ହଠାତ୍ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଆଜିଠୁ ବର୍ଷା ସମ୍ଭାବନା। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ଏବଂ ଆସନ୍ତାକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ମାଘ ଶୁକ୍ଳ ଷଷ୍ଠୀରେ ବଡଦେଉଳରେ ଅନୁଷ୍ଠିତ ହେବାକୁ ଥିବା ଏହି ବନକଲାଗି ନୀତି ପାଇଁ ଦ୍ୱିପହର ଧୂପ ପରେ ଦତମହାପାତ୍ର ସେବାୟତମାନେ ଗର୍ଭଗୃହରେ ପ୍ରବେଶ କରି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ।
କାଲିଠୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆଜି ଦିନ ୧୧ଟା ୧୫ରେ ବିଧାନସଭାର ନୂଆ ସମ୍ମିଳନୀ କକ୍ଷରେ ବସିବ ସର୍ବଦଳୀୟ ବୈଠକ।
କରୋନା ମହାମାରୀ ପାଇଁ ଚଳିତବର୍ଷ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘମେଳା ବୁଡ଼ ବନ୍ଦ କରିଦିଆଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ଫେବ୍ରୁଆରି ୧୮ରୁ ଚନ୍ଦ୍ରଭାଗାରେ ୧୪୪ ଧାରା ଜାରି କରିଛି।
ଆସନ୍ତା ୧୯ ତାରିଖରେ ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି ହେବ।
ପୁଡୁଚେରୀରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଆଉ ଏକ ଝଟକା । ପାର୍ଟିର ୪ଜଣ ବିଧାୟକ ଇସ୍ତଫା ଦେଇଛନ୍ତି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ କିରଣ ବେଦୀଙ୍କୁ ପୁଡୁଚେରୀର ଉପରାଜ୍ୟପାଳ ପଦରୁ ହଟାଇ ଦେଇଛନ୍ତି । ରାଷ୍ଟ୍ରପତି ପୁଡୁଚେରୀର ଉପରାଜ୍ୟପାଳ କାର୍ଯ୍ୟ ନିର୍ବାହ କରିବା ଲାଗି ତେଲେଙ୍ଗାନାର ରାଜ୍ୟପାଳ ଡ. ତମିଲିସାଈ ସୁନ୍ଦରରାଜନଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୧ କୋଟ ୧୫ ହଜାର ୬୩୩ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୨୪ ଲକ୍ଷ ୨୮ ହଜାର ୮୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୮ କୋଟି ୪୮ ଲକ୍ଷ ୩୩ ହଜାର ୭୩୨ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୨୭ ଲକ୍ଷ ୫୩ ହଜାର ୮୧୫ ଜଣ ଲୋକ ସକ୍ରିୟ ଅଛନ୍ତି ।