ଆଜି ସୁନ୍ଦରଗଡ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ …

ବାସ୍ତବବ୍ୟୁରୋ: ଆଜି ସୁନ୍ଦରଗଡ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ମାର୍ଟ ସିଟି ରାଉରକେଲାରେ ମୁଖ୍ୟମନ୍ତ୍ରୀ ବିପିୟୁଟି ପରିସରରେ ଦେଶର ସର୍ବବୃହତ୍ ଅତ୍ୟାଧୁନିକ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ଏକକାଳୀନ ୨୦ ହଜାର ଦର୍ଶକ ଏହି ଅତ୍ୟାଧୁନିକ ଷ୍ଟାଡିୟମରେ ବସି ଖେଳ ଦେଖିପାରିବେ ।ଜିଲ୍ଲାର ମୋଟ ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି l

ଏହି ପ୍ରକଳ୍ପ ମଧ୍ୟରେ ୧୬୨୨କୋଟିର ପାନୀୟ ଜଳ ପ୍ରକଳ୍ପ, ୩୨୦ କୋଟିର ଜଳସେଚନ, ୧୧୧କୋଟି ର ସ୍ୱାସ୍ଥ୍ୟସେବା, ୧୦୬୦ କୋଟିର ରାସ୍ତାଘାଟର ବିକାଶ, ୩୬୬କୋଟିର ଶିକ୍ଷା ପ୍ରକଳ୍ପ l ଅନୁରୂପ ଭାବେ ୪୭୧ କୋଟିର ସ୍ମାର୍ଟ ସିଟି ପ୍ରକଳ୍ପ, ୨୫୦ କୋଟିର ପରିମଳ,୨୧୬ କୋଟିର ଜୀବିକା ବିକାଶ,୧୩୫ କୋଟିର ମହିଳା ଓ ଶିଶୁ ବିକାଶ,୧୨୦ କୋଟିର କ୍ରୀଡ଼ା ପ୍ରକଳ୍ପ, ୩୮ କୋଟିର ବିଦ୍ୟୁତଶକ୍ତି ଯୋଗାଣ, ୬୭ କୋଟି ଭିତ୍ତିଭୂମି ଉନ୍ନୟନ, ୧୨ କୋଟିର ପରିବେଶ ସୁରକ୍ଷା ଓ ୧୫ କୋଟିର ଦକ୍ଷତା ବିକାଶ ପ୍ରକଳ୍ପ ରହିଛି |

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲାରେ ୧୭ମନ୍ତ୍ରୀ ଓ ୪୦ରୁ ଅଧିକ ବିଧାୟକ ଉପସ୍ଥିତ ରହିଥିବା ସହ, ଏହିସବୁ କାର୍ଯ୍ୟକ୍ରମକୁ ଭର୍ଚ୍ଚୁଆଲ ମାଧ୍ୟମରେ ୧୭ ବ୍ଲକରେ ମଧ୍ୟ ଜିଲ୍ଲାବାସୀ ଦେଖୁଛନ୍ତି ।ରାଉରକେଲାକୁ କଡା ସୁରକ୍ଷା ବଳୟରେ ରଖାଯାଇଛି, ୩୫ ପ୍ଲାଟୁନ ପୋଲିସ ଫୋର୍ସ ସହ ସିଆରପିଏଫ୍ ଯବାନଙ୍କୁ ମୁତୟନ କରାଯାଇଥିବାବେଳେ,ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାନସିକ ସ୍ୱାସ୍ଥ୍ୟ କ’ଣ, ଏହା ଆମ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇଥାଏ?

Tue Feb 16 , 2021
ମାନସିକ ସ୍ୱାସ୍ଥ୍ୟ କ’ଣ, ଏହା ଆମ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଇଥାଏ? ବାସ୍ତବବ୍ୟୁରୋ:ମାନସିକ ସ୍ୱାସ୍ଥ୍ୟ ହେଉଛି ମାନସିକ ସ୍ୱାସ୍ଥ୍ୟ, ଯେଉଁଥିରେ ଆମର ଭାବନାତ୍ମକ, ମାନସିକ ଏବଂ ସାମାଜିକ ସୁସ୍ଥତା ଅନ୍ତର୍ଭୁକ୍ତ | ଏହା ଭାବିବା,ବୁଝିବା ,ଅନୁଭବ କରିବା ଏବଂ କାର୍ଯ୍ୟ କରିବା ଆମର କ୍ଷମତାକୁ ପ୍ରଭାବିତ କରେ | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ମାନସିକ ସ୍ୱାସ୍ଥ୍ୟ ଜଣେ ବ୍ୟକ୍ତିକୁ ନିଜର ଦକ୍ଷତାକୁ ଅନୁଭବ କରିଥାଏ, ସେ ବିଶ୍ୱାସ […]

You May Like

Pin It on Pinterest