଲାଣ । ଫାସଟ୍ୟାଗ ନ ଥିଲେ ଟୋଲପ୍ଲାଜା ଭିତରେ ପ୍ରବେଶ କରିପାରିବନି ଗାଡି ।
ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିବେ।
ଆଜିଠୁ ରାଜ୍ୟରେ ଆରମ୍ଭ ହେବ କରୋନା ଟୀକାକରଣର ଦ୍ୱିତୀୟ ଡୋଜ ।
ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି ଓ ବେକାରୀ ସମସ୍ୟା ନେଇ କଂଗ୍ରେସ ପକ୍ଷରୁ ଆଜି ସକାଳ ୭ ଟା ରୁ ଓଡ଼ିଶା ବନ୍ଦ ପାଳନ କରାଯାଉଛି । ସକାଳ ୭ଟାରୁ ଦିନ ୧ଟା ଯାଏ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ହେବ । ବିବାହ ଗାଡ଼ି, ଆମ୍ବୁଲାନ୍ସ, ଔଷଧ ଦୋକାନ, ଜରୁରୀ ସେବା ଏହି ବନ୍ଦରୁ ବାଦ୍ ଦିଆଯିବ ।
ଏଲପିଜି ସିଲିଣ୍ଡର ଦାମ୍ ୫୦ ଟଙ୍କା ଯାଏଁ ବୃଦ୍ଧି ପାଇଛି । ସେହିପରି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଛ । ଦରବୃଦ୍ଧି ପରେ ସବସିଡି ଯୁକ୍ତ ଗ୍ୟାସ୍ ସିଲିଣ୍ଡରର ଦାମ୍ ୭୬୯ ଟଙ୍କା ହୋଇଯାଇଛି । ଏହାପୂର୍ବରୁ ମୂଲ୍ୟ ୭୧୯ ଟଙ୍କା ଥିଲା । ନୂଆ ଦର ସୋମବାରଠୁ ଲାଗୁ ହେବ । ଦିଲ୍ଲୀରେ ପେଟ୍ରୋଲର ଦାମ୍ ଲିଟର୍ ପିଛା ୮୯ ଟଙ୍କା ନିକଟତର ହୋଇଛି ।
ଶ୍ରମ ମନ୍ତ୍ରାଳୟ ଆସନ୍ତା ଆର୍ଥିକ ବର୍ଷରେ ନୂତନ ଶ୍ରମ ଆଇନ ଲାଗୁ କରିପାରନ୍ତି । ସରକାର ଏହାକୁ ଅନ୍ତିମ ରୂପ ଦେବାକୁ ଯାଉଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ନୂତନ ନିୟମ ଲାଗୁ ହେବା ପରେ ଦେଶରେ ଶ୍ରମ ବଜାରରେ ସଂଶୋଧନ ନିୟମର ନୂଆ ଯୁଗ ଆରମ୍ଭ ହେବ । ସରକାର ନୂତନ ଶ୍ରମ ଆଇନ ବଳରେ ଓଭରଟାଇମର ସମୟ ସୀମାରେ ମଧ୍ୟ ପରିବର୍ତ୍ତନ କରିପାରନ୍ତି ଏବଂ ନିର୍ଦ୍ଧାରିତ ସମୟ ଠାରୁ ୧୫ ମିନିଟ ମଧ୍ୟ ଅଧିକ କାମକୁ ଓଭର ଟାଇମ ଭାବେ ଗ୍ରହଣ କରାଯିବ ।
ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାର ପ୍ରାକୃତିକ ବିପର୍ଯ୍ୟୟସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟର ୮ମ ଦିନରେ ରବିବାର ପୁଣି ୧୩ ଜଣଙ୍କର ମୃତଦେହ ମିଳିଛି । ଏଥି ସହିତ ମୃତକଙ୍କ ସଂଖ୍ୟା ୫୧କୁ ବୃଦ୍ଧି ପାଇଛି ।
ସମଗ୍ର ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୦ କୋଟି ୯୩ ଲକ୍ଷ ୮୦ ହଜାର ୨୩୯ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୨୨୪ ଲକ୍ଷ ୧୦ ହଜାର ୯୦୪ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୮ କୋଟି ୧୬ ଲକ୍ଷ ୧୨ ହଜାର ୩୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୩ ଲକ୍ଷ ୫୭ ହଜାର ୨୯୮ ଜଣ ଲୋକ ସକ୍ରିୟ ଅଛନ୍ତି ।
ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜସିଣ୍ଡା ଆରଡେନ ରବିବାର ଦିନ ଦେଶର ବୃହତ୍ତ ସହର ଅକଲାଣ୍ଡ ଲକଡାଉନ ଘୋଷଣା କରିଛନ୍ତି । ୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।